ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ହାତ ମାରିଥିବା ଲୋକଙ୍କୁ ବିଜେପି କେବେ ଛାଡ଼ିବ ନାହିଁ: ଅମିତ୍ ଶାହ
ଯାଜପୁର: ପାଣିକୋଇଲିରେ ବିଜେପି ପାଇଁ ପ୍ରଚାର ପାଇଁ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବିଜେପିର ବିଜୟ ସଂକଳ୍ପ ଜନସଭାରେ ଶାଣିତ ସ୍ୱରରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଶାହ ଜନସଭାରେ ପ୍ରଶ୍ନ କରିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଓଡ଼ିଆ କହିପାରୁଥିବା ମୁଖ୍ୟମନ୍ତ୍ରୀ କରିବା କି ନାହିଁ ? ଭଗବାନ ଜଗନ୍ନାଥଙ୍କ ଗୌରବକୁ ତାଙ୍କ ପରମ୍ପରାକୁ ଆଗକୁ ବଢାଇବା ପରି ମୁଖ୍ୟମନ୍ତ୍ରୀ କରିବା କିଁ ନାହିଁ ? ଓଡ଼ିଆ ମୁଖ୍ୟମନ୍ତ୍ରୀ ଦରକାର ନାଁ ତାମିଲ ବାବୁଙ୍କ ଶାସନ ଦରକାର ? ସେ ଲୋକଙ୍କୁ ଅପିଲ୍ କରି କହିଛନ୍ତି, ଥରେ ବିଜେପିକୁ ଜିତାଇଲେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଶାହ କହିଛନ୍ତି, 'ମୁଁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ୧୮ ମାସ ଭିତରେ ଚିଟଫଣ୍ଡ ଟଙ୍କା ମିଳିବ । ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ । ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟରେ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ଅମିତ୍ ଶାହ ଟାର୍ଗେଟ୍ କରିଛନ୍ତି । ମହାପ୍ରଭୁଙ୍କ ସମ୍ପତ୍ତିରେ ହାତ ମାରିଥିବା ଲୋକଙ୍କ ବିଜେପି କେବେ ଛାଡ଼ିବ ନାହିଁ । ସେମାନଙ୍କୁ ଜେଲରେ ଭର୍ତ୍ତି କରିବ । ବିଜେପି ସରକାର ଆସିଲେ ଦେଢ ମାସରେ ଚିଟଫଣ୍ଡ ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁର ବ୍ୟ
ଯାଜପୁର: ପାଣିକୋଇଲିରେ ବିଜେପି ପାଇଁ ପ୍ରଚାର ପାଇଁ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବିଜେପିର ବିଜୟ ସଂକଳ୍ପ ଜନସଭାରେ ଶାଣିତ ସ୍ୱରରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଶାହ ଜନସଭାରେ ପ୍ରଶ୍ନ କରିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଓଡ଼ିଆ କହିପାରୁଥିବା ମୁଖ୍ୟମନ୍ତ୍ରୀ କରିବା କି ନାହିଁ ? ଭଗବାନ ଜଗନ୍ନାଥଙ୍କ ଗୌରବକୁ ତାଙ୍କ ପରମ୍ପରାକୁ ଆଗକୁ ବଢାଇବା ପରି ମୁଖ୍ୟମନ୍ତ୍ରୀ କରିବା କିଁ ନାହିଁ ? ଓଡ଼ିଆ ମୁଖ୍ୟମନ୍ତ୍ରୀ ଦରକାର ନାଁ ତାମିଲ ବାବୁଙ୍କ ଶାସନ ଦରକାର ? ସେ ଲୋକଙ୍କୁ ଅପିଲ୍ କରି କହିଛନ୍ତି, ଥରେ ବିଜେପିକୁ ଜିତାଇଲେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟିବା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ । ଶାହ କହିଛନ୍ତି, 'ମୁଁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ୧୮ ମାସ ଭିତରେ ଚିଟଫଣ୍ଡ ଟଙ୍କା ମିଳିବ । ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ ।
ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟରେ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ଅମିତ୍ ଶାହ ଟାର୍ଗେଟ୍ କରିଛନ୍ତି । ମହାପ୍ରଭୁଙ୍କ ସମ୍ପତ୍ତିରେ ହାତ ମାରିଥିବା ଲୋକଙ୍କ ବିଜେପି କେବେ ଛାଡ଼ିବ ନାହିଁ । ସେମାନଙ୍କୁ ଜେଲରେ ଭର୍ତ୍ତି କରିବ । ବିଜେପି ସରକାର ଆସିଲେ ଦେଢ ମାସରେ ଚିଟଫଣ୍ଡ ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁର ବ୍ୟକ୍ତି ହୋଇପାରିବ କି? ବିଜେପି ଓଡ଼ିଆ କହିପାରୁଥିବା, ଓଡ଼ିଶାରେ ରହୁଥିବା ଜଣେ ଯୁବକକୁ ମୁଖ୍ୟମନ୍ତ୍ରୀ କରିବ ।
ओडिशा की जनता मोदी जी के नेतृत्व वाली भाजपा को चुनने का मन बना चुकी है। जाजपुर जनसभा को संबोधित कर रहा हूँ...
ମୋଦୀଜୀଙ୍କ ନେତୃତ୍ଵାଧୀନ ବିଜେପିକୁ ଚୟନ କରିବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇ ସାରିଛନ୍ତି। ଯାଜପୁର ସାଧାରଣସଭାକୁ ସମ୍ବୋଧନ ... https://t.co/kmLqc3dW59— Amit Shah (Modi Ka Parivar) (@AmitShah) May 28, 2024
ସୁକିନ୍ଦାରେ ଖଣି ଖାଦନ ଭରପୂର ରହିଛି କିନ୍ତୁ ଏଠି ଲୋକ ଭୋକରେ ମରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଡିଏମଏଫ ଟଙ୍କା ପଠାଇଲେ କିନ୍ତୁ ଏଠାକାର ବାବୁମାନେ ଖାଇଗଲେ । ବିଜେପି ଆସିଲେ ଡିଏମଏଫ ଟଙ୍କା ଅଞ୍ଚଳବାସୀଙ୍କ ପାଇଁ ଖର୍ଚ୍ଚ କରିବୁ । ବିଜେପି ସରକାର ଆସିଲେ ଘୋଟାଲା କରିଥିବା ସବୁ ବାବୁ ଜେଲରେ ଭର୍ତ୍ତି ହେବେ ।