ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ଅନ୍ୟତମ। ବିବାହ ନ ହେବା ଯାଏ ଏହି ୨ ଷ୍ଟାର ଯୋଡି ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନ ଥିଲେ। ସେପର୍ଯ୍ୟନ୍ତ ଉଭୟଙ୍କ ଡିନର ଡେଟ୍‌ର କୌଣସି ଫଟୋ ସାମ୍‌ନାକୁ ଆସି ନ ଥିଲା। ତେବେ ୨୦୨୧ରେ ବିବାହ କରୁଥିବା ନେଇ ଉଭୟେ ଘୋଷଣା କରିଥିଲେ। ୨୦୨୧ ଡିସେମ୍ବର ୯ରେ ଉଭୟ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ […] The post ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି appeared first on Dharitri Odia News.

ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଷ୍ଟାର ଦମ୍ପତିଙ୍କ ମଧ୍ୟରେ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଯୋଡ଼ି ଅନ୍ୟତମ। ବିବାହ ନ ହେବା ଯାଏ ଏହି ୨ ଷ୍ଟାର ଯୋଡି ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରି ନ ଥିଲେ। ସେପର୍ଯ୍ୟନ୍ତ ଉଭୟଙ୍କ ଡିନର ଡେଟ୍‌ର କୌଣସି ଫଟୋ ସାମ୍‌ନାକୁ ଆସି ନ ଥିଲା। ତେବେ ୨୦୨୧ରେ ବିବାହ କରୁଥିବା ନେଇ ଉଭୟେ ଘୋଷଣା କରିଥିଲେ। ୨୦୨୧ ଡିସେମ୍ବର ୯ରେ ଉଭୟ ଭିକି ଏବଂ କ୍ୟାଟ୍ରିନା ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ତେବେ ବିବାହର ଠିକ୍‌ ପୂର୍ବରୁ କ୍ୟାଟ୍ରିନାଙ୍କ ଏକ ଧମକରେ ଭିକି ଚିନ୍ତିତ ହୋଇ ପଡ଼ିଥିଲେ। ବୁଧବାର ଏକ ସାକ୍ଷାତ୍‌କାର ଦେବା ସମୟରେ ଭିକି ଏନେଇ ପ୍ରଘଟ କରିଛନ୍ତି।
ଭିକି କହିଛନ୍ତି, ବିବାହ ପୂର୍ବରୁ ସେ ନିଜ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଅଧା ଶୁଟିଂ ଶେଷ କରି ସାରିଥିଲେ। ତାଙ୍କୁ ବିବାହ କରିବାର ୨ ଦିନ ମଧ୍ୟରେ ହିଁ ନିଜର କର୍ମକ୍ଷେତ୍ରକୁ ଫେରିବାର ଥିଲା। ସେଥିପାଇଁ ସେ ଶୁଟିଂ ସେଟ୍‌ରୁ ୨ ଦିନିଆ ଛୁଟି ନେଇଥିଲେ। କିନ୍ତୁ ଯେତେବେଳେ କ୍ୟାଟ୍ରିନା ଏହା ଜାଣିଥିଲେ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ। ରାଗରେ କ୍ୟାଟ୍ରିନା ତାଙ୍କୁ ବିବାହ ନ କରିବାକୁ ଧମକ ଦେଇଥିଲେ ବୋଲି ଏହି ସାକ୍ଷାତ୍‌କାରରେ ଭିକି କହିଛନ୍ତି। କ୍ୟାଟ୍ରିନା ରାଗରେ ଭିକିଙ୍କୁ କହିଥିଲେ, ଯଦି ଫିଲ୍ମ ଶୁଟିଂ ଏତେ ଜରୁରୀ ତେବେ ବିବାହ କରିବା ଦରକାର ନାହିଁ। ବିନା ଛୁଟି ନେଇ ଫିଲ୍ମ ଶୁଟିଂ ଜାରି ରଖ। ନିକଟରେ ଭିକିଙ୍କର ‘ବ୍ୟାଡ୍‌ ନ୍ୟୁଜ’ ଫିଲ୍ମ ରିଲିଜ ହୋଇଛି। ଏଥିରେ ତାଙ୍କର ‘ତୌବା ତୌବା’ ଡ୍ୟାନ୍ସକୁ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଛନ୍ତି। ସେହିପରି ଲକ୍ଷ୍ମଣ ଉଟେକର୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛାବା’ ରେ ଭିକି ଛତ୍ରପତି ସମ୍ଭାଜି ମହାରାଜଙ୍କ ଚରିତ୍ରରେ ନଜର ଆସିବେ। ନିକଟରେ ଏହାର ଟିଜର ରିଲିଜ ହୋଇଛି। ଆସନ୍ତା ଡିସେମ୍ବର ୬ରେ ‘ଛାବା’ ଫିଲ୍ମ ରିଲିଜ୍‌ ହେବ।

The post ଦିନେ ଭିକିଙ୍କୁ ଧମକ ଦେଇଥିଲେ କ୍ୟାଟ୍ରିନା: ଜାଣନ୍ତୁ କାହିଁକି appeared first on Dharitri Odia News.