ରାମଲାଲାଙ୍କୁ ଦର୍ଶନ କରି ସରଜୁ ତଟରେ ଆଳତୀ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜି ଅଯୋଧ୍ୟା ଗସ୍ତରେ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡ଼ା ସୁରକ୍ଷାରେ ସେ ଆଜି ଅଯୋଧ୍ୟା ଯାଇଥିଲେ। ରାମ ମନ୍ଦିରକୁ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରି ଆଶିଷ ମାଗିଥିଲେ।
ଆଜି ଅଯୋଧ୍ୟା ଗସ୍ତରେ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡ଼ା ସୁରକ୍ଷାରେ ସେ ଆଜି ଅଯୋଧ୍ୟା ଯାଇଥିଲେ। ରାମ ମନ୍ଦିରକୁ ଯାଇ ରାମଲଲ୍ଲାଙ୍କୁ ଦର୍ଶନ କରି ଆଶିଷ ମାଗିଥିଲେ। ରାଷ୍ଟ୍ରପତି ଏହା ସହିତ ସରଜୁ ନଦୀ କୂଳକୁ ଯାଇ ଆଳତୀରେ ମଧ୍ୟ ସାମିଲ ହୋଇଛନ୍ତି। ତାଙ୍କର ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ, ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା। ତାଙ୍କର ଏଭଳି ମନ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ସାଧାରଣ ସଂପାଦକ ଚମ୍ପତ୍ତ ରାୟ।
ଚମ୍ପତ ରାୟ କହିଥିଲେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଭାରତର ପ୍ରଗତିରେ ସହଯୋଗ କରିଥିବା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସହ ମନ୍ଦିର ନିର୍ମାଣରେ ଜଡ଼ିତ ଶ୍ରମିକମାନଙ୍କୁ ବି ନିମନ୍ତ୍ରଣ ଦିଆଯାଇଥିଲା।