ଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ, ଇସ୍ରାଏଲକୁ ଦେଲା ଏମିତି ଧମକ
ତେହରାନ,୩୧।୭: ଇରାନରେ ହୋଇଥିବା ଆକ୍ରମଣରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ଘଟିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ହାନିଆ ତେହେରାନରେ ପହଞ୍ଚିଥିଲେ। ତେହେରାନରେ ହୋଇଥିବା ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟି କରିନାହାଁନ୍ତି । ତେବେ ଏହି ଆକ୍ରମଣ ପାଇଁ ଇରାନ ଗଣମାଧ୍ୟମ ଇସ୍ରାଏଲକୁ ଦାୟୀ କରୁଛି। ଅନ୍ୟପକ୍ଷରେ ଏହାର ମୁଖ୍ୟ ହାନିଆଙ୍କ ମୃତ୍ୟୁକୁ ନେଇ ହମାସ ମଧ୍ୟ ପ୍ରତିକ୍ରିୟା ରଖିଛି। ହମାସ ଅନୁବନ୍ଧିତ ଶେହବ […] The post ଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ, ଇସ୍ରାଏଲକୁ ଦେଲା ଏମିତି ଧମକ appeared first on Dharitri Odia News.
ତେହରାନ,୩୧।୭: ଇରାନରେ ହୋଇଥିବା ଆକ୍ରମଣରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ଘଟିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ହାନିଆ ତେହେରାନରେ ପହଞ୍ଚିଥିଲେ। ତେହେରାନରେ ହୋଇଥିବା ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ ଦାୟି କରିନାହାଁନ୍ତି । ତେବେ ଏହି ଆକ୍ରମଣ ପାଇଁ ଇରାନ ଗଣମାଧ୍ୟମ ଇସ୍ରାଏଲକୁ ଦାୟୀ କରୁଛି।
ଅନ୍ୟପକ୍ଷରେ ଏହାର ମୁଖ୍ୟ ହାନିଆଙ୍କ ମୃତ୍ୟୁକୁ ନେଇ ହମାସ ମଧ୍ୟ ପ୍ରତିକ୍ରିୟା ରଖିଛି। ହମାସ ଅନୁବନ୍ଧିତ ଶେହବ ନ୍ୟୁଜ ଆଉଟଲେଟ ହମାସର ଅଧିକାରୀ ମୋସା ଆବୁ ମାରଜୌକଙ୍କ ଉଦ୍ଧେଶ୍ୟରେ କହିଛି ଯେ ଏହି ହତ୍ୟା ଏକ ଭୟଭୀତ କାର୍ଯ୍ୟ। କେବଳ ଏତିକି ନୁହେଁ, ହମାସ କହିଛନ୍ତି ଯେ ଇସମାଇଲ ହାନିଆଙ୍କ ମୃତ୍ୟୁ ବୃଥା ହେବ ନାହିଁ। ଏହି ଆକ୍ରମଣ ପାଇଁ ପ୍ରତିଶୋଧ ନେବାକୁ ହମାସ ଧମକ ଦେଇଛି।
The post ଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ, ଇସ୍ରାଏଲକୁ ଦେଲା ଏମିତି ଧମକ appeared first on Dharitri Odia News.