କପି କରି ନୟନତାରା ହଟହଟା
ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍ ପ୍ରାଇଭେଟ ଲିମିଟେଡ୍’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ତାମିଲ ଚଳଚ୍ଚିତ୍ର ‘ନାନୁମ୍ ରୋଡି ଧାନ୍’ର କିଛି ଭିଜୁଆଲକୁ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍’ରେ ୩ ସେକେଣ୍ଡ ପାଇଁ ବ୍ୟବହାର କରିଥିଲେ। ତେଣୁ ଧନୁଷ୍ ନୟନତାରାଙ୍କ କମ୍ପାନୀ ‘ରାଉଡି ପିକ୍ଚର୍ସ ଲିମିଟେଡ୍’ ଏବଂ ତାଙ୍କ ସ୍ବାମୀ ଭିଗ୍ନେଶ ଶିବନ୍ଙ୍କ […] The post କପି କରି ନୟନତାରା ହଟହଟା appeared first on Dharitri Odia News.
ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍ ପ୍ରାଇଭେଟ ଲିମିଟେଡ୍’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ତାମିଲ ଚଳଚ୍ଚିତ୍ର ‘ନାନୁମ୍ ରୋଡି ଧାନ୍’ର କିଛି ଭିଜୁଆଲକୁ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍’ରେ ୩ ସେକେଣ୍ଡ ପାଇଁ ବ୍ୟବହାର କରିଥିଲେ। ତେଣୁ ଧନୁଷ୍ ନୟନତାରାଙ୍କ କମ୍ପାନୀ ‘ରାଉଡି ପିକ୍ଚର୍ସ ଲିମିଟେଡ୍’ ଏବଂ ତାଙ୍କ ସ୍ବାମୀ ଭିଗ୍ନେଶ ଶିବନ୍ଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।
ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି, ନୟନତାରା ବିନା ଅନୁମତିରେ ନିଜ ନେଟ୍ଫ୍ଲିକ୍ସ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍’ରେ ‘ନାନୁମ୍ ରୋଡି ଧାନ୍’ର କିଛି ଦୃଶ୍ୟକୁ ବ୍ୟବହାର କରିଛନ୍ତି। ବୁଧବାର ହୋଇଥିବା ଶୁଣାଣିରେ ହାଇକୋର୍ଟ ଉଭୟ ପକ୍ଷର ପ୍ରାଥମିକ ଯୁକ୍ତି ଶୁଣିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଧନୁଷ୍ଙ୍କ ପିଟିଶନର ଜବାବ ରଖିବାକୁ ହାଇକୋର୍ଟ ନୟନତାରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ବିବାଦ ନେଇ ନୟନତାରା ସୋସିଆଲ ମିଡିଆରେ ମୁହଁ ଖୋଲିଥିଲେ। ସେ ନିଜ ଡକ୍ୟୁମେଣ୍ଟାରି ଫିଲ୍ମରେ ‘ନାନୁମ୍ ରୋଡି ଧାନ୍’ ଫିଲ୍ମର କିଛି ଫୁଟେଜ ବ୍ୟବହାର କରିବାକୁ ଧନୁଷ୍ଙ୍କଠାରୁ ଅନୁମତି ମାଗିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଧନୁଷ୍ଙ୍କଠାରୁ ଏହି ଅନୁମତି ମିଳି ନ ଥିଲା। ତେଣୁ ସେ ବାଧ୍ୟ ହୋଇ ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମରେ ୩ ସେକେଣ୍ଡର ଏକ ବିହାଇଣ୍ଡ ଦି ସିନ୍(ବିଟିଏସ୍) ଫୁଟେଜର ବ୍ୟବହାର କରିଥିଲେ। ତେଣୁ ଧନୁଷ୍ ତାଙ୍କୁ ୧୦ କୋଟି ଟଙ୍କାର ଏକ ଆଇନଗତ ନୋଟିସ ପଠାଇଥିଲେ ବୋଲି ନୟନତାରା କହିଥିଲେ। ପ୍ରକାଶ ଯେ, ୨୦୧୫ରେ ରିଲିଜ୍ ହୋଇଥିବା ତାମିଲ ଚଳଚ୍ଚିତ୍ର ‘ନାନୁମ୍ ରୋଡି ଧାନ୍’ରେ ନୟନତାରା ଏବଂ ଧନୁଷ୍ ମୁଖ୍ୟ ଭୂମିକାରେ ଥିଲେ। ନୟନତାରାଙ୍କ ସ୍ବାମୀ ଭିଗ୍ନେଶ ଏହି ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଥିଲେ। ଫିଲ୍ମଟି ଧନୁଷ୍ଙ୍କ ୱଣ୍ଡରବାର ଫିଲ୍ମସ୍ ଦ୍ୱାରା ନିର୍ମିତ ହୋଇଥିଲା।
The post କପି କରି ନୟନତାରା ହଟହଟା appeared first on Dharitri Odia News.