BYD eMax 7 ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍: MPV ସେଗମେଣ୍ଟରେ ପ୍ରଥମ ଇ-କାର

ନୂଆଦିଲ୍ଲୀ: ଭାରତରେ ନୂଆ ଇଲେକ୍ଟ୍ରିକ କାର‌ ଲଞ୍ଚ କଲା ଚାଇନିଜ୍ କାର୍‌ ନିର୍ମାତା କମ୍ପାନି BYD। MPV ସେଗମେଣ୍ଟରେ ଲଞ୍ଚ ହେଇଥିବା ଏହି କାର୍ ଦେଶର ପ୍ରଥମ ଇଭି। ଦୁଇଟି ଭାରିଆଣ୍ଟରେ ଲଞ୍ଚ ହୋଇଥିବା ଏହି କାରର ଏକ୍ସ ଶୋ ରୁମ୍‌ ମୂଲ୍ୟ ୨୯ ଲକ୍ଷ ୨୩ ହଜାର ଟଙ୍କାରୁ ଆରମ୍ଭ ହେଉଛି। ସେପଟେ ପାର୍ବଣକୁ ଦୃଷ୍ଟିରେ ରଖି ମାରୁତି ସୁଜୁକୀ ମଧ୍ୟ ଲିମିଟେଡ ଏଡିସନ ଗ୍ରାଣ୍ଡ୍‌ ଭିଟାରା ଡୋମିନିୟନ ଲଞ୍ଚ କରିଛି। କମ୍ପାନି ଏଥିସହିତ ଆକର୍ଷଣୀୟ ପ୍ୟାକେଜ ବି ମାଗଣାରେ ଦେଉଛି। ଭାରତୀୟ ବଜାରରେ ଲଞ୍ଚ ହୋଇଛି BYD eMax 7 ଇଲେକ୍ଟ୍ରିକ୍ କାର୍। ଏମପିଭି ସେଗମେଣ୍ଟରେ ଲଞ୍ଚ ହୋଇଥିବା ଏହା ହେଉଛି ପ୍ରଥମ ଇଲେକ୍ଟ୍ରିକ୍‌ କାର। କମ୍ପାନି ଏହାକୁ ପ୍ରିମିୟମ ଏବଂ ସୁପିରିୟର ଭଳି ଦୁଇଟି ଭାରିଆଣ୍ଟରେ ଲଞ୍ଚ କରିଥବାବେଳେ, କାରର ଉଭୟ ଭାରିଆଣ୍ଟର ସମୁଦାୟ ଚାରିଟି ମଡେଲ ଦେଖିବାକୁ ମିଳିବ। ଯେଉଁଥିରେ ରହିଛି ପ୍ରିମିୟମ ୬- ସିଟର, ପ୍ରିମିୟମ -୭ ସିଟର ଏବଂ ସୁପିରିୟର ୬ ସିଟର ଓ ୭ ସିଟର। ପ୍ରିମିୟମ ୬- ସିଟର, ପ୍ରିମିୟମ -୭ ସିଟରର ଏକ୍ସ ଶୋ ରୁମ ମୂଲ୍ୟ ଯଥାକ୍ରମେ ୨୬ ଲକ୍ଷ ୯୦ ହଜାର ଟଙ୍କା ଓ ୨୭ ଲକ୍ଷ ୫୦ ହଜାର ଟଙ୍କା ରହିଛି। ସେହିପରି ସୁପିରିୟର ୬ ସିଟର ଏବଂ ୭ ସିଟରର ଏକ୍ସ ଶୋର ରୁମ ମୂଲ୍ୟ ଯଥାକ୍ରମେ ୨୯ ଲକ୍ଷ ୨୩ ହଜାର ଓ ୨୯.୯୦ ଲକ୍ଷ ଟଙ୍କା ରଖାଯାଇଛି।ଏହି କାର୍‌କୁ କମ୍ପାନି BYD6 ପରବର୍ତ୍ତୀ ମଡେଲ ଭାବରେ ଲଞ୍ଚ କରିଛି। କାରରେ ନ

BYD eMax 7 ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍: MPV ସେଗମେଣ୍ଟରେ ପ୍ରଥମ ଇ-କାର

ନୂଆଦିଲ୍ଲୀ: ଭାରତରେ ନୂଆ ଇଲେକ୍ଟ୍ରିକ କାର‌ ଲଞ୍ଚ କଲା ଚାଇନିଜ୍ କାର୍‌ ନିର୍ମାତା କମ୍ପାନି BYD। MPV ସେଗମେଣ୍ଟରେ ଲଞ୍ଚ ହେଇଥିବା ଏହି କାର୍ ଦେଶର ପ୍ରଥମ ଇଭି। ଦୁଇଟି ଭାରିଆଣ୍ଟରେ ଲଞ୍ଚ ହୋଇଥିବା ଏହି କାରର ଏକ୍ସ ଶୋ ରୁମ୍‌ ମୂଲ୍ୟ ୨୯ ଲକ୍ଷ ୨୩ ହଜାର ଟଙ୍କାରୁ ଆରମ୍ଭ ହେଉଛି। ସେପଟେ ପାର୍ବଣକୁ ଦୃଷ୍ଟିରେ ରଖି ମାରୁତି ସୁଜୁକୀ ମଧ୍ୟ ଲିମିଟେଡ ଏଡିସନ ଗ୍ରାଣ୍ଡ୍‌ ଭିଟାରା ଡୋମିନିୟନ ଲଞ୍ଚ କରିଛି। କମ୍ପାନି ଏଥିସହିତ ଆକର୍ଷଣୀୟ ପ୍ୟାକେଜ ବି ମାଗଣାରେ ଦେଉଛି। 

