ହୋଲି ସ୍ବତନ୍ତ୍ର ଟ୍ରେନ୍‌ରେ ଠକେଇ ସମ୍ଭାବନା, ଯାତ୍ରୀଙ୍କ ହେଲ୍ପଲାଇନ ନମ୍ବର ୧୩୯ ଜାରି

ଭୁବନେଶ୍ୱର,୨୫।୩(ଅନୁରାଧା ମହାରଣା): ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ ପାଇଁ ବିଭିନ୍ନ ପଦକ୍ଷେପ ଗହଣ କରୁଥିବାବେଳେ ହୋଲି ଅବସରରେ ସ୍ବତନ୍ତ୍ର ରେଳ ଚଳାଚଳ କରିବ। ତେବେ ଏହି ଯାତ୍ରା ସମୟରେ କୌଣସି ଯାତ୍ରୀ ଯେପରି ଖାଦ୍ୟପାନୀୟ କିଣାରେ ଠକାମିର ଶିକାର ନ ହୁଅନ୍ତି ସେନେଇ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାର ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳପଥ ଏକ ସାଧାରଣ ହେଲ୍ପଲାଇନ ନମ୍ବର ୧୩୯ ଜାରି କରିଛି। ରେଲଓ୍ବେର କୌଣସି ବିକ୍ରେତାଙ୍କ […] The post ହୋଲି ସ୍ବତନ୍ତ୍ର ଟ୍ରେନ୍‌ରେ ଠକେଇ ସମ୍ଭାବନା, ଯାତ୍ରୀଙ୍କ ହେଲ୍ପଲାଇନ ନମ୍ବର ୧୩୯ ଜାରି appeared first on Dharitri Odia News.

ହୋଲି ସ୍ବତନ୍ତ୍ର ଟ୍ରେନ୍‌ରେ ଠକେଇ ସମ୍ଭାବନା, ଯାତ୍ରୀଙ୍କ ହେଲ୍ପଲାଇନ ନମ୍ବର ୧୩୯ ଜାରି

ଭୁବନେଶ୍ୱର,୨୫।୩(ଅନୁରାଧା ମହାରଣା): ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ ପାଇଁ ବିଭିନ୍ନ ପଦକ୍ଷେପ ଗହଣ କରୁଥିବାବେଳେ ହୋଲି ଅବସରରେ ସ୍ବତନ୍ତ୍ର ରେଳ ଚଳାଚଳ କରିବ। ତେବେ ଏହି ଯାତ୍ରା ସମୟରେ କୌଣସି ଯାତ୍ରୀ ଯେପରି ଖାଦ୍ୟପାନୀୟ କିଣାରେ ଠକାମିର ଶିକାର ନ ହୁଅନ୍ତି ସେନେଇ ଭାରତୀୟ ରେଳପଥ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାର ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳପଥ ଏକ ସାଧାରଣ ହେଲ୍ପଲାଇନ ନମ୍ବର ୧୩୯ ଜାରି କରିଛି।

ରେଲଓ୍ବେର କୌଣସି ବିକ୍ରେତାଙ୍କ ବିଷୟରେ ଅଭିଯୋଗ କରିବାକୁ୍‌ ପ୍ରଥମେ ଯାତ୍ରୀଙ୍କୁ ରେଲଓ୍ବେର ହେଲ୍ପଲାଇନ ନମ୍ବର ୧୩୯ ଡାଏଲ କରିବାକୁ ପଡିବ। ଏହା ପରେ ଠକେଇ ବିଷୟରେ ଅଭିଯୋଗ କରିବାକୁ ୯ ଦବାଇବାକୁ ପଡିବ। ଯାତ୍ରୀ ଅଭିଯୋଗକୁ ଠିକ୍‌ ଭାବରେ ପହଞ୍ଚାଇବା ପାଇଁ ବିକ୍ରେତାଙ୍କ ନାମ, ଷ୍ଟଲ ନମ୍ବର, ପ୍ଲାଟଫର୍ମ ନମ୍ବର, ଷ୍ଟେଶନ ଟାଇମିଂ ଆଦି ସମ୍ପର୍କରେ ସୂଚନା ଦେବା ଜରୁରୀ। ଏହା ସାହାଯ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହୋଇପାରିବ।

ସୂଚନାଥାଉକି, ରେଳ ଷ୍ଟେଶନ ପରିସରରେ କିମ୍ବା ଟ୍ରେନ ଭିତରେ ଉପଲବ୍ଧ ସୁବିଧା ପାଇବାକୁ ଚେଷ୍ଟା କରି ଅନେକ ଯାତ୍ରୀ ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହୋଲି ପାଇଁ ଚାଲୁଥିବା ସ୍ବତନ୍ତ୍ର ଟ୍ରେନରେ ବିକ୍ରେତାମାନେ ଖାଦ୍ୟ ସାମଗ୍ରୀ ପାଇଁ ଏମ୍‌ଆର୍‌ପିଠାରୁ ଅଧିକ ଟଙ୍କା ମାଗନ୍ତି। ଏହା ଏକ ଆଇନଗତ ଅପରାଧ ହୋଇଥିବାରୁ ଏନେଇ ଗ୍ରାହକ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ କୁହାଯାଇଛି। ଅଧିକାଂଶ ଟ୍ରେନ କୌଣସି ଷ୍ଟେଶନରେ ଅଟକିଯିବା ମାତ୍ରେ ଲୋକମାନେ ପ୍ଲାଟଫର୍ମରୁ ଓହ୍ଲାଇ ଚା ଏବଂ ସ୍ନାକ୍ସ ନେଇଥାନ୍ତି।

ଏଭଳି ପରିସ୍ଥିତିରେ ସେମାନଙ୍କ ନିକଟରେ କିଣାକିଣି ଓ ମୂଲଚାଲ ପାଇଁ କମ୍‌ ସମୟ ଥାଏ। ଠକେଇର ଶିକାର ହୋଇଥିବା ଯାତ୍ରୀ ରେଳପଥର ‘ରେଳ ମଦଦ୍‌’ ଆପ୍‌ ମଧ୍ୟ ବ୍ୟବହାର କରିପାରିବେ। ରେଳପଥର ବ୍ୟବସ୍ଥା ଅନୁଯାୟୀ ସେହି ଅସାଧୁ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯଦି ଯାତ୍ରୀଙ୍କର ଟ୍ରେନ ଛାଡ଼ିବାକୁ ଅଧିକ ସମୟ ଅଛି, ସେ ଷ୍ଟେଶନମାଷ୍ଟର କିମ୍ବା ରେଳ ପ୍ଲାଟଫର୍ମରେ ଉପସ୍ଥିତ ଥିବା କୌଣସିି ରେଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିପାରିବେ।

The post ହୋଲି ସ୍ବତନ୍ତ୍ର ଟ୍ରେନ୍‌ରେ ଠକେଇ ସମ୍ଭାବନା, ଯାତ୍ରୀଙ୍କ ହେଲ୍ପଲାଇନ ନମ୍ବର ୧୩୯ ଜାରି appeared first on Dharitri Odia News.