କେଜ୍ରିଓ୍ବାଲଙ୍କୁ ପୁଣି ସମନ
ନୂଆଦିଲ୍ଲୀ,୨୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୁଣିଥରେ ସମନ ଜାରି କରିଛି। ଜାନୁୟାରୀ ୩ରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଏଏପି ଆବାହକଙ୍କୁ ତୃତୀୟ ସମନ। ୨୧ ତାରିଖରେ ହାଜର ହେବା ଲାଗି ଗତ ୧୮ ତାରିଖରେ ଇଡି ସମନ ଜାରି କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ସେ […] The post କେଜ୍ରିଓ୍ବାଲଙ୍କୁ ପୁଣି ସମନ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୧୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୁଣିଥରେ ସମନ ଜାରି କରିଛି। ଜାନୁୟାରୀ ୩ରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଏଏପି ଆବାହକଙ୍କୁ ତୃତୀୟ ସମନ। ୨୧ ତାରିଖରେ ହାଜର ହେବା ଲାଗି ଗତ ୧୮ ତାରିଖରେ ଇଡି ସମନ ଜାରି କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ସେ ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଉଲ୍ଲେଖ କରିଥିଲେ।
The post କେଜ୍ରିଓ୍ବାଲଙ୍କୁ ପୁଣି ସମନ appeared first on Dharitri Odia News.