ଗାଡ଼ି ମୂଲ୍ୟ ବଢ଼ାଇଲା ଟାଟା: ଏପ୍ରିଲ ପହିଲାରୁ ନୂଆ ଦର ଲାଗୁ
ନୂଆଦିଲ୍ଲୀ: ପୁଣି ଗାଡ଼ିର ମୂଲ୍ୟ ବଢ଼ାଇଲା ଟାଟା ମୋଟୋର୍ସ। ଗୁରୁବାର (ମାର୍ଚ୍ଚ ୭) କମ୍ପାନୀ କମର୍ସିଆଲ ଭେଇକଲ ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି କରିଛି। ଗାଡ଼ିର ବିଭିନ୍ନ ଭ୍ୟାରିଏଣ୍ଟ ପାଇଁ ଅଲଗା ଅଲଗା ମୂଲ୍ୟ ଲାଗୁ ହେବ। ଏପ୍ରିଲ ପହିଲାରୁ ନୂଆ ଦର ଲାଗୁ ହେବ ବୋଲି କମ୍ପାନୀ ଘୋଷଣା କରିଛି। ଗାଡ଼ି ତିଆରି ଖର୍ଚ୍ଚ ବଢ଼ିଥିବାରୁ ଗାଡ଼ି ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି।ଭାରତର ସବୁଠାରୁ ବଡ଼ କମର୍ସିଆଲ ଭେଇକଲ ନିର୍ମାତା ଟାଟା ମୋଟର୍ସ ଏକ୍ସଚେଞ୍ଜ୍ ପାଇଁଲିଂ ରେ କହିଛି ଯେ ଇନପୁଟ୍ ଖର୍ଚ୍ଚ ବୃଦ୍ଧି ଯୋଗୁ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଜାନୁଆରୀ ମାସରେ ବି ଗାଡ଼ିଗୁଡ଼ିକର ମୂଲ୍ୟ ୩ ପ୍ରତିଶତ ବଢ଼ାଇଥିଲା କମ୍ପାନୀ। ଫେବୃଆରୀ ପହିଲାରେ ମଧ୍ୟ ଯାତ୍ରୀବାହୀ ଯାନ(ପେସେଞ୍ଜର)ର ମୂଲ୍ୟ ୦.୭% ବୃଦ୍ଧି କରିଥିଲା। ସେତେବେଳେ ଇନପୁଟ୍ କଷ୍ଟ ବୃଦ୍ଧି ଯୋଗୁ ମୂଲ୍ୟ ବଢ଼ିଥିବା କମ୍ପାନୀ କହିଥିଲା।ପଢ଼ନ୍ତୁ-LPG ସିଲିଣ୍ଡର ଉପରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର, ବର୍ଷେ ଯାଏ ୩୦୦ ଟଙ୍କା ମିଳିବ ରିହାତିସୂଚନା ଥାଉକି, ସୋମବାର (ମାର୍ଚ୍ଚ ୪) ଟାଟା ମୋଟର୍ସ ଲିମିଟେଡର ବୋର୍ଡ କମ୍ପାନୀର ବ୍ୟବସାୟ କାର୍ଯ୍ୟକୁ ଦୁଇଟି ଅଲଗା ସଂସ୍ଥାରେ ଭାଗ କରିବାକୁ ଅନୁମୋଦନ ଦେଇଛି। କମ୍ପାନୀ ଏହାର ବାଣିଜ୍ୟିକ ଯାନ ଏବଂ ଯାତ୍ରୀବାହୀ ଯାନ ବ୍ୟବସାୟକୁ ଅଲଗା କରିବାକୁ ଚାହୁଁଛି।
ନୂଆଦିଲ୍ଲୀ: ପୁଣି ଗାଡ଼ିର ମୂଲ୍ୟ ବଢ଼ାଇଲା ଟାଟା ମୋଟୋର୍ସ। ଗୁରୁବାର (ମାର୍ଚ୍ଚ ୭) କମ୍ପାନୀ କମର୍ସିଆଲ ଭେଇକଲ ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି କରିଛି। ଗାଡ଼ିର ବିଭିନ୍ନ ଭ୍ୟାରିଏଣ୍ଟ ପାଇଁ ଅଲଗା ଅଲଗା ମୂଲ୍ୟ ଲାଗୁ ହେବ। ଏପ୍ରିଲ ପହିଲାରୁ ନୂଆ ଦର ଲାଗୁ ହେବ ବୋଲି କମ୍ପାନୀ ଘୋଷଣା କରିଛି। ଗାଡ଼ି ତିଆରି ଖର୍ଚ୍ଚ ବଢ଼ିଥିବାରୁ ଗାଡ଼ି ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି।
ଭାରତର ସବୁଠାରୁ ବଡ଼ କମର୍ସିଆଲ ଭେଇକଲ ନିର୍ମାତା ଟାଟା ମୋଟର୍ସ ଏକ୍ସଚେଞ୍ଜ୍ ପାଇଁଲିଂ ରେ କହିଛି ଯେ ଇନପୁଟ୍ ଖର୍ଚ୍ଚ ବୃଦ୍ଧି ଯୋଗୁ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଜାନୁଆରୀ ମାସରେ ବି ଗାଡ଼ିଗୁଡ଼ିକର ମୂଲ୍ୟ ୩ ପ୍ରତିଶତ ବଢ଼ାଇଥିଲା କମ୍ପାନୀ। ଫେବୃଆରୀ ପହିଲାରେ ମଧ୍ୟ ଯାତ୍ରୀବାହୀ ଯାନ(ପେସେଞ୍ଜର)ର ମୂଲ୍ୟ ୦.୭% ବୃଦ୍ଧି କରିଥିଲା। ସେତେବେଳେ ଇନପୁଟ୍ କଷ୍ଟ ବୃଦ୍ଧି ଯୋଗୁ ମୂଲ୍ୟ ବଢ଼ିଥିବା କମ୍ପାନୀ କହିଥିଲା।
ପଢ଼ନ୍ତୁ-LPG ସିଲିଣ୍ଡର ଉପରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର, ବର୍ଷେ ଯାଏ ୩୦୦ ଟଙ୍କା ମିଳିବ ରିହାତି
ସୂଚନା ଥାଉକି, ସୋମବାର (ମାର୍ଚ୍ଚ ୪) ଟାଟା ମୋଟର୍ସ ଲିମିଟେଡର ବୋର୍ଡ କମ୍ପାନୀର ବ୍ୟବସାୟ କାର୍ଯ୍ୟକୁ ଦୁଇଟି ଅଲଗା ସଂସ୍ଥାରେ ଭାଗ କରିବାକୁ ଅନୁମୋଦନ ଦେଇଛି। କମ୍ପାନୀ ଏହାର ବାଣିଜ୍ୟିକ ଯାନ ଏବଂ ଯାତ୍ରୀବାହୀ ଯାନ ବ୍ୟବସାୟକୁ ଅଲଗା କରିବାକୁ ଚାହୁଁଛି।