ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ହାଟଡିହୀ,୨୭। ୬(ଶୁଭକାନ୍ତ ନାୟକ):ପୁଅ ବଡ଼ ହୋଇ ରୋଜଗାର କରିବ। ପରିବାରର ଦୁଃଖ ଘୁଞ୍ଚିବ। ପେଟ ପାଇଁ ଗରିବ ଘରର ପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶେଷରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଅକୁ ହରାଇ ବାପା,ମା ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା […] The post ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ appeared first on Dharitri Odia News.
ହାଟଡିହୀ,୨୭। ୬(ଶୁଭକାନ୍ତ ନାୟକ):ପୁଅ ବଡ଼ ହୋଇ ରୋଜଗାର କରିବ। ପରିବାରର ଦୁଃଖ ଘୁଞ୍ଚିବ। ପେଟ ପାଇଁ ଗରିବ ଘରର ପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶେଷରେ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଅକୁ ହରାଇ ବାପା,ମା ଦୁଃଖରେ ଭାଙ୍ଗି ପଡ଼ିଥିବାବେଳେ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁସାରେ ସନାତନ ମହାକୁଡ଼ଙ୍କ ପୁଅ ରାଜେଶ (୨୯ବର୍ଷ ) ପ୍ରାୟ ୫ ବର୍ଷ ହେବ ରୋଜଗାର ପାଇଁ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ଏକ ଘର ଭଡା ନେଇ ସେଠାରେ ରହୁଥିଲେ । କିନ୍ତୁ ବୁଧବାର ରାଜେଶ ମୃତ୍ୟୁ ବରଣ କରିଥିବା ସେଠାକାର ବାମନାଲି ଥାନା ପୋଲିସ ରାତି ସମୟରେ ଫୋନ କରି ଜଣାଇଥିବା ପରିବାର ଲୋକ କହିଛନ୍ତି l ତେବେ ଏକ ଫ୍ୟାନରେ ଝୁଲି ପଡ଼ିଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା କୁହାଯାଇଛିଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରାଯାଇପାରିନି । ଶାଳନିଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଏପରି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସୂଚନା ଯୋଗ୍ୟ କିଛି ମାସ ପୂର୍ବରୁ ରାଜେଶ ଗାଁକୁ ବୁଲିବାକୁ ଆସିଥିଲେ l ତାଙ୍କ ବାପା ସନାତନ କଟକରେ ଏକ ତେଜରାତି ଦୋକାନରେ କାମ କରନ୍ତି ।
The post ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ appeared first on Dharitri Odia News.