ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା, ବର୍ତ୍ତମାନର ଅଧ୍ୟକ୍ଷ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୮: ମଙ୍ଗଳବାର ଇଣ୍ଟର ନ୍ୟାଶନାଲ କ୍ରିକେଟ କାଉନସିଲ ବା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୈଠକ ହୋଇଥିଲା ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନର ଆଇସିସି ଚେୟାରମ୍ୟାନ ଗ୍ରେଗ ବାରକଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେଉଛି ଏବଂ ସେ ତୃତୀୟ ତୃତୀୟ କାଯ୍ରକାଳ ରେସରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ବାରକଲେ ତାଙ୍କ ପଦରେ ଆଉ କିଛି ମାସ ରହିବେ। ଏହି ଖବର ପରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଚିବ ଜୟ […] The post ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା, ବର୍ତ୍ତମାନର ଅଧ୍ୟକ୍ଷ ନେଲେ ବଡ ନିଷ୍ପତ୍ତି appeared first on Dharitri Odia News.

ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା, ବର୍ତ୍ତମାନର ଅଧ୍ୟକ୍ଷ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୮: ମଙ୍ଗଳବାର ଇଣ୍ଟର ନ୍ୟାଶନାଲ କ୍ରିକେଟ କାଉନସିଲ ବା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୈଠକ ହୋଇଥିଲା ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନର ଆଇସିସି ଚେୟାରମ୍ୟାନ ଗ୍ରେଗ ବାରକଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେଉଛି ଏବଂ ସେ ତୃତୀୟ ତୃତୀୟ କାଯ୍ରକାଳ ରେସରୁ ନିଜକୁ ଦୂରେଇ ରଖିଛନ୍ତି। ତେବେ ବାରକଲେ ତାଙ୍କ ପଦରେ ଆଉ କିଛି ମାସ ରହିବେ। ଏହି ଖବର ପରେ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଶାହା ଏହି ପଦବୀ ପାଇଁ ନିଜର ଦାବି ଉପସ୍ଥାପନ କରିବେ କି ନାହିଁ ତାହା ଅଗଷ୍ଟ ୨୭ରେ ସ୍ପଷ୍ଟ ହୋଇଯିବ, କାରଣ ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବାର ଏହା ଶେଷ ତାରିଖ।
ଆଇସିସି ଚେୟାରମ୍ୟାନଙ୍କ ପାଇଁ ନାମାଙ୍କନ ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, କାରଣ ଏହା ଏକ ପୋଷ୍ଟ ଯାହା କ୍ରିକେଟ ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଏ। ଏହି ପଦ ପାଇଁ ଭାରତର ଜୟ ଶାହାଙ୍କ ନାମ ମଧ୍ୟ ଆସୁଛି।ସୂଚନାଯୋଗ୍ୟ, ଜୟ ଶାହା ବର୍ତ୍ତମାନ ବିସିସିଆଇର ସଚିବ ଏବଂ ଏସିସିର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଡିସେମ୍ବର ୧, ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୩ବର୍ଷ ପାଇଁ ହେବ।

The post ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା, ବର୍ତ୍ତମାନର ଅଧ୍ୟକ୍ଷ ନେଲେ ବଡ ନିଷ୍ପତ୍ତି appeared first on Dharitri Odia News.