ଇଣ୍ଡିଆ ପରେ ଦିଲ୍ଲୀରେ ଭାଙ୍ଗିଲା ଏନଡିଏ ମେଣ୍ଟ! ବଡ଼ ଆକ୍ସନ ନେଲେ ଅଜିତ ପାଓ୍ବାର, ଟେନଶନରେ ମୋଦି

ନୂଆଦିଲ୍ଲୀ,୧୭।୧: ଭାଜପାକୁ ବଡ଼ ଝଟ୍‌କା। କାରଣ ଦିଲ୍ଲୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି ଏନସିପି। ଅଜିତ ପାଓ୍ବାରଙ୍କ ଦଳ ଏନସିପି ଦିଲ୍ଲୀରେ ଡେବ୍ୟୁ କରିଛି। ଏଥିସହ ବିଧାନସଭା ର୍ନିବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି। ଦଳ ମହାରାଷ୍ଟ୍ରରରେ ଭାଜପା ସହିତ କ୍ଷମତାରେ ଅଛି। ହେଲେ ଦିଲ୍ଲୀରେ ଭାଜପା ସହିତ ନ ମିଶି ଏକା ର୍ନିବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ଅଜିତ ପାୱାର ସ୍ପଷ୍ଟ କରିଦେଇଛନ୍ତି। ଯାହାକୁ ନେଇ ଭାଜପା ହାଇକମାଣ୍ଡଙ୍କ ମୁଣ୍ଡବିନ୍ଧା […] The post ଇଣ୍ଡିଆ ପରେ ଦିଲ୍ଲୀରେ ଭାଙ୍ଗିଲା ଏନଡିଏ ମେଣ୍ଟ! ବଡ଼ ଆକ୍ସନ ନେଲେ ଅଜିତ ପାଓ୍ବାର, ଟେନଶନରେ ମୋଦି appeared first on Dharitri Odia News.

ଇଣ୍ଡିଆ ପରେ ଦିଲ୍ଲୀରେ ଭାଙ୍ଗିଲା ଏନଡିଏ ମେଣ୍ଟ! ବଡ଼ ଆକ୍ସନ ନେଲେ ଅଜିତ ପାଓ୍ବାର, ଟେନଶନରେ ମୋଦି

ନୂଆଦିଲ୍ଲୀ,୧୭।୧: ଭାଜପାକୁ ବଡ଼ ଝଟ୍‌କା। କାରଣ ଦିଲ୍ଲୀ ନିର୍ବାଚନରେ ମଇଦାନକୁ ଓହ୍ଲାଇଛି ଏନସିପି। ଅଜିତ ପାଓ୍ବାରଙ୍କ ଦଳ ଏନସିପି ଦିଲ୍ଲୀରେ ଡେବ୍ୟୁ କରିଛି। ଏଥିସହ ବିଧାନସଭା ର୍ନିବାଚନ ପାଇଁ ୩୦ ଜଣ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିଛି। ଦଳ ମହାରାଷ୍ଟ୍ରରରେ ଭାଜପା ସହିତ କ୍ଷମତାରେ ଅଛି। ହେଲେ ଦିଲ୍ଲୀରେ ଭାଜପା ସହିତ ନ ମିଶି ଏକା ର୍ନିବାଚନ ଲଢ଼ିବ ବୋଲି ଦଳର ସୁପ୍ରିମୋ ଅଜିତ ପାୱାର ସ୍ପଷ୍ଟ କରିଦେଇଛନ୍ତି। ଯାହାକୁ ନେଇ ଭାଜପା ହାଇକମାଣ୍ଡଙ୍କ ମୁଣ୍ଡବିନ୍ଧା ବଢିଛି। ଇଣ୍ଡିଆ ପରେ ଏନଡିଏରେ ଏବେ ଫାଟ ଜଳଜଳ ଦିଶୁଛି। ସେପଟେ ଜାତୀୟ ରାଜନୀତି ମଧ୍ୟ ଜୋର୍‌ ଧରିଛି।

ବିଶ୍ୱନାଥ ଅଗ୍ରୱାଲଙ୍କୁ ଏନସିପି ହାଇ-ପ୍ରୋଫାଇଲ ଆସନ ନୂଆଦିଲ୍ଲୀରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କ ମୁକାବିଲା ସିଧାସଳଖ ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସହିତ ହେବ। ଏନସିପି ପୂର୍ବରୁ ତାର ପ୍ରଥମ ତାଲିକା ପ୍ରକାଶ କରିସାରିଛି ଏବଂ ଏବେ ଦ୍ୱିତୀୟ ତାଲିକା ସହିତ ଦଳ ନିଜର ରଣନୀତିକୁ ଆହୁରି ମଜବୁତ କରିଛି। ଦଳ ବିଭିନ୍ନ ର୍ନିବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଛି, ଯେଉଁଥିରେ ଦିଲ୍ଲୀର ବିଭିନ୍ନ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି।

The post ଇଣ୍ଡିଆ ପରେ ଦିଲ୍ଲୀରେ ଭାଙ୍ଗିଲା ଏନଡିଏ ମେଣ୍ଟ! ବଡ଼ ଆକ୍ସନ ନେଲେ ଅଜିତ ପାଓ୍ବାର, ଟେନଶନରେ ମୋଦି appeared first on Dharitri Odia News.