ବିବାହର ୧୨ ଦିନ ପରେ ପତିଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ କୋଟିପତି ଅଭିନେତ୍ରୀ ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶେଷକରି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୁନମଙ୍କ ଦେହାନ୍ତ ଖବର ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ତାଙ୍କର ପ୍ରଶଂସକମାନେ ଏହାକୁ ବିଶ୍ୱାସ କରିପାରିବେ ନାହାଁନ୍ତି। ସେ ସର୍ବଦା ଗୋଟିଏ ଜିନିଷ ପାଇଁ ହେଡଲାଇନର ଏକ ଅଂଶ ହୋଇଆସୁଛନ୍ତି। ସେ ତାଙ୍କ ବିବାହ ବିଷୟକୁ ନେଇ ଚର୍ଚ୍ଚାରେ ଥିଲେ। ପୁନମଙ୍କ ବିବାହ ୧୨ ଦିନ ମଧ୍ୟ ତିଷ୍ଠି ରହିପାରିଲା ନାହିଁ […] The post ବିବାହର ୧୨ ଦିନ ପରେ ପତିଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ କୋଟିପତି ଅଭିନେତ୍ରୀ ପୁନମ appeared first on Dharitri Odia News.

ବିବାହର ୧୨ ଦିନ ପରେ ପତିଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ କୋଟିପତି ଅଭିନେତ୍ରୀ ପୁନମ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିଶେଷକରି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୁନମଙ୍କ ଦେହାନ୍ତ ଖବର ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ତାଙ୍କର ପ୍ରଶଂସକମାନେ ଏହାକୁ ବିଶ୍ୱାସ କରିପାରିବେ ନାହାଁନ୍ତି। ସେ ସର୍ବଦା ଗୋଟିଏ ଜିନିଷ ପାଇଁ ହେଡଲାଇନର ଏକ ଅଂଶ ହୋଇଆସୁଛନ୍ତି। ସେ ତାଙ୍କ ବିବାହ ବିଷୟକୁ ନେଇ ଚର୍ଚ୍ଚାରେ ଥିଲେ। ପୁନମଙ୍କ ବିବାହ ୧୨ ଦିନ ମଧ୍ୟ ତିଷ୍ଠି ରହିପାରିଲା ନାହିଁ । ଯେଉଁଥିପାଇଁ ସେ ତାଙ୍କର ଦୀର୍ଘ ସମୟର ପ୍ରେମିକକୁ ଛାଡିଥିଲେ।
ଅଭିନେତ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ସାମ ବମ୍ବେଙ୍କୁ ୨୦୨୦ରେ ବିବାହ କରିଥିଲେ। ଖେୁବ ବଧୁମଧାମରେ ସେ ଏହି ବିବାହ କରିଥିଲେ। କିନ୍ତୁ କିଏ ଜାଣିଥିଲା ଯେ ଏହି ବିବାହ କେବଳ କିଛି ଦିନ ପର୍ଯ୍ୟନ୍ତ ଚାଲିବ। ବିବାହର ମାତ୍ର ୧୨ ଦିନ ପରେ ପୁନମ ସାମଙ୍କଠାରୁ ଅଲଗା ହୋଇଥିଲେ।
ବିବାହ ପରେ ପୁନମ ଏବଂ ସାମ ହନିମୁନ ପାଇଁ ଗୋଆ ଯାଇଥିଲେ। ଏହାପରେତାଙ୍କ ଉପରେ ସ୍ବାମୀ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ ଏବଂ ଗୋଆରେ ମଧ୍ୟ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ ସାମଙ୍କୁ ଗୋଆ ପୋଲିସ ଗିରଫ କରିଥିଲା। ତେବେ ପରେ ସେ ଜାମିନ ପାଇଥିଲେ। ଏହା ପରେ ଦମ୍ପତି ଅଲଗା ହୋଇଗଲେ।
ପୁନମ ସାମଙ୍କଠାରୁ ଅଲଗା ହେବା ବିଷୟରେ କହିଥିଲେ – ବର୍ତ୍ତମାନ ମୁଁ ଆଉ ତାଙ୍କ ପାଖକୁ ଯିବାକୁ ଚାହୁଁ ନାହିଁ। ମୁଁ ଭାବୁନାହିଁ ଯେ ସେହି ବ୍ୟକ୍ତିଙ୍କ ନିକଟକୁ ଫେରିବା ଏକ ବୁଦ୍ଧିମାନ ନିଷ୍ପତ୍ତି, ଯିଏ କିଛି ଚିନ୍ତା ନକରି ତୁମକୁ ପଶୁ ପରି ପିଟିଛି।

The post ବିବାହର ୧୨ ଦିନ ପରେ ପତିଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ କୋଟିପତି ଅଭିନେତ୍ରୀ ପୁନମ appeared first on Dharitri Odia News.