ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ ବୋଲି ନିବେଦନ କରିଥିଲେ। ଏହାକୁ ନେଇ ଭାବବିହ୍ବଳ ହୋଇଛନ୍ତି ରାହୁଲ ଗାନ୍ଧୀ। ସେ ମା’ଙ୍କ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି ବୋଲି କହିଛନ୍ତି। ‘ଏକ୍ସ’ରେ ପୋଷ୍ଟ କରି ରାହୁଲ କହିଛନ୍ତି, ଏହି ମୂହୁର୍ତ୍ତ ମୋ’ ପାଇଁ […] The post ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ… appeared first on Dharitri Odia News.

ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ…

ରାଏବରେଲି,୧୭।୫: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଶୁକ୍ରବାର ରାଏବରେଲିରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପୁଅ ରାହୁଲଙ୍କୁ ଆପଣମାନଙ୍କୁ ଦେଉଛି, ତାଙ୍କ କଥା ବୁଝିବେ ବୋଲି ନିବେଦନ କରିଥିଲେ। ଏହାକୁ ନେଇ ଭାବବିହ୍ବଳ ହୋଇଛନ୍ତି ରାହୁଲ ଗାନ୍ଧୀ। ସେ ମା’ଙ୍କ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି ବୋଲି କହିଛନ୍ତି।

‘ଏକ୍ସ’ରେ ପୋଷ୍ଟ କରି ରାହୁଲ କହିଛନ୍ତି, ଏହି ମୂହୁର୍ତ୍ତ ମୋ’ ପାଇଁ ବହୁତ ଭାବୁକ ଥିଲା। ମା’ ରାଏବରେଲିର ୧୦୦ ବର୍ଷ ସେବାର ପରମ୍ପରାର ଧ୍ୱଜ ଆଜି ମୋତେ ବିଶ୍ୱାସର ସହ ସମର୍ପି ଦେଇଛନ୍ତି। ମୁଁ ଗର୍ବର ସହ ଏହି ଦାୟିତ୍ୱକୁ ସ୍ବୀକାର କରୁଛି। ମା’ କହିଥିବା ଗୋଟିଏ ଗୋଟିଏ ଶବ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରିବି।

ପ୍ରକାଶ ଯେ, ରାଏବରେଲିବାସୀ ତାଙ୍କୁ ୨୦ ବର୍ଷ ପାଇଁ ସେବା କରିବାର ସୁଯୋଗ ଦେଇଥିବାରୁ ସୋନିଆ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଆବେଗଭରା ନିବେଦନ କରିଥିଲେ। ଇନ୍ଦିରା ଗାନ୍ଧୀ ଏବଂ ରାଏବରେଲି ଜନସାଧାରଣଙ୍କଠାରୁ ଯେଉଁ ଶିକ୍ଷା ପାଇଛି, ତାହା ମୁଁ ରାହୁଲ ଓ ପ୍ରିୟଙ୍କାଙ୍କୁ ଶିଖାଇଛି। ରାହୁଲ ଆପଣମାନଙ୍କୁ ଦୁଃଖୀ କରିବ ନାହିଁ ବୋଲି ସେ କହିଥିଲେ। ଏହି ସମୟରେ ସଭା ମଞ୍ଚରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ଥିଲେ।

The post ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି; ଭାବବିହ୍ବଳ ହୋଇ ଏଭଳି କହିଲେ ରାହୁଲ… appeared first on Dharitri Odia News.