ଜେରା ବେଳେ ୨ ନେତାଙ୍କ ନାଁ କହିଛନ୍ତି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧ା୪: ଅବକାରୀ ନୀତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ଜେରା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ୨ ଜଣ ନେତାଙ୍କ ନାଁ କହିଛନ୍ତି। ସେମାନେ ହେଲେ ଆତିଶୀ ମାର୍ଲେନା ଏବଂ ସୌରଭ ଭରଦ୍ୱାଜ। ଅବକାରୀ ଦୁର୍ନୀତି ମାମଲାରେ ସହଅଭିଯୁକ୍ତ ଥିବା ବିଜୟ ନାୟାରଙ୍କ ସହ କିପରି ଯୋଗାଯୋଗ ଥିଲା ବୋଲି ଇଡି ଅଧିକାରୀମାନେ ପ୍ରଶ୍ନ କରିବାରୁ କେଜ୍‌ରିଓ୍ବାଲ କହିଥିଲେ, ନାୟାର ତାଙ୍କୁ ନୁହେଁ, ବରଂ ଆତିଶୀ […] The post ଜେରା ବେଳେ ୨ ନେତାଙ୍କ ନାଁ କହିଛନ୍ତି କେଜ୍‌ରିଓ୍ବାଲ appeared first on Dharitri Odia News.

ଜେରା ବେଳେ ୨ ନେତାଙ୍କ ନାଁ କହିଛନ୍ତି କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧ା୪: ଅବକାରୀ ନୀତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ଜେରା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନଙ୍କୁ ଆମ୍‌ ଆଦ୍‌ମୀ ପାର୍ଟିର ୨ ଜଣ ନେତାଙ୍କ ନାଁ କହିଛନ୍ତି। ସେମାନେ ହେଲେ ଆତିଶୀ ମାର୍ଲେନା ଏବଂ ସୌରଭ ଭରଦ୍ୱାଜ। ଅବକାରୀ ଦୁର୍ନୀତି ମାମଲାରେ ସହଅଭିଯୁକ୍ତ ଥିବା ବିଜୟ ନାୟାରଙ୍କ ସହ କିପରି ଯୋଗାଯୋଗ ଥିଲା ବୋଲି ଇଡି ଅଧିକାରୀମାନେ ପ୍ରଶ୍ନ କରିବାରୁ କେଜ୍‌ରିଓ୍ବାଲ କହିଥିଲେ, ନାୟାର ତାଙ୍କୁ ନୁହେଁ, ବରଂ ଆତିଶୀ ଏବଂ ସୌରଭଙ୍କୁ ରିପୋର୍ଟ କରୁଥିଲେ। ନାୟାରଙ୍କ ସହ ତାଙ୍କର କଥାବାର୍ତ୍ତା ସୀମିତ ଥିଲା ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ କେଜ୍‌ରିଓ୍ବାଲ ତାଙ୍କ ଦଳୀୟ ସଦସ୍ୟମାନଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦେଉଥିବା ଇଡି ଅଭିଯୋଗ କରିଛି। ସେ ପ୍ରଥମେ କହିଥିଲେ ଏନ୍‌.ଡି. ଗୁପ୍ତା ଦଳର ଜଣେ ସକ୍ରିୟ ସଦସ୍ୟ ଏବଂ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛନ୍ତି। ସେ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତି। ତେବେ ଗୁପ୍ତାଙ୍କ ବୟାନ ସହ ତାଙ୍କୁ ମୁହାଁମୁହିଁ କରାଇବାରୁ ଦଳର ଜାତୀୟ ଆବାହକ ଏଭଳି ନିଷ୍ପତ୍ତି ନିଅନ୍ତି ବୋଲି କହିଥିଲେ। କେଜ୍‌ରିଓ୍ବାଲଙ୍କୁ ଦଳର ଜାତୀୟ କୋଷାଧ୍ୟକ୍ଷ କୁହାଯିବା ଦ୍ୱନ୍ଦ୍ୱରେ ପକାଇଥିବା ଇଡି କହିଛି।

 

The post ଜେରା ବେଳେ ୨ ନେତାଙ୍କ ନାଁ କହିଛନ୍ତି କେଜ୍‌ରିଓ୍ବାଲ appeared first on Dharitri Odia News.