ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ମା’ ପାଇଁ ଗଛଟିଏ ନାରା ସମ୍ପର୍କରେ ଆଲୋକପାତ କରି ବ୍ୟାପକ ଚାରାରୋପଣ ପାଇଁ ଆହ୍ବାନ ଦେଇଥିଲେ। କଲେଜ ପରିସରରେ ଚାରାରୋପଣ କରି […] The post ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ appeared first on Dharitri Odia News.

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ମା’ ପାଇଁ ଗଛଟିଏ ନାରା ସମ୍ପର୍କରେ ଆଲୋକପାତ କରି ବ୍ୟାପକ ଚାରାରୋପଣ ପାଇଁ ଆହ୍ବାନ ଦେଇଥିଲେ। କଲେଜ ପରିସରରେ ଚାରାରୋପଣ କରି ବିଧାୟକ ଦାସ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଯୁକ୍ତ ୨ କଲେଜ ଅଧ୍ୟକ୍ଷ ଶଶିଭୂଷଣ କରଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଯୁକ୍ତ ୩ କଲେଜର ପରିଚାଳନା କମିଟି ସଭାପତି ମନ୍ମଥ ମହାନ୍ତି, ଅଧ୍ୟକ୍ଷା ପ୍ରଣତି ପ୍ରିୟଦର୍ର୍ଶିନୀ ମିଶ୍ର, ଡ. ଲେଖାରାଣୀ ଦାସ, ଅଧ୍ୟାପକ ବୀରେନ୍ଦ୍ର ପାଳ, ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ଗିରି, ଲମ୍ବୋଦର ଦାସ ପ୍ରମୁଖ ଯୋଗଦେଇଥିଲେ।

The post ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ appeared first on Dharitri Odia News.