ଭାରତୀୟ ବଜାରରେ ଲଞ୍ଚ ହୋଇଛି BYD eMax 7 ଇଲେକ୍ଟ୍ରିକ୍ କାର୍। ଏମପିଭି ସେଗମେଣ୍ଟରେ ଲଞ୍ଚ ହୋଇଥିବା ଏହା ହେଉଛି ପ୍ରଥମ ଇଲେକ୍ଟ୍ରିକ୍‌ କାର। କମ୍ପାନି ଏହାକୁ ପ୍ରିମିୟମ ଏବଂ ସୁପିରିୟର ଭଳି ଦୁଇଟି ଭାରିଆଣ୍ଟରେ ଲଞ୍ଚ କରିଥବାବେଳେ, କାରର ଉଭୟ ଭାରିଆଣ୍ଟର ସମୁଦାୟ ଚାରିଟି ମଡେଲ ଦେଖିବାକୁ ମିଳିବ। ଯେଉଁଥିରେ ରହିଛି ପ୍ରିମିୟମ ୬- ସିଟର, ପ୍ରିମିୟମ -୭ ସିଟର ଏବଂ ସୁପିରିୟର ୬ ସିଟର ଓ ୭ ସିଟର। 

ପ୍ରିମିୟମ ୬- ସିଟର, ପ୍ରିମିୟମ -୭ ସିଟରର ଏକ୍ସ ଶୋ ରୁମ ମୂଲ୍ୟ ଯଥାକ୍ରମେ ୨୬ ଲକ୍ଷ ୯୦ ହଜାର ଟଙ୍କା ଓ ୨୭ ଲକ୍ଷ ୫୦ ହଜାର ଟଙ୍କା ରହିଛି। ସେହିପରି ସୁପିରିୟର ୬ ସିଟର ଏବଂ ୭ ସିଟରର ଏକ୍ସ ଶୋର ରୁମ ମୂଲ୍ୟ ଯଥାକ୍ରମେ ୨୯ ଲକ୍ଷ ୨୩ ହଜାର ଓ ୨୯.୯୦ ଲକ୍ଷ ଟଙ୍କା ରଖାଯାଇଛି।

ଏହି କାର୍‌କୁ କମ୍ପାନି BYD6 ପରବର୍ତ୍ତୀ ମଡେଲ ଭାବରେ ଲଞ୍ଚ କରିଛି। କାରରେ ନୂଆ ଡିଜାଇନ ଏବଂ ଫିଚର୍ସ ଦେଖିବାକୁ ମିଳିବ। BYD ବ୍ଲେଡ ବ୍ୟାଟେରୀ ଟେକ୍ନୋଲୋଜି ଏବଂ ୮ ଇନ୍ ୱାନ୍ ଇଲେକ୍ଟ୍ରିକ୍‌ ପାଓ୍ବାରଟ୍ରେନ ସିଷ୍ଟମ ରହିଛି। ସୁପିରିୟର ଭାରିଆଣ୍ଟରେ ୭୧.୮ କିଲୋୱାଟ ଆୱାର ବ୍ୟାଟେରୀ ରହିଛି ଯାହା ୫୩୦ କିମିର ମାଇଲେଜ୍‌ ଦେବ। ସେହିଭଳି କାର୍‌ ମାତ୍ର ୮.୬ ସେକେଣ୍ଡରେ ୦ ରୁ ୧୦୦ କିମି ପ୍ରତିଘଣ୍ଟା ସ୍ପିଡ ଧରିପାରିବ। 

ସେହିଭଳି ପ୍ରିମିୟମ ଭାରିଆଣ୍ଟରେ ୫୫.୪ କିଲୋୱାଟ ଆୱାର ବ୍ୟାଟେରୀ ରହିଛି। ଏହାର ମାଇଲେଜ୍ ୪୨୦ କିମି ଥିବା ବେଳେ ଏହି କାର୍ ମାତ୍ର ୧୦.୧ ସେକେଣ୍ଡରେ ୦-୧୦୦ ସ୍ପିଡ୍‌ ଧରିପାରିବ। କାର୍‌ରେ ୮ ବର୍ଷର ୱାରେଣ୍ଟି ରହିଛି। ବ୍ୟାଟେରୀ, ମୋଟର ଏବଂ ମୋଟର କଣ୍ଟ୍ରୋଲର ଉପରେ ଏକ ଲକ୍ଷ ୬୦ ହଜାର କିମି ପର୍ଯ୍ୟନ୍ତ ୱାରେଣ୍ଟି ରହିଛି।

