ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି ରୋହିତ
ମୁମ୍ବାଇ: ଆକ୍ସନ୍-ପ୍ୟାକ୍ ଫିଲ୍ମ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ବେଶ୍ ଜଣାଶୁଣା। ସମ୍ପ୍ରତି ସେ ତାଙ୍କ ଚଳଚ୍ଚିତ୍ର ‘ସିଙ୍ଘମ୍ ଏଗେନ୍’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ହିନ୍ଦୁଧର୍ମର ପବିତ୍ର ମହାକାବ୍ୟ ରାମାୟଣର କେତେକ ଝଲକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ତେବେ ଫିଲ୍ମକୁ ନେଇ ରୋହିତ ସୋମବାର ଏକ ସାକ୍ଷାତ୍କାର ଦେଇଛନ୍ତି। ଏତେ ସଂଖ୍ୟାରେ ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ସୁଦ୍ଧା କୌଣସି ପୌରାଣିକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ […] The post ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି ରୋହିତ appeared first on Dharitri Odia News.
ମୁମ୍ବାଇ: ଆକ୍ସନ୍-ପ୍ୟାକ୍ ଫିଲ୍ମ ପାଇଁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ବେଶ୍ ଜଣାଶୁଣା। ସମ୍ପ୍ରତି ସେ ତାଙ୍କ ଚଳଚ୍ଚିତ୍ର ‘ସିଙ୍ଘମ୍ ଏଗେନ୍’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ହିନ୍ଦୁଧର୍ମର ପବିତ୍ର ମହାକାବ୍ୟ ରାମାୟଣର କେତେକ ଝଲକ ଦେଖାଇବାକୁ ଚେଷ୍ଟା କରିଛନ୍ତି। ତେବେ ଫିଲ୍ମକୁ ନେଇ ରୋହିତ ସୋମବାର ଏକ ସାକ୍ଷାତ୍କାର ଦେଇଛନ୍ତି। ଏତେ ସଂଖ୍ୟାରେ ଆକ୍ସନ୍ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ସୁଦ୍ଧା କୌଣସି ପୌରାଣିକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ କେବେ ଚିନ୍ତା କରିଛନ୍ତି କି ବୋଲି ତାଙ୍କୁ ଏହି ସାକ୍ଷାତ୍କାରରେ ପଚରାଯାଇଥିଲା। ଉତ୍ତରରେ ରୋହିତ କହିଛନ୍ତି, ଆକ୍ସନ୍ ଫିଲ୍ମଗୁଡ଼ିକରେ ଜଣେ ନିର୍ଦ୍ଦେଶକ ଭାବେ ସେ ନିଜ ମନ ମୁତାବକ ଏକ୍ସପେରିମେଣ୍ଟ କରିପାରନ୍ତି। କିନ୍ତୁ ପୌରାଣିକ ଘଟଣାକ୍ରମକୁ ନେଇ ତାଙ୍କ ନିକଟରେ ଅଧିକ ତଥ୍ୟ ନାହିଁ। ବିଭିନ୍ନ ପୌରାଣିକ କଥାବସ୍ତୁରେ କ’ଣ, କିପରି ଏବଂ କେବେ ଘଟିଥିଲା ତାହା ସେ ଜାଣନ୍ତି ନାହିଁ। ଏଭଳି ସ୍ଥିତିରେ ବିନା କୌଣସି ତଥ୍ୟ ସହ ପୌରାଣିକ ଚଳଚ୍ଚିତ୍ରର ଶୁଟିଂ କରିବା ଅତ୍ୟନ୍ତ କଷ୍ଟକର। କାହାଣୀରେ ଟିକିଏ ମାତ୍ର ଭୁଲ୍ ହେଲେ ବହୁ କୋଟି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚିପାରେ। ତେଣୁ ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ନିଜକୁ ଦୂରେଇ ରଖିଛନ୍ତି ବୋଲି ରୋହିତ କହିଛନ୍ତି।
The post ପୌରାଣିକ ଚଳଚ୍ଚିତ୍ର ନିର୍ମାଣରୁ ଦୂରେଇ ରୁହନ୍ତି ରୋହିତ appeared first on Dharitri Odia News.