ସାପ କାମୁଡାର ପ୍ରତିଶୋଧ ନେଲା ମଣିଷ, ୩ ଥର ଝୁଣି ମାରିଲା
ବିହାର ୦୬/୦୭: ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଲା । ଜବାବରେ ସେ ବି ସାପକୁ କାମୁଡ଼ିଲେ । ଜାଣି ଆଶ୍ଚର୍ଯ୍ୟ ହେବେ, ସାପ କାମୁଡ଼ାରେ ବ୍ୟକ୍ତିଙ୍କର କିଛି ହେଲା ନାହିଁ । କିନ୍ତୁ ତାଙ୍କ କାମୁଡ଼ାରେ ସାପ ମରିଗଲା । ବିହାରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ନବାଦା ବାସିନ୍ଦା ସନ୍ତୋଷ ଲୋହର ରଜୌଲି ଥାନା କ୍ଷେତ୍ରର ଏକ ଜଙ୍ଗଲିଆ ଅଞ୍ଚଳରେ ରେଳ ଲାଇନ୍ ବିଛାଇବା କାମ କରୁଥିଲେ । କାମ ଶେଷ କରି ମଙ୍ଗଳବାର ବିଳମ୍ବିତ ରାତିରେ ସମସ୍ତ କର୍ମଚାରୀ ବେସ୍ କ୍ୟାମ୍ପ୍ରେ ଶୋଇଥିଲେ । ସନ୍ତୋଷ ମଧ୍ୟ ବେସ୍ କ୍ୟାମ୍ପ୍ରେ ବିଶ୍ରାମ ନେଉଥିଲେ । ଏହି ସମୟରେ ଏକ ସାପ ତାଙ୍କୁ ଦୁଇ ଥର କାମୁଡ଼ିଲା । ଏଥିରେ କ୍ରୋଧିତ ହୋଇ ସନ୍ତୋଷ ଏକ ଲୁହା ରଡ୍ ଜରିଆରେ ସାପକୁ କାବୁ କରିନେଲେ । ୩୫ ବର୍ଷୀୟ ସନ୍ତୋଷ ଏକ ଅନ୍ଧବିଶ୍ୱାସ ଶୁଣିଥିଲେ ଯେ କାମୁଡ଼ିଥିବା ସାପକୁ କାମୁଡ଼ିଦେଲେ ତା’ର ବିଷ ନଷ୍ଟ ହୋଇଯାଏ । ଏହାକୁ ବିଶ୍ୱାସ କରି ସେ ସାପକୁ ୩ ଥର କାମୁଡ଼ିଦେଲେ । ତାଙ୍କ କାମୁଡ଼ାରେ ସାପର ମୃତ୍ୟୁ ହେଲା । ସନ୍ତୋଷଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ତାଙ୍କ ସହକର୍ମୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରଜୌଲି ସବ୍ଡିଭିଜନ୍ ହସ୍ପିଟାଲ ନେଇଗଲେ । ସେଠାରେ ଚିକିତ୍ସା ପରେ ସନ୍ତୋଷ ସୁସ୍ଥ ହେଲେ ଏବଂ ପରଦିନ ଡିସ୍ଚାର୍ଜ ହେଲେ । ତେବେ ଗାଁ ଲୋକ କହୁଛନ୍ତି, ସାପଟି ବିଷଧର ନ ଥିଲା । କାରଣ ଯଦି ସାପ ବିଷ
ବିହାର ୦୬/୦୭: ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଲା । ଜବାବରେ ସେ ବି ସାପକୁ କାମୁଡ଼ିଲେ । ଜାଣି ଆଶ୍ଚର୍ଯ୍ୟ ହେବେ, ସାପ କାମୁଡ଼ାରେ ବ୍ୟକ୍ତିଙ୍କର କିଛି ହେଲା ନାହିଁ । କିନ୍ତୁ ତାଙ୍କ କାମୁଡ଼ାରେ ସାପ ମରିଗଲା । ବିହାରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ନବାଦା ବାସିନ୍ଦା ସନ୍ତୋଷ ଲୋହର ରଜୌଲି ଥାନା କ୍ଷେତ୍ରର ଏକ ଜଙ୍ଗଲିଆ ଅଞ୍ଚଳରେ ରେଳ ଲାଇନ୍ ବିଛାଇବା କାମ କରୁଥିଲେ ।
କାମ ଶେଷ କରି ମଙ୍ଗଳବାର ବିଳମ୍ବିତ ରାତିରେ ସମସ୍ତ କର୍ମଚାରୀ ବେସ୍ କ୍ୟାମ୍ପ୍ରେ ଶୋଇଥିଲେ । ସନ୍ତୋଷ ମଧ୍ୟ ବେସ୍ କ୍ୟାମ୍ପ୍ରେ ବିଶ୍ରାମ ନେଉଥିଲେ । ଏହି ସମୟରେ ଏକ ସାପ ତାଙ୍କୁ ଦୁଇ ଥର କାମୁଡ଼ିଲା । ଏଥିରେ କ୍ରୋଧିତ ହୋଇ ସନ୍ତୋଷ ଏକ ଲୁହା ରଡ୍ ଜରିଆରେ ସାପକୁ କାବୁ କରିନେଲେ । ୩୫ ବର୍ଷୀୟ ସନ୍ତୋଷ ଏକ ଅନ୍ଧବିଶ୍ୱାସ ଶୁଣିଥିଲେ ଯେ କାମୁଡ଼ିଥିବା ସାପକୁ କାମୁଡ଼ିଦେଲେ ତା’ର ବିଷ ନଷ୍ଟ ହୋଇଯାଏ । ଏହାକୁ ବିଶ୍ୱାସ କରି ସେ ସାପକୁ ୩ ଥର କାମୁଡ଼ିଦେଲେ । ତାଙ୍କ କାମୁଡ଼ାରେ ସାପର ମୃତ୍ୟୁ ହେଲା ।
ସନ୍ତୋଷଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ତାଙ୍କ ସହକର୍ମୀ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରଜୌଲି ସବ୍ଡିଭିଜନ୍ ହସ୍ପିଟାଲ ନେଇଗଲେ । ସେଠାରେ ଚିକିତ୍ସା ପରେ ସନ୍ତୋଷ ସୁସ୍ଥ ହେଲେ ଏବଂ ପରଦିନ ଡିସ୍ଚାର୍ଜ ହେଲେ । ତେବେ ଗାଁ ଲୋକ କହୁଛନ୍ତି, ସାପଟି ବିଷଧର ନ ଥିଲା । କାରଣ ଯଦି ସାପ ବିଷଧର ହୋଇଥାନ୍ତା, ତେବେ ସନ୍ତୋଷ ମଧ୍ୟ ବଞ୍ଚିନଥାନ୍ତେ ।
ନିକଟରେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିବା ଘଟଣା ସାମ୍ନାକୁ ଆସିଥିଲା । ଫତେପୁର ବାସିନ୍ଦା ଏହି ବ୍ୟକ୍ତିଙ୍କୁ ପ୍ରାୟ ୨ ମାସରେ ୫ ଥର ସାପ କାମୁଡ଼ିଥିଲା । ଏହା ଶୁଣି ଡାକ୍ତର ଚକିତ ହୋଇଥିଲେ । ଗତ ଜୁନ୍ ୨, ୧୦ ଓ ୧୭ ତାରିଖ ପରେ ଚଳିତ ମାସରେ ଦୁଇ ଥର ସେ ସାପ କାମୁଡାର ଶିକାର ହୋଇଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି ।