ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ
ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ତଥା ସମାନ ସୁଯୋଗ ତଥା ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ତଥା ଠୋସ ପଦକ୍ଷେପ ଗ୍ରହଣ କରିବା ଏବଂ ସେମାନଙ୍କ ଜୀବନରେ ଚାଲିଥିବା ନିରାଶାକୁ ଦୂର କରିବା। ଅକ୍ଷମତା ହେଉଛି ଏକ ଅବସ୍ଥା, ଯେଉଁଥିରେ ଜଣେ ବ୍ୟକ୍ତିର ଶାରୀରିକ, ମାନସିକ ପ୍ରଭାବିତ ହୋଇଥାଏ। […] The post ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ appeared first on Dharitri Odia News.
ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି କରିବା ଏବଂ ସମାଜରେ ଦିବ୍ୟାଙ୍ଗଙ୍କ ଅଧିକାର ତଥା ସମାନ ସୁଯୋଗ ତଥା ସେମାନଙ୍କ କଲ୍ୟାଣ ପାଇଁ ଆବଶ୍ୟକ ତଥା ଠୋସ ପଦକ୍ଷେପ ଗ୍ରହଣ କରିବା ଏବଂ ସେମାନଙ୍କ ଜୀବନରେ ଚାଲିଥିବା ନିରାଶାକୁ ଦୂର କରିବା।
ଅକ୍ଷମତା ହେଉଛି ଏକ ଅବସ୍ଥା, ଯେଉଁଥିରେ ଜଣେ ବ୍ୟକ୍ତିର ଶାରୀରିକ, ମାନସିକ ପ୍ରଭାବିତ ହୋଇଥାଏ। ଏହା ଜୀବନର ବିଭିନ୍ନ ଦିଗରେ ଶାରୀରିକ କାର୍ଯ୍ୟକଳାପ, ଚିନ୍ତାଧାରା, ଯୋଗାଯୋଗ କିମ୍ବା ସାମାଜିକ ସମ୍ପର୍କ ସହିତ ସମସ୍ୟା ସୃଷ୍ଟି କରିଥାଏ। ଜନ୍ମଗତ, ଦୁର୍ଘଟଣା, ରୋଗ କିମ୍ବା ଅନ୍ୟାନ୍ୟ କାରଣରୁ ଅକ୍ଷମତା ବିକାଶ ହୋଇପାରେ।
ମିଳିତ ଜାତିସଂଘ ଦ୍ୱାରା ୧୯୯୨ରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ଆରମ୍ଭ ହୋଇଥିଲା। ଦିବ୍ୟାଙ୍ଗଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅନ୍ତର୍ଜାତୀୟ ଦିବସ ଆୟୋଜନ କରିବାକୁ ମିଳିତ ଜାତିସଂଘ ପଦକ୍ଷେପ ନେଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଦିବ୍ୟାଙ୍ଗଙ୍କୁ ସମାନ ଅଧିକାର ସହିତ, ସେମାନଙ୍କର ଶିକ୍ଷା, ରୋଜଗାର, ସ୍ବାସ୍ଥ୍ୟ ଏବଂ ସାମାଜିକ ଅନ୍ତର୍ଭୂକ୍ତିର ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବା। ଏହାକୁ ପ୍ରଭାବଶାଳୀ କରିବା ପାଇଁ, ପ୍ରତିବର୍ଷ ଏକ ଥିମ୍ ନିଶ୍ଚିତ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷରର ଥିମ୍ ହେଉଛି ଦିବ୍ୟାଙ୍ଗଙ୍କ ପାଇଁ ସାମାଜିକ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିବା।
The post ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ appeared first on Dharitri Odia News.