୯ ଦିନ ପର୍ଯ୍ୟନ୍ତ ରହସ୍ୟମୟୀ ଭୂମିକମ୍ପ; ଥରି ଉଠିଥିଲା ପୃଥିବୀ, ଏବେ ଜଣା ପଡ଼ିଲା ଅସଲ କାରଣ

ନୂଆଦିଲ୍ଲୀ 14/09 : ୨୦୨୩ ମସିହା, ସେପ୍ଟେମ୍ବରର ଘଟଣା।  ଗ୍ରୀନ୍‌ଲାଣ୍ଡରେ ସଂଘଟିତ  ଗୋଟିଏ ଭୂସ୍ଖଳନ ସୃଷ୍ଟି କରିଥିଲା ଭୟଙ୍କର ସୁନାମି ।  ଏହି ସୁନାମି ୯ ଦିନ ଧରି ସାରା ପୃଥିବୀକୁ ଥରାଇଥିଲା ।  ଏହି ଭୟାନକ ଭୂକମ୍ପ ଘଟଣାକୁ ସମଗ୍ର ବିଶ୍ୱର ଭୂକମ୍ପ  ସେନ୍‌ସର ଦ୍ୱାରା ଧରାଯାଇଥିଲା । କିନ୍ତୁ ଏତେ ଅନନ୍ୟ  ଥିଲା ଯେ ଗବେଷକମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ  ଏହାର କାରଣ ଜାଣି ପାରିନଥିଲେ ।  ୟୁନିଭର୍ସିଟି କଲେଜ ଲଣ୍ଡନ୍‌ର ଗବେଷକ  ଷ୍ଟିଫେନ୍‌ ହିକ୍ସ କହିଛନ୍ତି, ଏହି ଭୟଙ୍କର ଭୂକମ୍ପ  ଘଟଣା ବିଷୟରେ ଆମେ କହୁଥିଲୁ- ସଙ୍କେତ  ଏବେ ବି ଆସୁଛି । ଏହା ଭୂକମ୍ପଠୁ ସମ୍ପୂର୍ଣ୍ଣ  ଭିନ୍ନ । ଏହାକୁ ଆମେ ଅନ୍‌ଆଇଡେଣ୍ଟିଫାଏଡ୍‌  ସେସ୍‌ମିକ ଅବ୍‌ଜେକ୍ଟ (ଅଜଣା ଭୂକମ୍ପୀୟ  ବସ୍ତୁ) ବା ୟୁଏସ୍‌ଓ ବୋଲି ସମ୍ବୋଧନ କଲୁ ।  ୯ ଦିନ ଧରି ପ୍ରତି ୯୦ ସେକେଣ୍ଡ୍‌ରେ ଏହା  ଜଣାପଡୁଥିଲା ।’ ହିକ୍ସଙ୍କ କହିବା ଅନୁସାରେ, ଭୂକମ୍ପ  ସଙ୍କେତ ସାଧାରଣତଃ ମାତ୍ର କିଛି ମିନିଟ୍‌  ପର୍ଯ୍ୟନ୍ତ ରହେ । କିନ୍ତୁ ୯ ଦିନ ଧରି ପ୍ରତି  ୯୦ ସେକେଣ୍ଡ୍‌ରେ ଏହି ଘଟଣାର  ପୁନରାବୃତ୍ତି ହେଉଥିଲା । ଏବେ ଏହି  ରହସ୍ୟର ସମାଧାନ ହୋଇଛି । ୧୫ ଦେଶର ୭୦ବୈଜ୍ଞାନିକଙ୍କ  ପ୍ରୟାସ ଯୋଗୁ ଏହା ସଫଳ  ହୋଇପାରିଛି ।  ୨୦୨୩, ସେପ୍ଟେମ୍ବରରେ ଗ୍ରୀନ୍‌ଲାଣ୍ଡରେ ଏକ  ଭୂସ୍ଖଳନ ହୋଇଥିଲା। ଫଳରେ ଏକ ଗ୍ଲେସିଅର ପାହାଡ଼  ଭୁଶୁଡ଼ି ପଡ଼ିଥିଲା । ଏହି ଭୂସ୍ଖଳନ ୨୦୦ ମିଟର ଅ

