ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!
ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ ଅନ୍ୟ ସବୁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୩ ଲୋକସଭା ଆସନ ଯାଜପୁର, କଟକରେ ଭାଜପା ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏଥିସହ ବିଧାନ ସଭା ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇନାହିଁ। ଅନ୍ୟପଟେ ବିଜେଡି ଲୋକସଭା ଓ ବିଧାନ ସଭାର ପ୍ରାର୍ଥୀ ତାଲିକା ଦୁଇଟି ପର୍ଯ୍ୟାୟରେ ଘୋଷଣା କରି […] The post ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର! appeared first on Dharitri Odia News.
ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ ଅନ୍ୟ ସବୁ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୩ ଲୋକସଭା ଆସନ ଯାଜପୁର, କଟକରେ ଭାଜପା ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ। ଏଥିସହ ବିଧାନ ସଭା ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇନାହିଁ। ଅନ୍ୟପଟେ ବିଜେଡି ଲୋକସଭା ଓ ବିଧାନ ସଭାର ପ୍ରାର୍ଥୀ ତାଲିକା ଦୁଇଟି ପର୍ଯ୍ୟାୟରେ ଘୋଷଣା କରି ସାରିଛି।
ତେବେ ପ୍ରାର୍ଥୀ ତାଲିକା ଘୋଷଣା ହେବା ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କଟକ ଏମପି ମର୍ତ୍ତୃହରି ମହତାବ ଆଜି ଭାଜପାରେ ମିଶିବା ନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ଦିଲ୍ଲୀରେ ପଦ୍ମ ଧରିପାରନ୍ତି ଭର୍ତ୍ତୃହରି ମହତାବ। ସେହିପରି ସିଦ୍ଧାନ୍ତ ମହାପାତ୍ର ବି ଭାଜପାରେ ମିଶିବେ। ପୂର୍ବତନ ଏମପି ଓ ସିନେ ଅଭିନେତା ସିଦ୍ଧାନ୍ତ ଦମୟନ୍ତୀ ବେସ୍ରା ବି ଭାଜପାରେ ମିଶିବେ ବୋଲି ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।
The post ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର! appeared first on Dharitri Odia News.