ବିୱାଇଡିର ଏହି କାର୍‌ରେ ଡୁଆଲ ଟୋନ ବ୍ଲାକ୍ ଏବଂ ବ୍ରାଉନ ଇଣ୍ଟିରିୟର, ୧୨.୮ ଇଞ୍ଚର ରୋଟେବୁଲ ଇନଫୋଟେନମେଣ୍ଟ ଡିସପ୍ଲେ, ଭେଣ୍ଟିଲେଟେଡ ସିଟ, ଓ୍ବାୟାରଲେସ ଚାର୍ଜିଂ, ପାନୋରାମିକ୍‌ ସନରୁପ୍‌, କି ଲେସ୍‌ ଏଣ୍ଟ୍ରି ଭଳି ଅନେକ ପ୍ରିମିୟମ ଫିଚର୍ସ ରହିଛି। ୬ ସ୍ପିକର ସାଉଣ୍ଡ ସିଷ୍ଟମ, ସେହିଭଳି ସୁରକ୍ଷା ପାଇଁ କାର୍‌ରେ ୬ଟି ଏୟାରବ୍ୟାଗ୍‌, ଏବିଏସ, ଇବିଡି ଏବଂ ଏଡିଏସ ରହିଛି। କାର୍‌ ଚାରିଟି କଲର ହାର୍ବର ଗ୍ରେ, କସମୋସ ବ୍ଲାକ୍‌, କ୍ୱାର୍ଟଜ ବ୍ଲୁ ଏବଂ କ୍ରିଷ୍ଟାଲ ହ୍ୱାଇଟରେ ଲଞ୍ଚ ହୋଇଛି। 

ସେପଟେ ପାର୍ବଣ ଋତୁରେ ବିକ୍ରି ବୃଦ୍ଧି କରିବାକୁ, ମାରୁତି ସୁଜୁକୀ ଏହାର ଗ୍ରାଣ୍ଡ୍‌ ଭିଟାରା ଡୋମିନିୟନ ଏଡିସନକୁ ମାଇଲ୍ଡ- ହାଇବ୍ରିଡ୍‌ ଏବଂ ସିଏନଜି ଭାରିଆଣ୍ଟରେ ଲଞ୍ଚ କରିଛି। ଏହା ତିନିଟି ମଡେଲ ଡେଲ୍‌ଟା, ଜେଟା ଏବଂ ଆଲ୍‌ଫା ମଡେଲରେ ଉପଲବ୍ଧ ହେବ। କମ୍ପାନି ଏହି କାର ସହ ୫୨, ୬୯୯ ଟଙ୍କା ମୂଲ୍ୟର ଆସେସୋରିଜ ମାଗଣାରେ ଅଫର କରୁଛି। 

କାର୍‌ରେ ୧୦୩ ହର୍ଷପାୱାର ଓ ୧.୫ ଲିଟର ମାଇଲ୍ଡ-ହାଇବ୍ରିଡ୍‌ ପେଟ୍ରୋଲ ଇଞ୍ଜିନ ଏବଂ ୮୮ ହର୍ଷ ପାୱାରର ସିଏନଜି ଇଞ୍ଜିନ ଦିଆଯାଇଛି। ପେଟ୍ରୋଲ ଇଞ୍ଜିନ ମାନୁଆଲ ଏବଂ ଅଟୋମେଟିକ୍‌ ଗିୟରବକ୍ସ ଅପସନ ରହିଛି। ସେହିଭଳି ଅଲ୍ ହ୍ୱିଲ ଡ୍ରାଇଭ ଅପସନ ମଧ୍ୟ ରହିଛି। 

ମାରୁତି ଗ୍ରାଣ୍ଡ ଭିଟାରାର ଏଣ୍ଟ୍ରି ଲେଭଲ ପେଟ୍ରୋଲ ସିଗମା ଭାରିଆଣ୍ଟ ମୂଲ୍ୟ ୧୦ ଲକ୍ଷ ୯୯ ଲକ୍ଷରୁ ଆରମ୍ଭ ହେଉଥିବାବେଳେ। ସିଏନଜି ଭାରିଆଣ୍ଟ ମଡେଲ ୧୩ ଲକ୍ଷ ୧୫ ହଜାର ଓ  ଅଲ୍‌ ହ୍ୱିଲ୍ ଡ୍ରାଇଭ ମଡେଲର ଦାମ ୧୭ ଲକ୍ଷ ହଜାରେ  ଟଙ୍କା, ପେଟ୍ରୋଲ-ହାଇବ୍ରିଡ୍‌ ଭାରିଆଣ୍ଟ ମୂଲ୍ୟ ୧୮ ଲକ୍ଷ ୪୩ ହଜାର ରଖାଯାଇଛି।