୨ଜଣଙ୍କୁ ଦଳି ମାରିଦେଲା ଦନ୍ତା
ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଟିପିରିସିଙ୍ଗା ଗ୍ରାମରେ ଏକ ଅଘଟଣ। ଏକ ଦନ୍ତା ହାତୀ ଘର ଭାଙ୍ଗି ୨ଜଣଙ୍କୁ ଦଳି ଦେଇଛି। ମୃତକ ଦ୍ୱୟ ହେଲେ ସୁରୁବାଲି କିଷାନ ଏବଂ ଖଇରି କିଷାନ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଲଇମୁରା ଅଞ୍ଚଳକୁ ପଶି ଆସିଥିଲା। ଏପରିକି ହାତୀ ଉପଦ୍ରବ କରିବା ସହ ଏକ ଘର କାନ୍ଥ ଭାଙ୍ଗି ଦେଇଥିଲା। ଫଳରେ ଘରୁ ବାହାରି ସୁରୁବାଲି […] The post ୨ଜଣଙ୍କୁ ଦଳି ମାରିଦେଲା ଦନ୍ତା appeared first on Dharitri Odia News.
ଦେବଗଡ଼,୨୭।୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନ ଟିପିରିସିଙ୍ଗା ଗ୍ରାମରେ ଏକ ଅଘଟଣ। ଏକ ଦନ୍ତା ହାତୀ ଘର ଭାଙ୍ଗି ୨ଜଣଙ୍କୁ ଦଳି ଦେଇଛି। ମୃତକ ଦ୍ୱୟ ହେଲେ ସୁରୁବାଲି କିଷାନ ଏବଂ ଖଇରି କିଷାନ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଲଇମୁରା ଅଞ୍ଚଳକୁ ପଶି ଆସିଥିଲା। ଏପରିକି ହାତୀ ଉପଦ୍ରବ କରିବା ସହ ଏକ ଘର କାନ୍ଥ ଭାଙ୍ଗି ଦେଇଥିଲା। ଫଳରେ ଘରୁ ବାହାରି ସୁରୁବାଲି ଏବଂ ଖଇରି ଜୀବନ ବିକଳରେ ଦୌଡ଼ିବା ବେଳେ ସେମାନଙ୍କୁ ଦନ୍ତା ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବନକର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ୨ଜଣଙ୍କୁ ଦଳି ମାରିଦେଲା ଦନ୍ତା appeared first on Dharitri Odia News.