ପାଣି ପାଇଁ ରାସ୍ତା ଅବରୋଧ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଖରା ଦିନ ଆରମ୍ଭ ନ ହଉଣୁ କେନ୍ଦୁଝର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାର ଘରେ ଘରେ ପାଇପ୍ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏହା ସତ୍ତ୍ୱେ ଲୋକେ ଲୋକେ ପାଣି ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। କେନ୍ଦୁଝର ସହର ନିକଟ ଗୋବିନ୍ଦପୁର ଓ ବାଂପାର ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ପାନୀୟ ଜଳ ଯୋଗାଣ ଦାବିରେ […] The post ପାଣି ପାଇଁ ରାସ୍ତା ଅବରୋଧ appeared first on Dharitri Odia News.
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଖରା ଦିନ ଆରମ୍ଭ ନ ହଉଣୁ କେନ୍ଦୁଝର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାର ଘରେ ଘରେ ପାଇପ୍ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଏହା ସତ୍ତ୍ୱେ ଲୋକେ ଲୋକେ ପାଣି ପାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
କେନ୍ଦୁଝର ସହର ନିକଟ ଗୋବିନ୍ଦପୁର ଓ ବାଂପାର ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ପାନୀୟ ଜଳ ଯୋଗାଣ ଦାବିରେ ସୋମବାର କେନ୍ଦୁଝର-ପାଟଣା ରାସ୍ତାରେ ବାଲଟି, ଗରା, ଡେକଚି ରଖି ରାସ୍ତା ଅବରୋଧ କରିଛନ୍ତି।
ଜଳ ଯୋଗାଣ ପାଇଁ ପାଇପ୍, ଟ୍ୟାପ ଲାଗିଥିଲେ ହେଁ ପାଣି ଯୋଗାଣ ହେଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅଭିଯୋଗ କଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ସମାଧାନ କରାଯାଉ ନ ଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ରାସ୍ତା ଅବରୋଧ ଯୋଗୁ ପରୀକ୍ଷାର୍ଥୀମାନେ ମଧ୍ୟ ଯିବା ଆସିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
The post ପାଣି ପାଇଁ ରାସ୍ତା ଅବରୋଧ appeared first on Dharitri Odia News.