ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ
ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ ହୋଇଥିବା ଦାରିଙ୍ଗବାଡ଼ି ସବ୍ଇନ୍ସପେକ୍ଟର ଜୟନ୍ତ କୁମାର ସେଠି ସୂଚନା ଦେଇଛନ୍ତି। ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଘଟଣାସ୍ଥଳରେ ପହଞ୍ଚି ଜବତ ଗଞ୍ଜେଇର ଓଜନ କରାଇ ଗଞ୍ଜେଇ ବସ୍ତାକୁ ଜଉମୁଦ ଦେଇ ସିଲ କରାଇଥିଲେ। ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ଉକ୍ତ ଥାନା ବାରାଡିକ୍ଲ୍ୟୁ ଅଞ୍ଚଳରୁ ଏକ ମିନିଟ୍ରକ୍ ନଂ (ଓଡି୦୨-ବିସି-୨୦୫୫)ରେ […] The post ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ ହୋଇଥିବା ଦାରିଙ୍ଗବାଡ଼ି ସବ୍ଇନ୍ସପେକ୍ଟର ଜୟନ୍ତ କୁମାର ସେଠି ସୂଚନା ଦେଇଛନ୍ତି। ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଘଟଣାସ୍ଥଳରେ ପହଞ୍ଚି ଜବତ ଗଞ୍ଜେଇର ଓଜନ କରାଇ ଗଞ୍ଜେଇ ବସ୍ତାକୁ ଜଉମୁଦ ଦେଇ ସିଲ କରାଇଥିଲେ।
ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ଉକ୍ତ ଥାନା ବାରାଡିକ୍ଲ୍ୟୁ ଅଞ୍ଚଳରୁ ଏକ ମିନିଟ୍ରକ୍ ନଂ (ଓଡି୦୨-ବିସି-୨୦୫୫)ରେ ଗଞ୍ଜେଇ ଭର୍ତ୍ତି ହୋଇ ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିବା କୌଣସି ସୂତ୍ରରୁ ପୋଲିସକୁ ସୂଚନା ରହିଥିଲା ସୂଚନା ପାଇ ଆଇଆଇସି କନକ କୁମାର ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଏଏସଆଇ ଅର୍ଜୁନ ଶବର ପ୍ରମୁଖ ସଦଳବଳ ଦୁଇଟି ପୋଲିସ ଜିପରେ ଭର୍ତ୍ତି ହୋଇ ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟସ୍ଥ ଟୋଲ ଗେଟ ରେ ବ୍ଲକିଂ କରି ଉକ୍ତ ମିନି ଟ୍ରକ୍କୁ କାବୁ କରିଥିଲେ ତେବେ କୌଶଳ କ୍ରମେ ଗାଡ଼ିଚାଳକ ତଥା ଗଞ୍ଜେଇ ବ୍ୟବସାୟୀ ଜଣକ ସେଠାରୁ ଚମ୍ପଟ ମାରିଥିଲା। ପୋଲିସ ଫେରାର ଅଭିଯୁକ୍ତଙ୍କୁ ଚି଼ହ୍ନଟ କରାଯାଇଛି ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଜୟନ୍ତ କୁମାର ସେଠୀ କହିଛନ୍ତି ଏନେଇ ଥାନାରେ ମାମଲା (୭୫ /୨୫)ରୁଜୁ କରାଯାଇ ଏହାର ତଦନ୍ତ କରାଯାଉଥିବା ପୋଲିସ କହିଛି।
The post ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ appeared first on Dharitri Odia News.