ବିବାହ ବନ୍ଧନରେ ଆବଦ୍ଧ ହେଲେ ଚର୍ଚ୍ଚିତ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ,୧୨।୧୨: ଜାତୀୟ ପୁରସ୍କାର ବିଜେତା ଦକ୍ଷିଣ ଭାରତୀୟ ଅଭିନେତ୍ରୀ କିର୍ତ୍ତୀ ସୁରେଶ ଗୋଆର ଏକ ରିସର୍ଟରେ ନିକଟତର ଲୋକମାନଙ୍କ ଗହଣରେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଆନ୍ଥୋନୀ ଥାଟିଲଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି, ଯେଉଁଥିରେ ସେ ଦକ୍ଷିଣ ଭାରତୀୟ କନ୍ୟା ଗେଟଅପ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋର କ୍ୟାପସନରେ ଲେଖାଥିଲା, ‘ନାଏକଙ୍କ ପ୍ରେମ ପାଇଁ।’ ସୂଚନାଯୋଗ୍ୟ ଯେ ଦୁହେଁ ପରସ୍ପରକୁ ୧୫ ବର୍ଷ ଧରି […] The post ବିବାହ ବନ୍ଧନରେ ଆବଦ୍ଧ ହେଲେ ଚର୍ଚ୍ଚିତ ଅଭିନେତ୍ରୀ କୀର୍ତ୍ତି ସୁରେଶ appeared first on Dharitri Odia News.

ବିବାହ ବନ୍ଧନରେ ଆବଦ୍ଧ ହେଲେ ଚର୍ଚ୍ଚିତ ଅଭିନେତ୍ରୀ କୀର୍ତ୍ତି ସୁରେଶ

ଗୋଆ,୧୨।୧୨: ଜାତୀୟ ପୁରସ୍କାର ବିଜେତା ଦକ୍ଷିଣ ଭାରତୀୟ ଅଭିନେତ୍ରୀ କିର୍ତ୍ତୀ ସୁରେଶ ଗୋଆର ଏକ ରିସର୍ଟରେ ନିକଟତର ଲୋକମାନଙ୍କ ଗହଣରେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଆନ୍ଥୋନୀ ଥାଟିଲଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି, ଯେଉଁଥିରେ ସେ ଦକ୍ଷିଣ ଭାରତୀୟ କନ୍ୟା ଗେଟଅପ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋର କ୍ୟାପସନରେ ଲେଖାଥିଲା, ‘ନାଏକଙ୍କ ପ୍ରେମ ପାଇଁ।’ ସୂଚନାଯୋଗ୍ୟ ଯେ ଦୁହେଁ ପରସ୍ପରକୁ ୧୫ ବର୍ଷ ଧରି ଜାଣିଛନ୍ତି ଏବଂ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ବିବାହିତ।

ଏହି ଫଟୋଗୁଡ଼ିକରେ, ଆପଣ ଦେଖିପାରିବେ କୀର୍ତ୍ତି ସୁରେଶ ଏବଂ ଆନ୍ଥୋନୀ ଥାଟିଲ ବହୁତ ଖୁସି ଲାଗୁଛନ୍ତି। ଫଟୋରେ ଆନ୍ଥୋନୀ କୀର୍ତ୍ତିଙ୍କ ବେକରେ ମଙ୍ଗଳସୁତ୍ରକୁ ବାନ୍ଧିବା ପରେ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏହାପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ।

ସୂଚନାଯୋଗ୍ୟ ଆନ୍ଥୋନି କେରଳ କୋଚିର ଜଣେ ବ୍ୟବସାୟୀ, ଯିଏ ବର୍ତ୍ତମାନ ଦୁବାଇରେ ରହୁଛନ୍ତି। ଏହାସହିତ ଚେନ୍ନାଇରେ ମଧ୍ୟ ସେ କିଛି କମ୍ପାନୀ ଚଳାଇବା ସହିତ, ସେ ନିଜ ସହରରେ ଏକ ଜଣାଶୁଣା ରିସୋର୍ଟଗୁଡିକର ମାଲିକ ଅଟନ୍ତି। ଆନ୍ଥୋନୀ ଧନୀ ଏବଂ ସଫଳ ହୋଇଥିଲେ ମଧ୍ୟ ସେ ଲାଇମଲାଇଟ୍ ଠାରୁ ଦୂରରେ ଏକ ଶାନ୍ତ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ନବ ବିବାହିତାମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି। ଅଧିକନ୍ତୁ, ସେମାନେ ସ୍କୁଲରେ ଏକାଠି ପାଠ ପଢୁଥିଲେ ଏବଂ ପରେ ଡେଟିଂ ଆରମ୍ଭ କରିଥିଲେ। ତେବେ ୧୫ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ କିର୍ତ୍ତୀ ଏବଂ ଆନ୍ଥୋନୀ ବିବାହ କରିଛନ୍ତି।

ଅନ୍ୟପଟେ କୀର୍ତ୍ତିଙ୍କ କଥା ଦେଖିଲେ ସେ ଦକ୍ଷିଣ ଭାରତୀୟ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି। ତାମିଲ, ତେଲୁଗୁ ଭାଷାରେ ସେ ଅନେକ ସିନେମାରେ ଅଭିନୟ କରିଛନ୍ତି। ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ଫିଲ୍ମ ମହାନତି ପାଇଁ କୀର୍ତ୍ତିଙ୍କୁ ଜାତୀୟ ପୁରସ୍କାର ମିଳିଥିଲା।

The post ବିବାହ ବନ୍ଧନରେ ଆବଦ୍ଧ ହେଲେ ଚର୍ଚ୍ଚିତ ଅଭିନେତ୍ରୀ କୀର୍ତ୍ତି ସୁରେଶ appeared first on Dharitri Odia News.