ଓଲଟିଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌, ଲାଗିଗଲା ନିଆଁ

ଉଦଳା ୧୯/୧୧: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡାଡିହା ଛକରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ଥାଉକି, ଠାକୁରମୁଣ୍ଡା ଅଞ୍ଚଳରୁ ଗତ ରାତିରେ ଏକ ଗାଡ଼ିରେ ଗୋରୁ ଚୋରାଚାଲାଣ ହେଉଥିଲା। ଗାଡ଼ିରେ ସମୁଦାୟ ୮ ଗୋରୁ ଥିଲେ। ଗାଡ଼ିଟି ପୋଡାଡିହା ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡିବା ସହିତ ହୁତୁହୁତୁ ହୋଇ ଜଳି ଉଠିଥିଲା। ପିକଅପ ଜଳିବା ଫଳରେ ଗାଡ଼ିରେ ଥିବା ୮ ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡିରୁ ୭ ଗୋଟି ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୋରୁମାନଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା। ପିକଅପ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋରୁ ମାଫିଆମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ ଯିବା ସହିତ ମୃତ ଗୋରୁକୁ ଗାତ ଖୋଳି ପୋତି ଦେଇ ଚାଲିଯାଇଛନ୍ତି।  ଗୁରୁତର ଗୋରୁଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଦେଇ ଚାଲି ଯାଇଛନ୍ତି ଗୋରୁ ମାଫିଆ। ପୁଲିସ୍‌ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର

ଓଲଟିଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌, ଲାଗିଗଲା ନିଆଁ

ଉଦଳା ୧୯/୧୧: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡାଡିହା ଛକରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଓଲଟି ପଡ଼ିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । 

ସୂଚନା ଥାଉକି, ଠାକୁରମୁଣ୍ଡା ଅଞ୍ଚଳରୁ ଗତ ରାତିରେ ଏକ ଗାଡ଼ିରେ ଗୋରୁ ଚୋରାଚାଲାଣ ହେଉଥିଲା। ଗାଡ଼ିରେ ସମୁଦାୟ ୮ ଗୋରୁ ଥିଲେ। ଗାଡ଼ିଟି ପୋଡାଡିହା ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡିବା ସହିତ ହୁତୁହୁତୁ ହୋଇ ଜଳି ଉଠିଥିଲା। ପିକଅପ ଜଳିବା ଫଳରେ ଗାଡ଼ିରେ ଥିବା ୮ ଗୋରୁ ମଧ୍ୟରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡିରୁ ୭ ଗୋଟି ଗୋରୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। 

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗୋରୁମାନଙ୍କୁ ଗୁରୁତର ଅବସ୍ଥାରେ ବାହାର କରାଯାଇଥିଲା। ପିକଅପ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋରୁ ମାଫିଆମାନେ ରାତାରାତି ଦୁର୍ଘଟଣାଗ୍ରସ୍ତ ଗାଡିକୁ ନେଇ ଯିବା ସହିତ ମୃତ ଗୋରୁକୁ ଗାତ ଖୋଳି ପୋତି ଦେଇ ଚାଲିଯାଇଛନ୍ତି।  ଗୁରୁତର ଗୋରୁଙ୍କୁ ରକ୍ତାକ୍ତ ଅବସ୍ଥାରେ ଛାଡି ଦେଇ ଚାଲି ଯାଇଛନ୍ତି ଗୋରୁ ମାଫିଆ। ପୁଲିସ୍‌ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।