ଗରମାଗରମ ରୁଟି ସହ ଖାଆନ୍ତୁ କଦଳୀ ପତ୍ର ବାମ୍ପ ଛତୁ

କଦଳୀ ପତ୍ର ବାମ୍ପ ଛତୁକୁ ରୁଟି ଓ ଭାତ ସହ ଖାଇପାରିବେ। 

ଗରମାଗରମ ରୁଟି ସହ ଖାଆନ୍ତୁ କଦଳୀ ପତ୍ର ବାମ୍ପ ଛତୁ

ଆବଶ୍ୟକ ସାମଗ୍ରୀ: କଦଳୀପତ୍ର, ପାଳ ଛତୁ, କଟା ପିଆଜ, ଜିରା-ସୋରିଷ-ଅଦା-ରସୁଣ ବଟା, କଞ୍ଚା ଲଙ୍କା, ଲୁଣ, ରିଫାଇନ୍ ତେଲ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର, ବସା ଦହି ଓ ଆମ୍ବୁଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ହଳଦି କିଛି ସମୟ ଭିଜାଇ ରଖନ୍ତୁ । ପରେ ଛତୁକୁ ପାଣିରୁ ଚିପୁଡ଼ି ଏକ ପ୍ଲେଟ୍‌ରେ ରଖନ୍ତୁ ।

ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ କଟା ପିଆଜକୁ ପକାନ୍ତୁ । ପିଆଜ ଅଳ୍ପ ଭାଜି ହୋଇ ଲାଲ୍ ହୋଇ ଆସିଲେ ସେଥିରେ ଛତୁକୁ ପକାଇ ଭାଜନ୍ତୁ । ଛତୁ ଅଳ୍ପ ଭାଜି ହେବା ପରେ ତାକୁ ଏକ ପାତ୍ରକୁ କାଢ଼ି  ଦିଅନ୍ତୁ।  ସେଥିରେ ଆବଶ୍ୟକ ଅନୁସାରେ ବସା ଦହି, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା-ସୋରିଷ-ଅଦା-ରସୁଣ ବଟା ଓ ଆମ୍ବୁଲ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ମସଲା ଗୋଳା ଛତୁକୁ ଏକ କଦଳୀପତ୍ରରେ ଗୋଡ଼ାଇ ଇଟିଲି ଛାଞ୍ଚରେ ରଖି ଗ୍ୟାସରେ ବସାଇ ଦିଅନ୍ତୁ। ଏହାକୁ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ଇଟିଲି ଛାଞ୍ଚରେ ବସାଇ ଦିଅନ୍ତୁ। ପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ।

ଥଣ୍ଡା ହୋଇଗଲା ପରେ କଦଳୀପତ୍ରରେ ଗୋଡ଼ାଇ ରଖିଥିବା ଛତୁକୁ ବାହାରକୁ କାଢି ଦିଅନ୍ତୁ। ତାକୁ ଏକ ପ୍ଲେଟ୍‌କୁ  କାଢ଼ି  କଟା କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କଦଳୀ ପତ୍ର ବାମ୍ପ ଛତୁ।  କଦଳୀ ପତ୍ର ବାମ୍ପ ଛତୁକୁ ରୁଟି ଓ ଭାତ ସହ ଖାଇପାରିବେ।