ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି
ଭୁବନେଶ୍ୱର, 2।୪ (ବନ୍ଦନା ସେଠୀ):ଭାରତବର୍ଷରେ ନିର୍ବାଚନ ଆଉ ଧର୍ମବଳ ଉପରେ ପ୍ରତିଷ୍ଠିତ ନାହିଁ। ଏହା ପ୍ରତିପତ୍ତି ଓ ଧନବଳ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ସ୍ବାଧୀନତା ପରେ ପରେ ଯେଉଁ ନିର୍ବାଚନ ହେଉଥିଲା ସେଥିରେ ପ୍ରାର୍ଥୀଗଣଙ୍କ ବ୍ୟକ୍ତିତ୍ୱକୁ ପରଖି ଜନତା ଭୋଟ ଦେଇ ଜୟଯୁକ୍ତ କରାଉଥିଲେ। ନିର୍ବାଚନରେ ଅର୍ଥ ଅପେକ୍ଷା ପ୍ରାର୍ଥୀ ଓ ଦଳର ସୁନାମ ଦ୍ୱାରା ଭୋଟରଗଣ ପ୍ରଭାବିତ ହେଉଥିଲେ। ମାତ୍ର ଏବେ ସେଥିରେ ବହୁ ପରିବର୍ତ୍ତନ ଆସିଯାଇଛି। ପ୍ରାର୍ଥୀମାନଙ୍କର ଦଳପ୍ରତି ଆନୁଗତ୍ୟ ରହୁନଥିବାରୁ ବାରମ୍ବାର […] The post ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି appeared first on Dharitri Odia News.
ଭୁବନେଶ୍ୱର, 2।୪ (ବନ୍ଦନା ସେଠୀ):ଭାରତବର୍ଷରେ ନିର୍ବାଚନ ଆଉ ଧର୍ମବଳ ଉପରେ ପ୍ରତିଷ୍ଠିତ ନାହିଁ। ଏହା ପ୍ରତିପତ୍ତି ଓ ଧନବଳ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ସ୍ବାଧୀନତା ପରେ ପରେ ଯେଉଁ ନିର୍ବାଚନ ହେଉଥିଲା ସେଥିରେ ପ୍ରାର୍ଥୀଗଣଙ୍କ ବ୍ୟକ୍ତିତ୍ୱକୁ ପରଖି ଜନତା ଭୋଟ ଦେଇ ଜୟଯୁକ୍ତ କରାଉଥିଲେ। ନିର୍ବାଚନରେ ଅର୍ଥ ଅପେକ୍ଷା ପ୍ରାର୍ଥୀ ଓ ଦଳର ସୁନାମ ଦ୍ୱାରା ଭୋଟରଗଣ ପ୍ରଭାବିତ ହେଉଥିଲେ। ମାତ୍ର ଏବେ ସେଥିରେ ବହୁ ପରିବର୍ତ୍ତନ ଆସିଯାଇଛି। ପ୍ରାର୍ଥୀମାନଙ୍କର ଦଳପ୍ରତି ଆନୁଗତ୍ୟ ରହୁନଥିବାରୁ ବାରମ୍ବାର ଦଳବଦଳ କରିବା ଦ୍ୱାରା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ତା’ ସହିତ ଅପର୍ଯ୍ୟାପ୍ତ ଧନବଳରେ ଭୋଟରଙ୍କୁ ସବୁଦଳ ପ୍ରଭାବିତ କରିବାକୁ ଚେଷ୍ଟା କରିବା ଦ୍ୱାରା ଏହା ଗଣତନ୍ତ୍ର ପ୍ରତି ଏକ ବିପଦ ରୂପେ ମୁଣ୍ଡ ଟେକିଛି ବୋଲି ମତ ପ୍ରକାଶ ପାଇଛି। ‘ମୁକ୍ତଚିନ୍ତନ ମଞ୍ଚ’ ଓ ‘ଭାରତୀୟ ବିଦ୍ୟାଭବନ’ର ମିଳିତ ଉଦ୍ୟମରେ ୧୯୬ତମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାପତି ଡା. ଅଶୋକ କୁମାର ମହାପାତ୍ର କହିଲେ, ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ନେତା ଓ ରାଜନୈତିକ ଦଳ ଆଗେଇ ଆସିବା ନିତାନ୍ତ ଆବଶ୍ୟକ। ଏଥିସହ ଭୋଟରମାନେ ମିଛ ପ୍ରତିଶ୍ରୁତି ଦ୍ୱାରା ପ୍ରଭାବିତ ନ ହେବା ପାଇଁ ସେ ଅନୁରୋଧ କରିଥିଲେ। ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଯୋଗଦେଇ, କ୍ରମାଗତ ଭାବେ ନିର୍ବାଚନ ଖର୍ଚ୍ଚବହୁଳ ହୋଇ ଚାଲୁଥିବା କହିଥିଲେ। ୨୦୧୯ ନିର୍ବାଚନର ଖର୍ଚ୍ଚଠାରୁ ୨୦୨୪ ନିର୍ବାଚନ ଖର୍ଚ୍ଚ ପ୍ରାୟ ଦୁଇଗୁଣ ହେବାକୁ ଯାଉଛି। ନିର୍ବାଚନ କମିଶନରଙ୍କ ଦ୍ୱାରା ନିର୍ବାଚନ ଆୟୋଜନ ପାଇଁ ଖର୍ଚ୍ଚ ବ୍ୟତୀତ ସବୁଠାରୁ ବଡ଼ ଖର୍ଚ୍ଚ ହେଉଛି ଦଳମାନଙ୍କର ପ୍ରଚାର ଓ ପ୍ରସାର ବାବଦରେ ହେଉଥିବା ଖର୍ଚ୍ଚ। ତେଣୁ ନିର୍ବାଚନ ପଦ୍ଧତିରେ ସଂସ୍କାର ଆଣିବା ନିହାତି ଆବଶ୍ୟକ ବୋଲି କହିଥିଲେ। ସଭାରେ ସାରଳା ଦାସ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ‘ଶାରଳା ପଞ୍ଜିକା’ ଉନ୍ମୋଚିତ ହୋଇଥିଲା। ସଭାରେ ସମ୍ପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ଦେଇଥିବାବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
The post ପ୍ରାର୍ଥୀଙ୍କ ବାରମ୍ବାର ଦଳବଦଳ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି appeared first on Dharitri Odia News.