୯ ଦିନ ପର୍ଯ୍ୟନ୍ତ ରହସ୍ୟମୟୀ ଭୂମିକମ୍ପ; ଥରି ଉଠିଥିଲା ପୃଥିବୀ, ଏବେ ଜଣା ପଡ଼ିଲା ଅସଲ କାରଣ

ନୂଆଦିଲ୍ଲୀ 14/09 : ୨୦୨୩ ମସିହା, ସେପ୍ଟେମ୍ବରର ଘଟଣା।  ଗ୍ରୀନ୍‌ଲାଣ୍ଡରେ ସଂଘଟିତ  ଗୋଟିଏ ଭୂସ୍ଖଳନ ସୃଷ୍ଟି କରିଥିଲା ଭୟଙ୍କର ସୁନାମି ।  ଏହି ସୁନାମି ୯ ଦିନ ଧରି ସାରା ପୃଥିବୀକୁ ଥରାଇଥିଲା ।  ଏହି ଭୟାନକ ଭୂକମ୍ପ ଘଟଣାକୁ ସମଗ୍ର ବିଶ୍ୱର ଭୂକମ୍ପ  ସେନ୍‌ସର ଦ୍ୱାରା ଧରାଯାଇଥିଲା । କିନ୍ତୁ ଏତେ ଅନନ୍ୟ  ଥିଲା ଯେ ଗବେଷକମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ  ଏହାର କାରଣ ଜାଣି ପାରିନଥିଲେ । 

 ୟୁନିଭର୍ସିଟି କଲେଜ ଲଣ୍ଡନ୍‌ର ଗବେଷକ  ଷ୍ଟିଫେନ୍‌ ହିକ୍ସ କହିଛନ୍ତି, ଏହି ଭୟଙ୍କର ଭୂକମ୍ପ  ଘଟଣା ବିଷୟରେ ଆମେ କହୁଥିଲୁ- ସଙ୍କେତ  ଏବେ ବି ଆସୁଛି । ଏହା ଭୂକମ୍ପଠୁ ସମ୍ପୂର୍ଣ୍ଣ  ଭିନ୍ନ । ଏହାକୁ ଆମେ ଅନ୍‌ଆଇଡେଣ୍ଟିଫାଏଡ୍‌  ସେସ୍‌ମିକ ଅବ୍‌ଜେକ୍ଟ (ଅଜଣା ଭୂକମ୍ପୀୟ  ବସ୍ତୁ) ବା ୟୁଏସ୍‌ଓ ବୋଲି ସମ୍ବୋଧନ କଲୁ ।  ୯ ଦିନ ଧରି ପ୍ରତି ୯୦ ସେକେଣ୍ଡ୍‌ରେ ଏହା  ଜଣାପଡୁଥିଲା ।’ ହିକ୍ସଙ୍କ କହିବା ଅନୁସାରେ, ଭୂକମ୍ପ  ସଙ୍କେତ ସାଧାରଣତଃ ମାତ୍ର କିଛି ମିନିଟ୍‌  ପର୍ଯ୍ୟନ୍ତ ରହେ । କିନ୍ତୁ ୯ ଦିନ ଧରି ପ୍ରତି  ୯୦ ସେକେଣ୍ଡ୍‌ରେ ଏହି ଘଟଣାର  ପୁନରାବୃତ୍ତି ହେଉଥିଲା । ଏବେ ଏହି  ରହସ୍ୟର ସମାଧାନ ହୋଇଛି । ୧୫ ଦେଶର ୭୦ବୈଜ୍ଞାନିକଙ୍କ  ପ୍ରୟାସ ଯୋଗୁ ଏହା ସଫଳ  ହୋଇପାରିଛି । 

