ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଲେଖିକା କଳ୍ପନା ପ୍ରଧାନଙ୍କ ଦ୍ୱାରା ଲିଖିତ ମଙ୍ଗଳା ଭଜନ ୟୁଟ୍ୟୁବରେ ଉନ୍ମୋଚିତ ହୋଇଥିଲା। ତାଙ୍କ ଦ୍ୱାରା ଲିଖିତ ପୁସ୍ତକ କାହାଣୀ କଥା କୁହେର ସମୀକ୍ଷା ମଧ୍ୟ ହୋଇଥିଲା। ତାହାକୁ ନେତାଜୀ ବିଷୋୟୀ ସମୀକ୍ଷା କରିଥିଲେ। ଅତିଥି, ଉପସ୍ଥିତ ଲେଖକ ଏବଂ ଶ୍ରୋତା ମାନେ କଳ୍ପନାଙ୍କ ଲେଖାକୁ ଉଚ୍ଚ […] The post ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ appeared first on Dharitri Odia News.

ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର ରବିବାର ସଂଧ୍ୟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ଲେଖିକା କଳ୍ପନା ପ୍ରଧାନଙ୍କ ଦ୍ୱାରା ଲିଖିତ ମଙ୍ଗଳା ଭଜନ ୟୁଟ୍ୟୁବରେ ଉନ୍ମୋଚିତ ହୋଇଥିଲା। ତାଙ୍କ ଦ୍ୱାରା ଲିଖିତ ପୁସ୍ତକ କାହାଣୀ କଥା କୁହେର ସମୀକ୍ଷା ମଧ୍ୟ ହୋଇଥିଲା। ତାହାକୁ ନେତାଜୀ ବିଷୋୟୀ ସମୀକ୍ଷା କରିଥିଲେ। ଅତିଥି, ଉପସ୍ଥିତ ଲେଖକ ଏବଂ ଶ୍ରୋତା ମାନେ କଳ୍ପନାଙ୍କ ଲେଖାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏଥିସହ ଲୋହରଖଣ୍ଡି ସାହିତ୍ୟ ସଂସଦର ତ୍ରୟମାସିକ ପତ୍ରିକା ଉନ୍ମୋଚିତ ହୋଇଥିଲା। ଶେଷରେ କବିତା ପାଠୋତ୍ସବ ମଧ୍ୟ ହୋଇଥିଲା। ଆୟୋଜିତ ଉତ୍ସବକୁ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ନନ୍ଦିନୀ ଶତପଥୀ ସ୍ମୃତି ସଂସଦର ସଭାପତି କୃତିବାସ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। କବି ସମ୍ରାଟ ସାହିତ୍ୟ ସଂସଦର ସଭାପତି ଡ. ସୁରେଶ ପଣ୍ଡା ମୁଖ୍ୟବକ୍ତା, ଲୋହରା ଖଣ୍ଡି ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରଦୀପ ସ୍ଵାଇଁ, ନେତାଜୀ ବିଷୋୟୀ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସଭାକୁ ସଂଯୋଜନା କରିଥିଲେ।

ଶିକ୍ଷୟତ୍ରୀ ବିଷ୍ଠୁପ୍ରିୟା ପତି, ସହ ସମ୍ପାଦକ ତ୍ରିନାଥ ବେହେରା କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ। ଶ୍ରିତିଶ୍ରୀ ନାଇକ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଡ. ଆଶୋକ ଷଡ଼ଙ୍ଗୀ ସଭାରେ ଅଧ୍ୟକ୍ଷତା କରି ସଂସଦର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି ଅବସରରେ କବୟିତ୍ରୀ ରିତା ରାଣୀ ମହାପାତ୍ର, ସନ୍ତୋଷ ଜେନା, ସୁରେଶ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

The post ଲୋହରଖଣ୍ଡି ସାହିତ୍ୟ ସଂସଦର ବିଷୁବ ଆସର: କଳ୍ପନାଙ୍କ ମଙ୍ଗଳା ଭଜନ ଉନ୍ମୋଚିତ appeared first on Dharitri Odia News.