ଭୁଲ ଇଞ୍ଜେକ୍ସନରୁ ମହିଳାଙ୍କ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର
ସୋନପୁର,୧୫।୨(ମୃତ୍ୟୁଞ୍ଜୟ ଶତପଥୀ): ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିବା ସହ ଚିକିତ୍ସାଳୟ ପରିସରରେ ହୋହଲ୍ଲା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋନପୁର ଆଇଆଇସି ରଞ୍ଜିତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚିକିତ୍ସାଳୟ ପରିସରରେ ମୁତୟନ କରାଯାଇଥିଲା। ବୁଝାଶୁଝା କରିବା ପରେ ପରିବାର ଲୋକେ ମହିଳାଙ୍କ ମୃତଦେହ ସତ୍କାର ପାଇଁ ଘରକୁ ନେଇଥିଲେ। […] The post ଭୁଲ ଇଞ୍ଜେକ୍ସନରୁ ମହିଳାଙ୍କ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.
ସୋନପୁର,୧୫।୨(ମୃତ୍ୟୁଞ୍ଜୟ ଶତପଥୀ): ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିବା ସହ ଚିକିତ୍ସାଳୟ ପରିସରରେ ହୋହଲ୍ଲା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋନପୁର ଆଇଆଇସି ରଞ୍ଜିତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚିକିତ୍ସାଳୟ ପରିସରରେ ମୁତୟନ କରାଯାଇଥିଲା। ବୁଝାଶୁଝା କରିବା ପରେ ପରିବାର ଲୋକେ ମହିଳାଙ୍କ ମୃତଦେହ ସତ୍କାର ପାଇଁ ଘରକୁ ନେଇଥିଲେ। ତେବେ ଚିକିତ୍ସାରେ ଅବହେଳା କିମ୍ବା ଭୁଲ ଇଞ୍ଜେକସନ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ଚିକିତ୍ସାଳୟ ପକ୍ଷରୁ ଖଣ୍ଡନ କରାଯାଇଛି।
ବୌଦ୍ଧ ଜିଲା ଜହ୍ନାପଙ୍କ ଅଞ୍ଚଳର ହରିହର ପଟେଲଙ୍କ ସ୍ତ୍ରୀ ଅନୁପମା(୨୭) ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଶନିବାର ସକାଳେ ଘରକୁ ଯିବେ ବୋଲି ଅନୁପମା କୁଆଡେ କହିଥିଲେ।
ହରିହରଙ୍କ କହିବା ଅନୁଯାୟୀ ହଠାତ୍ କୁହାଗଲା ଯେ, ଅନୁପମାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଅଛି। ତାଙ୍କ ଶରୀରର ରଙ୍ଗ ବଦଳି ଗଲାଣି, ସେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି। ସେ ଓ ତାଙ୍କ ସମ୍ପର୍କୀୟମାନେ ଯାଇ ଦେଖିବା ବେଳକୁ ଡାକ୍ତରମାନେ ଅନୁପମାଙ୍କ ଚେଷ୍ଟକୁ ପମ୍ପିଂ କରୁଛନ୍ତି। ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ରୋଗୀଙ୍କ ବିଷୟରେ କିଛି ସୂଚନା ଦିଆଗଲା ନାହିଁ। ପରେ କୁହାଗଲା ତାଙ୍କର ମୃତ୍ୟୁ ହୋଇଛି।
ଡାକ୍ତର, ନର୍ସଙ୍କ ଚିକିତ୍ସାରେ ଅବହେଳା ଓ ଟେଷ୍ଟ ନ କରି ଭୁଲ ଇଞ୍ଜେକସନ ଦେବା କାରଣରୁ ଅନୁପମାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଦାବି କରି ମୃତ ମହିଳାଙ୍କ ସମ୍ପର୍କୀୟମାନେ ଚିକିତ୍ସାଳୟ ପରିସରରେ ହୋହଲ୍ଲା କରିଥିଲେ। ଏହି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ କହିଛନ୍ତି, ମହିଳାଙ୍କ ଗର୍ଭପାତ କରାଇବା ପାଇଁ ପୂର୍ବରୁ ବଟିକା ଖାଇବାକୁ ଦିଆଯାଇଥିଲା। ଏଥିଯୋଗୁ ତାଙ୍କର ରକ୍ତସ୍ରାବ ବନ୍ଦ ହୋଇ ନ ଥିଲା। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସାଳୟ ଅଣାଯାଇଥିଲା। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତାଙ୍କୁ ଆବଶ୍ୟକ ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦ୍ଘାତଜନିତ ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ଗୁରୁ କହିଛନ୍ତି।
The post ଭୁଲ ଇଞ୍ଜେକ୍ସନରୁ ମହିଳାଙ୍କ ମୃତ୍ୟୁ: ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.