‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୨: ଥରେ କ’ଣ, ହଜାରେ ଥର ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାରେ ଅସୁବିଧା କେଉଁଠି। କାରଣ ଏଥିରେ କିଛି ଫରକ ପଡେନା ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି। ସବୁ ଧର୍ମରେ ଆପଣଙ୍କୁ ୫ରୁ ୧୦ଜଣ ଲୋକ ମିଳିଯିବେ ଯେଉଁମାନେ ବିପରିତ ଧର୍ମର ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ। ମୋତେ ସେଥିରେ କୌଣସି ଆପତ୍ତି ନାହିଁ ବୋଲି ଶାମି କହିଛନ୍ତି। ୩୩ ବର୍ଷୀୟ ଶାମି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ […] The post ‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି appeared first on Dharitri Odia News.

‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୨: ଥରେ କ’ଣ, ହଜାରେ ଥର ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାରେ ଅସୁବିଧା କେଉଁଠି। କାରଣ ଏଥିରେ କିଛି ଫରକ ପଡେନା ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି। ସବୁ ଧର୍ମରେ ଆପଣଙ୍କୁ ୫ରୁ ୧୦ଜଣ ଲୋକ ମିଳିଯିବେ ଯେଉଁମାନେ ବିପରିତ ଧର୍ମର ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ। ମୋତେ ସେଥିରେ କୌଣସି ଆପତ୍ତି ନାହିଁ ବୋଲି ଶାମି କହିଛନ୍ତି।

୩୩ ବର୍ଷୀୟ ଶାମି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, ‘ରାମ ମନ୍ଦିର ହେଉଛି ତ ଜୟ ଶ୍ରୀରାମ କହିବାର ଅସୁବିଧା କେଉଁଠି…୧୦୦୦ ଥର କୁହ। ଯଦି ମୋତେ ଅଲ୍ଲାହୁ ଅକବର କରିବାକୁ ଥାଏ ତେବେ ମୁଁ ୧୦୦୦ ଥର କହିବି…ଏଥିରେ କ’ଣ ଫରକ ପଡ଼ିଥାଏ।’

ସେହିଭଳି ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋକୁ ସଜଦା ବେଳର ବୋଲି କହି ଭାଇରାଲ କରାଯିବା ପ୍ରସଙ୍ଗରେ ସେ କହିଛନ୍ତି, ମୁଁ ଭାବୁଛି ମୁଁ ଲଗାତର ୫ମ ଓଭର ପକାଉଥିଲି। ନିଜ କ୍ଷମତାଠାରୁ ଅଧିକ ବଳ ଲଗାଇ ବୋଲିଂ କରୁଥିଲି। ମୁଁ ଥକି ଯାଇଥିଲି। ଯେତେବେଳେ ମୋତେ ୫ମ ଉଇକେଟ ମିଳିଲା ମୁଁ ଆଣ୍ଠୁମାଡ଼ି ବସିଯାଇଥିଲି। କେହିଜଣେ ମୋତେ ଧକ୍କା ଦେବା ପରେ ମୁଁ ଟିକିଏ ଆଗକୁ ଆସିଥିଲି। ହେଲେ ସେହି ଫଟୋ ଭାଇରାଲ ହୋଇଥିଲା। ଲୋକେ ଭାବିଲେ ପ୍ରାର୍ଥନା କରୁଛି। ହେଲେ ନା। ଏତିକି କହିବାକୁ ଚାହିଁବି ଦୟାକରି ଏଭଳି ଆଲୋଚନା ବନ୍ଦ କରନ୍ତୁ।

The post ‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି appeared first on Dharitri Odia News.