ସୁନା ଚୋରାଚାଲାଣ ମାମଲା : ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ
ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲାଣ ମାମଲାରେ ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ । ଡାଇରେକ୍ଟୋରେଟ... The post ସୁନା ଚୋରାଚାଲାଣ ମାମଲା : ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ appeared first on .
ନନ୍ଦିଘୋଷ ବ୍ୟୁରୋ : ସୁନା ଚୋରାଚାଲାଣ ମାମଲାରେ ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ । ଡାଇରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍ଆଇ)ର ଯୁକ୍ତି ପରେ ବେଙ୍ଗାଲୁରୁସ୍ଥିତ ଇକୋନୋମିକ୍ ଅଫେନ୍ସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାନ୍ୟାଙ୍କୁ ଜେରା ସମୟରେ ଏକ ବଡ଼ ସୁନା ଚୋରାଚାଲାଣ ଗ୍ୟାଙ୍ଗ ସହ ତାଙ୍କ ସମ୍ପର୍କ ସମ୍ବନ୍ଧରେ ଜଣାପଡ଼ିପାରେ ବୋଲି ଡିଆର୍ଆଇର ଓକିଲ କହିଥିଲେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ ରହିଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍ଓପି)ରେ ବଡ଼ଧରଣର ପରିବର୍ତ୍ତନ କରିବା ପାଇଁ କର୍ନାଟକ ସରକାର ପ୍ରସ୍ତୁତ ହେଉଛନ୍ତି।
ପୋଲିସ ସୂତ୍ର ଅନୁଯାୟୀ, ରାନ୍ୟା ରାଓ ଗତ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଗସ୍ତ କରିଥିବା ଜାଣିବା ପରେ ପୋଲିସ ସନ୍ଦେହ କରିଥିଲା। ଏହା ପରେ, ତାଙ୍କୁ ପ୍ରଥମେ ତଦନ୍ତ ପାଇଁ ଏବଂ ପରେ ପଚରାଉଚରା ପାଇଁ ଅଟକାଯାଇଥିଲା। ଏହି ସମୟ ମଧ୍ୟରେ, ପୋଲିସ ତାଙ୍କଠାରୁ ବିପୁଳ ପରିମାଣର ସୁନା ଉଦ୍ଧାର କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ଅବତରଣ କରିବା ପରେ, ରାଓ କଥିତ ଭାବରେ ନିଜକୁ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକଙ୍କ ଝିଅ ବୋଲି ଦାବି କରିଥିଲେ ଏବଂ ତାଙ୍କୁ ଘରକୁ ଛାଡିବା ପାଇଁ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ କହିଥିଲେ।
The post ସୁନା ଚୋରାଚାଲାଣ ମାମଲା : ୩ ଦିନିଆ ରିମାଣ୍ଡରେ ଗଲେ ଅଭିନେତ୍ରୀ ରାନ୍ୟା ରାଓ appeared first on .