ଶୋଇଥିବାବେଳେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ହାତୀ, ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଚାଲିଗଲା
ଭବାନୀପାଟଣା/ଲାଞ୍ଜିଗଡ଼,୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ କାଦୋମାଳିରେ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚାଷଜମିରେ ଘର କରି ରହିଥିବା ଦୋରାସାର୍ଲି ଗାଁର ମାଗାନା ମାଝୀ (୬୩) ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ (୬୦)ଙ୍କୁ ଏକ ଜଙ୍ଗଲୀ ହାତୀ ପାଦରେ ଦଳି ଦେଇଛି। ପ୍ରକାଶ ଯେ,ଚାଷ କରିଥିବା ଫସଲର ସୁରକ୍ଷା ପାଇଁ କାଦୋମାଳିରେ ସେମାନେ ଏକ ଘର ତିଆରି କରି […] The post ଶୋଇଥିବାବେଳେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ହାତୀ, ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଚାଲିଗଲା appeared first on Dharitri Odia News.
ଭବାନୀପାଟଣା/ଲାଞ୍ଜିଗଡ଼,୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ କାଦୋମାଳିରେ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚାଷଜମିରେ ଘର କରି ରହିଥିବା ଦୋରାସାର୍ଲି ଗାଁର ମାଗାନା ମାଝୀ (୬୩) ଓ ତାଙ୍କ ସ୍ତ୍ରୀ ଗାଦ ମାଝୀ (୬୦)ଙ୍କୁ ଏକ ଜଙ୍ଗଲୀ ହାତୀ ପାଦରେ ଦଳି ଦେଇଛି।
ପ୍ରକାଶ ଯେ,ଚାଷ କରିଥିବା ଫସଲର ସୁରକ୍ଷା ପାଇଁ କାଦୋମାଳିରେ ସେମାନେ ଏକ ଘର ତିଆରି କରି ରହିଥିଲେ। ତାଙ୍କ ସହିତ ତାଙ୍କର ପୁଅ ଓ ଅନ୍ୟ ଦୁଇ ସମ୍ପର୍କୀୟ ବି ଥିଲେ। ଶନିବାର ବିଳମ୍ବିତ ରାତିରେ ସେମାନେ ଶୋଇଥିବାବେଳେ ଏକ ଦନ୍ତାହାତୀ ସେମାନଙ୍କ ଘର ଭଙ୍ଗାରୁଜା କରିବା ସହିତ ଶୋଇଥିବା ମୁଗାନା ଓ ଗାଦଙ୍କୁ ପାଦରେ ଦଳି ଦେଇଥିଲା। କେବଳ ସେତିକି ନୁହେଁ, ହିଂସ୍ର ହୋଇ ପଡ଼ିଥିବା ହାତୀଟି ଉଭୟଙ୍କ ସହିତ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଫୋଫାଡ଼ି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ତେବେ ସେଠାରେ ଥିବା ମୃତ ମୁଗାନାଙ୍କ ପୁଅ ସମେତ ଅନ୍ୟ ଦୁଇଜଣ ଜୀବନ ବିକଳରେ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ସେମାନଙ୍କଠାରୁ ଖବର ପାଇ ରବିବାର ସକାଳେ ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ତେବେ ବନବିଭାଗର ଅବହେଳା ଯୋଗୁ ହାତୀ ମଣିଷ ମୁହାଁମୁହିଁ ହେଉଥିବାବେଳେ ହାତୀ ଆକ୍ରମଣର ଏହି ବୀଭତ୍ସ ଦୃଶ୍ୟକୁ ଦେଖି ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। କିଛି ସମୟ ଧରି ବନବିଭାଗ ଓ ପରିବାରବର୍ଗ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ବେଶ କିଛି ସମୟ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବାବେଳେ ପରିବାରବର୍ଗଙ୍କୁ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ସ୍ଥିତି ଶାନ୍ତ ପଡିଥିଲା।
The post ଶୋଇଥିବାବେଳେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ହାତୀ, ଅଙ୍ଗ ପ୍ରତ୍ୟଙ୍ଗକୁ ଏଣେତେଣେ ଫିଙ୍ଗି ଚାଲିଗଲା appeared first on Dharitri Odia News.