ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସ୍ୱାମୀ

ନୂଆଦିଲ୍ଲୀ, ୨୧।୧: ଆତ୍ମଘୋଷିତ ଭଗବାନ ତଥା ପଳାତକ ବଳାତ୍କାର ଅଭିଯୁକ୍ତ ନିତ୍ୟାନନ୍ଦ ରବିବାର ଦାବି କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ତଥାକଥିତ ଦେଶ ‘କୈଳାଷ’ରେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଭଗବାନ୍ ଭାବରେ ପରିଚିତ ନିତ୍ୟାନନ୍ଦ ଏକ୍ସ’ରେ ଲେଖିଛନ୍ତି, “ଏହି ଐତିହାସିକ ତଥା ଅସାଧାରଣ ଘଟଣାକୁ ହାତଛଡା କରନ୍ତୁ ନାହିଁ! ପାରମ୍ପାରିକ ପ୍ରାଣ ପ୍ରତିଷ୍ଠା ଏବଂ ସମଗ୍ର ବିଶ୍ୱକୁ ଅନୁଗ୍ରହ କରିବାକୁ ଅବତରଣ […] The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସ୍ୱାମୀ appeared first on Dharitri Odia News.

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସ୍ୱାମୀ

ନୂଆଦିଲ୍ଲୀ, ୨୧।୧: ଆତ୍ମଘୋଷିତ ଭଗବାନ ତଥା ପଳାତକ ବଳାତ୍କାର ଅଭିଯୁକ୍ତ ନିତ୍ୟାନନ୍ଦ ରବିବାର ଦାବି କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ତଥାକଥିତ ଦେଶ ‘କୈଳାଷ’ରେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଭଗବାନ୍ ଭାବରେ ପରିଚିତ ନିତ୍ୟାନନ୍ଦ ଏକ୍ସ’ରେ ଲେଖିଛନ୍ତି, “ଏହି ଐତିହାସିକ ତଥା ଅସାଧାରଣ ଘଟଣାକୁ ହାତଛଡା କରନ୍ତୁ ନାହିଁ! ପାରମ୍ପାରିକ ପ୍ରାଣ ପ୍ରତିଷ୍ଠା ଏବଂ ସମଗ୍ର ବିଶ୍ୱକୁ ଅନୁଗ୍ରହ କରିବାକୁ ଅବତରଣ କରିବ! ”

ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆନୁଷ୍ଠାନିକ ଭାବେ ଆମନ୍ତ୍ରିତ ହୋଇ ହିନ୍ଦୁ ଧର୍ମର ସର୍ବୋଚ୍ଚ ଭଗବାନ୍ ଶ୍ରୀ ନିତ୍ୟାନନ୍ଦ ପରମାଶିଭମ୍ ଏହି ମହାନ୍ କାର୍ଯ୍ୟକ୍ରମରେ ଯୋଗଦେବେ।

ସୂଚନାଯୋଗ୍ୟ ନିତ୍ୟାନନ୍ଦଙ୍କ ଡ୍ରାଇଭର ଅଭିଯୋଗକୁ ଆଧାର କରି ୨୦୧୦ ରେ ଦାଖଲ ହୋଇଥିବା ଏକ ବଳାତ୍କାର ମାମଲା ନିତ୍ୟାନନ୍ଦଙ୍କୁ ଗିରଫ କରିଥିଲା। ତେବେ ପରେ ତାଙ୍କୁ ଜାମିନ ମିଳିଥିଲା। ୨୦୨୦ ରେ, ସେହି ଡ୍ରାଇଭର ଦାବି କରିଥିଲେ ଯେ ଆତ୍ମଘୋଷିତ ଭଗବାନ ଦେଶ ଛାଡି ପଳାଇଛନ୍ତି।

ତେବେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଉତ୍ସର୍ଗ ସମାରୋହ ଷୋମବାର ଅନୁଷ୍ଠିତ ହେବ ଏବଂ ଜାନୁଆରୀ 23 ରେ ଏହି ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସ୍ୱାମୀ appeared first on Dharitri Odia News.