 ୨୦୨୩, ସେପ୍ଟେମ୍ବରରେ ଗ୍ରୀନ୍‌ଲାଣ୍ଡରେ ଏକ  ଭୂସ୍ଖଳନ ହୋଇଥିଲା। ଫଳରେ ଏକ ଗ୍ଲେସିଅର ପାହାଡ଼  ଭୁଶୁଡ଼ି ପଡ଼ିଥିଲା । ଏହି ଭୂସ୍ଖଳନ ୨୦୦ ମିଟର ଅର୍ଥାତ୍ 650 ଫୁଟ୍ ଉଚ୍ଚ ଏକ  ତରଙ୍ଗ ସୃଷ୍ଟି କରିଥିଲା, ଯାହା ଦୁଇ ଗ୍ଲେସିଅର ପାହାଡ଼ ମଧ୍ୟରେ  ଥିବା ଅଣଓସାରିଆ ଫାଙ୍କରେ ଫସିଗଲା । ଫଳରେ ବାରମ୍ବାର କମ୍ପନ ସୃଷ୍ଟି ହେଲା ଯାହାକୁ ବିଶ୍ୱର ସେନ୍‌ସର ବାରମ୍ବାର ଭୂକମ୍ପ  ସଙ୍କେତ ଭାବେ ରେକର୍ଡ଼ କରୁଥିଲେ । ବୈଜ୍ଞାନିକଙ୍କ ଅନୁସାରେ, ଏ ପ୍ରକାର ଭୂସ୍ଖଳନ  ଜଳବାୟୁ ପରିବର୍ତ୍ତନ ସହିତ ଆହୁରି ସାଧାରଣ ଘଟଣା  ହୋଇଛି । ଏହା ଯୋଗୁ ଗ୍ଲେସିଅରଗୁଡ଼ିକୁ ସମର୍ଥନ କରୁଥିବା  ଗ୍ରୀନ୍‌ଲାଣ୍ଡ ପର୍ବତଗୁଡ଼ିକ ତରଳୁଛି । 

ଡେନ୍‌ମାର୍କ ନ୍ୟାଭି  ସମେତ ସମଗ୍ର ବିଶ୍ୱର ବୈଜ୍ଞାନିକଙ୍କର ଏକ ଟିମ୍‌ ଏହି  ଘଟଣାର ଯାଞ୍ଚ୍‌ କରିଥିଲା । ସେମାନଙ୍କ ଅଧ୍ୟୟନର  ତଥ୍ୟ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି ।  ପୂର୍ବ ଗ୍ରୀନ୍‌ଲାଣ୍ଡରେ ସ୍ଥିତ ଡିକ୍‌ସନ  ଜୋର୍ଡକୁ ଏହି ସଙ୍କେତର ଉତ୍ସ ବୋଲି  ସେମାନେ କହିଛନ୍ତି । ଅଧ୍ୟୟନର  ମୁଖ୍ୟ ଜିଓଲୋଜିକାଲ ସର୍ଭେ ଅଫ୍‌  ଡେନ୍‌ମାର୍କ ଆଣ୍ଡ ଗ୍ରୀନ୍‌ଲାଣ୍ଡର କ୍ରିଷ୍ଟିଆନ୍‌  ଭେନେଭିଗ୍‌ କହିଛନ୍ତି, ଏହି ବୈଜ୍ଞାନିକ  ରୋମାଞ୍ଚକର ଘଟଣାକୁ ନେଇ  ସମସ୍ତେ ଦ୍ୱନ୍ଦ୍ୱରେ ଥିଲେ । ଏଭଳି  ସଙ୍କେତର କାରଣକୁ ନେଇ କାହା  ପାଖରେ କୌଣସି ତଥ୍ୟ ନଥିଲା । କାରଣ  ସାଧାରଣ ଭୂକମ୍ପଠୁ ଏହା ସମ୍ପୂର୍ଣ୍ଣ  ନିଆରା ଓ ଭିନ୍ନ ଥିଲା ।

Also Read- ପରମାଣୁ ବମ୍ ପ୍ରସ୍ତୁତ କରୁଛି ଉତ୍ତର କୋରିଆ!, ପ୍ଲାଣ୍ଟର ଫାଷ୍ଟ ଲୁକ୍ ସେୟାର, ବଢିଲା ଚିନ୍ତା

ତେବେ ଜୋର୍ଡ କଣ ?

ଗ୍ରୀନଲ୍ୟାଣ୍ଡ୍  ଉଚ୍ଚ ପାହାଡ଼ ମଧ୍ୟରେ  ଥିବା ଘାଟିକୁ ଜୋର୍ଡ କୁହାଯାଏ। ଏହା ସମୁଦ୍ରର ପାଣି ସହ  ଲାଗି ରହିଥାଏ।  ଏହାସହ  ପାହାଡ଼ ଉପରେ ଖୁବ୍ ଅଧିକ ମାତ୍ରାରେ  ଗ୍ଲାସିୟର ଥାଏ। ଯାହା ଖୁବ୍ ବିଶାଳକାୟ। ଏହା ଭାଙ୍ଗିବା ଦ୍ୱାରା ଜୋର୍ଡରେ ବଡ଼ ସୁନାମୀ ଆସିଥାଏ।