‘ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ’ ଉପରେ ବ୍ୟାନ୍ ଲଗାଇବାକୁ ଦାବି, ସ୍ୱତନ୍ତ୍ର କୋର୍ଟରେ ଆବେଦନ କଲା ସିବିଆଇ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଶନିବାର ମୁମ୍ୱାଇର ଏକ ସ୍ୱତନ୍ତ୍ର କୋର୍ଟରେ ଆବେଦନ ଦାଖଲ କରିଛି । ସିବିଆଇ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଉପରେ ରୋକ ଲଗାଇବା ପାଇଁ ଦାବି କରିଛି । ଡକ୍ୟୁମେଣ୍ଟାରୀ ସିରିଜ 'ଦ ଇନ୍ଦ୍ରାଣୀ ମୁଖାର୍ଜୀ: ଦ ୱରିଡ୍ ଟ୍ରୁଥ' ୨୫ ବର୍ଷୀୟ ସିନା ବୋରା ନିଖୋଜ ହେବାର କାହାଣୀ କହୁଛି । ଆସନ୍ତା ଫେବ୍ରୁଆରୀ ୨୩ରେ ନେଟ୍ଫ୍ଲିକ୍ସରେ ଏହାର ଷ୍ଟ୍ରିମିଂ ହେବ । ସରକାରୀ ଓକିଲ ସିଜେ ନନ୍ଦୋଡେଙ୍କ ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନରେ ସିବିଆଇ କୋର୍ଟକୁ କହିଛି ଯେ ଚାଲିଥିବା ମକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ନେଟ୍ଫ୍ଲିକ୍ସ ଦ୍ୱାରା ଡକ୍ୟୁମେଣ୍ଟ୍ରୀରେ ଅଭିଯୁକ୍ତ ବ୍ୟକ୍ତି ଏବଂ ମାମଲାରେ ଜଡିତ ଅନ୍ୟ ବ୍ୟକ୍ତିଙ୍କ ବିଶେଷତା ପ୍ରସାରଣ ଉପରେ ରୋକ ଲଗାଯାଉ । ସିବିଆଇର ସ୍ୱତନ୍ତ୍ର ଜଜ୍ ଏସପି ନାଇକ-ନିମ୍ୱାଲକର ଏହି ଆବେଦନ ଉପରେ ପ୍ରତିକ୍ରିୟା ପାଇଁ ନେଟଫିକ୍ସ ଏଣ୍ଟରଟେନମେଣ୍ଟ ସର୍ଭିସେସ୍ ଇଣ୍ଡିଆ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨୦ରେ ହେବ । ପଢନ୍ତୁ:ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ, ୨ କୋଟି ଜରିମାନା ଲଗାଇଲେ କୋର୍ଟ ୨୦୧୨ ଏପ୍ରିଲ୍ ମାସରେ ଇନ୍ଦ୍ରାଣୀ ମୁଖାର୍ଜୀ, ତାଙ୍କର ତତ୍କାଳୀନ ଡ୍ରାଇଭର ଶ୍ୟାମବର ରାୟ ଏବଂ
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଶନିବାର ମୁମ୍ୱାଇର ଏକ ସ୍ୱତନ୍ତ୍ର କୋର୍ଟରେ ଆବେଦନ ଦାଖଲ କରିଛି । ସିବିଆଇ ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଉପରେ ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ସିରିଜ୍ ଉପରେ ରୋକ ଲଗାଇବା ପାଇଁ ଦାବି କରିଛି । ଡକ୍ୟୁମେଣ୍ଟାରୀ ସିରିଜ 'ଦ ଇନ୍ଦ୍ରାଣୀ ମୁଖାର୍ଜୀ: ଦ ୱରିଡ୍ ଟ୍ରୁଥ' ୨୫ ବର୍ଷୀୟ ସିନା ବୋରା ନିଖୋଜ ହେବାର କାହାଣୀ କହୁଛି । ଆସନ୍ତା ଫେବ୍ରୁଆରୀ ୨୩ରେ ନେଟ୍ଫ୍ଲିକ୍ସରେ ଏହାର ଷ୍ଟ୍ରିମିଂ ହେବ ।
ସରକାରୀ ଓକିଲ ସିଜେ ନନ୍ଦୋଡେଙ୍କ ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନରେ ସିବିଆଇ କୋର୍ଟକୁ କହିଛି ଯେ ଚାଲିଥିବା ମକଦ୍ଦମା ଶେଷ ହେବା ପର୍ଯ୍ୟନ୍ତ ନେଟ୍ଫ୍ଲିକ୍ସ ଦ୍ୱାରା ଡକ୍ୟୁମେଣ୍ଟ୍ରୀରେ ଅଭିଯୁକ୍ତ ବ୍ୟକ୍ତି ଏବଂ ମାମଲାରେ ଜଡିତ ଅନ୍ୟ ବ୍ୟକ୍ତିଙ୍କ ବିଶେଷତା ପ୍ରସାରଣ ଉପରେ ରୋକ ଲଗାଯାଉ । ସିବିଆଇର ସ୍ୱତନ୍ତ୍ର ଜଜ୍ ଏସପି ନାଇକ-ନିମ୍ୱାଲକର ଏହି ଆବେଦନ ଉପରେ ପ୍ରତିକ୍ରିୟା ପାଇଁ ନେଟଫିକ୍ସ ଏଣ୍ଟରଟେନମେଣ୍ଟ ସର୍ଭିସେସ୍ ଇଣ୍ଡିଆ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୨୦ରେ ହେବ ।
ପଢନ୍ତୁ:ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଦୁଇ ବର୍ଷ ଜେଲ, ୨ କୋଟି ଜରିମାନା ଲଗାଇଲେ କୋର୍ଟ
୨୦୧୨ ଏପ୍ରିଲ୍ ମାସରେ ଇନ୍ଦ୍ରାଣୀ ମୁଖାର୍ଜୀ, ତାଙ୍କର ତତ୍କାଳୀନ ଡ୍ରାଇଭର ଶ୍ୟାମବର ରାୟ ଏବଂ ପୂର୍ବତନ ସ୍ୱାମୀ ସଞ୍ଜୀବ ଖନ୍ନା ଗୋଟିଏ କାରରେ ୨୫ ବର୍ଷୀୟ ସିନା ବୋରାଙ୍କୁ କଥିତ ରୂପେ ହତ୍ୟା କରିଥିଲେ । ସିନା ବୋରାଙ୍କ ଅଧାପୋଡ଼ା ମୃତ ଦେହ ପଡ଼ୋଶୀ ରାଇଗଡ଼ ଜିଲ୍ଲାର ଜଙ୍ଗଲରୁ ମିଳିଥିଲା । ୨୦୧୫ରେ ସିନା ବୋରା ହତ୍ୟା ମାମଲାର ଖୁଲାସା ହୋଇଥିଲା, ଯେତେବେଳେ ଡ୍ରାଇଭର ଶ୍ୟାମବର ରାୟକୁ ଅନ୍ୟ ଏକ ମାମଲାରେ ଗିରଫ କରାଯିବା ପରେ ସେ ଏହି ଘଟଣାର ଖୁଲାସା କରିଥିଲା । ୨୦୧୫ ଅଗଷ୍ଟରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଥିଲା । ୨୦୨୨ ମେ ମାସରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମିଳିଥିଲା ।
The post ‘ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ’ ଉପରେ ବ୍ୟାନ୍ ଲଗାଇବାକୁ ଦାବି, ସ୍ୱତନ୍ତ୍ର କୋର୍ଟରେ ଆବେଦନ କଲା ସିବିଆଇ appeared first on Prameya News7.