ବିହାରରେ ନୂଆ ସମୀକରଣ, ବିଳମ୍ବିତ ରାତିରେ ଲାଲୁ-ତେଜସ୍ବୀଙ୍କୁ ଭେଟି ଦିଲ୍ଲୀ ଗସ୍ତ କଲେ…

ପାଟନା,୨୦।୩: ଲୋକ ସଭା ନିର୍ବାଚନ ନେଇ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ହେଲେ ଏଯାବତ ବିହାରରେ ମେଣ୍ଟ ପକ୍ଷରୁ ଆସନ ନେଇ ଘୋଷଣା ହୋଇନାହିଁ। ଏହାପଛର ପ୍ରମୁଖ କାରଣ ହେଉଛି ବିହାରରେ ଦେଖାଦେଇଥିବା ନୂଆ ସମୀକରଣ। ଗୋଟିଏ ପଟେ ଏନ୍‌ଡିଏରୁ ଇସ୍ତଫା ଦେବା ପରେ ପଶୁପତି ପାରସ INDIA ମେଣ୍ଟ ସହ ଯୋଗାଯୋଗରେ ରହିଛନ୍ତି। ଅପରପକ୍ଷେ ମଙ୍ଗଳବାର ବିଳମ୍ବିତ ରାତିରେ ଜନ ଅଧିକାର ପାର୍ଟିର ମୁଖ୍ୟ ପପ୍ପୁ ଯାଦବ ଆର୍‌ଜେଡି […] The post ବିହାରରେ ନୂଆ ସମୀକରଣ, ବିଳମ୍ବିତ ରାତିରେ ଲାଲୁ-ତେଜସ୍ବୀଙ୍କୁ ଭେଟି ଦିଲ୍ଲୀ ଗସ୍ତ କଲେ… appeared first on Dharitri Odia News.

ବିହାରରେ ନୂଆ ସମୀକରଣ, ବିଳମ୍ବିତ ରାତିରେ ଲାଲୁ-ତେଜସ୍ବୀଙ୍କୁ ଭେଟି ଦିଲ୍ଲୀ ଗସ୍ତ କଲେ…

ପାଟନା,୨୦।୩: ଲୋକ ସଭା ନିର୍ବାଚନ ନେଇ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ହେଲେ ଏଯାବତ ବିହାରରେ ମେଣ୍ଟ ପକ୍ଷରୁ ଆସନ ନେଇ ଘୋଷଣା ହୋଇନାହିଁ। ଏହାପଛର ପ୍ରମୁଖ କାରଣ ହେଉଛି ବିହାରରେ ଦେଖାଦେଇଥିବା ନୂଆ ସମୀକରଣ। ଗୋଟିଏ ପଟେ ଏନ୍‌ଡିଏରୁ ଇସ୍ତଫା ଦେବା ପରେ ପଶୁପତି ପାରସ INDIA ମେଣ୍ଟ ସହ ଯୋଗାଯୋଗରେ ରହିଛନ୍ତି। ଅପରପକ୍ଷେ ମଙ୍ଗଳବାର ବିଳମ୍ବିତ ରାତିରେ ଜନ ଅଧିକାର ପାର୍ଟିର ମୁଖ୍ୟ ପପ୍ପୁ ଯାଦବ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ବୀ ଯାଦବଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ୩ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଲାଲୁ ଯାଦବ, ତେଜସ୍ବୀ ଏବଂ ପପ୍ପୁ ଯାଦବଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଏଥିରେ ଆଗାମୀ ରଣନୀତି ଉପରେ ବିଚାର ବିମର୍ଶ ମଧ୍ୟ ହୋଇଥିଲା। ତେବେ ପପ୍ପୁ ମେଣ୍ଟରେ ସାମିଲ ହୋଇପାରନ୍ତି। ଏପରିକି ଆଗାମୀ ଲୋକ ସଭା ନିର୍ବାଚନରେ ଆର୍‌ଜେଡି ଏବଂ କଂଗ୍ରେସ ସହ ମିଶି ଲଢ଼ିପାରନ୍ତି। ଏବେ ପପ୍ପୁ ପୁର୍ଣ୍ଣିଆ ଆସନରୁ ଦାବିଦାର ଅଛନ୍ତି।

ଲାଲୁ ଏବଂ ତେଜସ୍ବୀଙ୍କୁ ଭେଟି ପପ୍ପୁ କହିଛନ୍ତି, ଲାଲୁ ଏବଂ ମୋ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନାହିଁ। ଏହା କେବଳ ଭାବନାତ୍ମକ ସମ୍ପର୍କ। କାଲି ଆମେ ସବୁ ଏକାଠି ବସିଥିଲେ। କୌଣସି ପ୍ରକାରେ ସୀମାଞ୍ଚଳ ଏବଂ ମିଥିଲାଞ୍ଚଳରେ ଭାଜପାକୁ ରୋକାଯିବ ସେଥିଲାଗି ଆମେ ଚେଷ୍ଟା କରିବୁ। ତେଜସ୍ବୀ ୧୭ ମାସ ଧରି କାମ କରିଥିଲେ, ବିଶ୍ୱାସ ବଜାୟ ରଖିଛନ୍ତି। ଏହିଭଳି ରାହୁଲ ଗାନ୍ଧୀ ଲୋକଙ୍କ ହୃଦୟ ଜିତିଛନ୍ତି ଏବଂ ଏବେ ଆଶା ସଞ୍ଚାର ହୋଇଛି।

ଆମେ ଏକାଠି କେବଳ ୨୦୨୪ ନୁହେଁ ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ଜିତିବୁ। ଆମ ଲାଗି ପୁର୍ଣ୍ଣିଆ ଆସନ ଜିତିବା ଗୁରୁତ୍ୱ ନୁହେଁ, ଭାଜପାକୁ ରୋକିବା ଏବଂ ଦୁର୍ବଳ ବର୍ଗଙ୍କୁ ଚିହ୍ନଟ ଏବଂ ବିଚାରଧାରାକୁ ରକ୍ଷା କରିବା ଗୁରୁତ୍ୱ ରଖୁଛୁ। କଂଗ୍ରେସ ନେତୃତ୍ୱ ସହ, ଯିଏ ଦେଶର ହୃଦୟ ଜିତିଛି, ସେ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବ ବୋଲି ପପ୍ପୁ ଯାଦବ କହିଛନ୍ତି।

ତେବେ ବୁଧବାର ସକାଳେ ପପ୍ପୁ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ। ତେବେ ସେ ଲାଲୁଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଯାଇଥିବା କୁହାଯାଉଛି। ସେ ନିଜ ଦଳର ବିଲୟର ଖବରକୁ ନେଇ କହିଛନ୍ତି ଏହା ରାହୁଲ ଏବଂ ଲାଲୁ ନିଶ୍ଚିତ କରିବେ।

The post ବିହାରରେ ନୂଆ ସମୀକରଣ, ବିଳମ୍ବିତ ରାତିରେ ଲାଲୁ-ତେଜସ୍ବୀଙ୍କୁ ଭେଟି ଦିଲ୍ଲୀ ଗସ୍ତ କଲେ… appeared first on Dharitri Odia News.