ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା
ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି କାହାପାଇଁ ଭଲ ଯିବ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆସନ୍ତୁ ତାହା ଜାଣିବା। ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଗ୍ରହ ହେଉଛନ୍ତି ଶକ୍ତି, ସାହସ ଏବଂ ଉର୍ଜାର ପ୍ରତୀକ। ଏହି ଗ୍ରହକୁ ଗ୍ରହର ସେନାପତି ବୋଲି କୁହାଯାଏ। ବୈଦିକ ଜ୍ୟୋତିଷ ଅନୁଯାୟୀ, ପ୍ରତି ୪୫ ଦିନରେ ମଙ୍ଗଳ ରାଶି ପରିବର୍ତ୍ତନ କରିଥାନ୍ତି। […] The post ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା appeared first on Dharitri Odia News.
ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୪। ଆସିବ ନୂଆ ବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏମିତିରେ ଅନେକେ ବର୍ଷଟି କାହାପାଇଁ ଭଲ ଯିବ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆସନ୍ତୁ ତାହା ଜାଣିବା।
ଜ୍ୟୋତିଷଶାସ୍ତ୍ରରେ ମଙ୍ଗଳ ଗ୍ରହ ହେଉଛନ୍ତି ଶକ୍ତି, ସାହସ ଏବଂ ଉର୍ଜାର ପ୍ରତୀକ। ଏହି ଗ୍ରହକୁ ଗ୍ରହର ସେନାପତି ବୋଲି କୁହାଯାଏ। ବୈଦିକ ଜ୍ୟୋତିଷ ଅନୁଯାୟୀ, ପ୍ରତି ୪୫ ଦିନରେ ମଙ୍ଗଳ ରାଶି ପରିବର୍ତ୍ତନ କରିଥାନ୍ତି। ୨୦୨୫ରେ ଏହା ୭ ଥର ରାଶି ପରିବର୍ତ୍ତନ କରି। ଏହାର ପ୍ରଭାବ ସମସ୍ତ ୧୨ ରାଶି ଜାତକଧାରୀଙ୍କ ଉପରେ ପଡ଼ିବାକୁ ଥିଲେ ହେଁ ଏଭଳି ୩ ରାଶି ଅଛି ଯାହାଙ୍କ ପାଇଁ ନୂଆ ବର୍ଷ ସଂଘର୍ଷପୂର୍ଣ୍ଣ ହୋଇପାରେ।
-ବୃଷ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ମିଶ୍ରିତ ଫଳ ଆଣିବ। ଏହି ୨୦୨୫ ବର୍ଷ ଆପଣଙ୍କୁ ସାବଧାନ ରହିବାକୁ ହେ। ବିଶେଷକରି ଆପଣଙ୍କୁ ସ୍ବାସ୍ଥ୍ୟର ଯତ୍ନ ନେବାକୁ ହେବ। ରୋଗଗ୍ରସ୍ତ ହେବାର ସମ୍ଭାବନା ରହିଛି। ଚାକିରିରେ ଥିବା ବ୍ୟକ୍ତି ଧନହାନୀର ସମ୍ମୁଖୀନ ହୋଇପାରନ୍ତି। ଋଣ ଦେବା-ନେବା ମହଙ୍ଗା ପଡ଼ିପାରେ। ନବବିବାହିତଙ୍କ ଜୀବନରେ ଚିନ୍ତା ବଢ଼ିପାରେ। ଘରର ବୃଦ୍ଧଙ୍କ ସହ ମତାନ୍ତର ହୋଇପାରେ। ବ୍ୟବସାୟୀଙ୍କର ଆଶା ମୁତାବକ ଲାଭ ମିଳି ନ ପାରେ। ଆତ୍ମବିଶ୍ୱାସର ଅଭାବ ପଡ଼ିପାରେ।
ଧନୁ ରାଶି: ଧନୁ ରାଶି ଜାତକଧାରୀଙ୍କ ପାଇଁ ମଙ୍ଗଳର ରାଶି ପରିବର୍ତ୍ତନ ଆଥିିକ ଏବଂ ବ୍ୟକ୍ତିଗତ ଜୀନରେ ଅସୁବିଧା ଆଣିପାରେ। ଯିଏ ପୂର୍ବରୁ ଋଣ କରିଛନ୍ତି, ସେ ତାହାକୁ ପରିଶୋଧ କରିପାରିେ ନାହିଁ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗିବ ନାହିଁ। ଯୁବକମାନଙ୍କୁ ବନ୍ଧୁଙ୍କ ଝଗଡ଼ା କାରଣରୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଟଙ୍କାପଇସାର ଅଭାବ ପଡ଼ିପାରେ। ଚାକିରି ବଦଳାଇବାର ନିଷ୍ପତ୍ତି ଠିକ୍ ରହିବ ନାହିଁ। ଯେକୌଣସି କାର୍ଯ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ମକର ରାଶି: ଏହି ରାଶିର ବ୍ୟକ୍ତି ୨୦୨୫ରେ ସାବଧାନ ରୁହନ୍ତୁ। ଏହି ସମୟ ଆପଣଙ୍କ ପାଇଁ ସମ୍ପର୍କ ଏବଂ କ୍ୟାରିୟରରେ ସମସ୍ୟା ଆଣିପାରେ। ଅବିବାହିତ ଲୋକଙ୍କର ବିବାହର ସମ୍ଭାବନା କମ୍, ଯିଏ ସମ୍ପର୍କରେ ଅଛନ୍ତି ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଚାକିରି କ୍ଷେତ୍ରରେ ମାଲିକଙ୍କ ସହ ଝଗଡ଼ା ହୋଇପାରେ। କଳା ଏବଂ ସଙ୍ଗୀତ ସହ ଜଡ଼ିତ ଲୋକଙ୍କୁ ଆର୍ଥିକ କ୍ଷତି ହୋଇପାରେ। ଛାତ୍ରଙ୍କ ମନ ପାଠପଢ଼ାରେ ଲାଗି ନ ପାରେ। ଏଣୁ ପରୀକ୍ଷା ଖରାପ ହୋଇପାରେ। ଏହି ସମୟରେ ହେଉଥିବା କାମ ଖରାପ ହୋଇପାରେ।
The post ନୂଆ ବର୍ଷରେ ଏହି ୩ ରାଶିଙ୍କ ଟେନସନ୍ ବଢ଼ାଇବେ ମଙ୍ଗଳ; ଧନହାନୀ ସହ ଆସିପାରେ ଏସବୁ ସମସ୍ୟା appeared first on Dharitri Odia News.