ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ
ଭବାନୀପାଟଣା,୩୦ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାରଠାରୁ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଜମିବାରେ ଲାଗିଛି। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୯ବର୍ଷ ହେଲା ମହୋତ୍ସବ ଆୟୋଜନ ହୋଇଆସୁଛି। କଂସ ଭୂମିକାରେ ବରଗଡ ଚିଚିଣ୍ଡାର ଝସକେତନ ପ୍ରଧାନଙ୍କ ଅଭିନୟ ଚିତ୍ତାକର୍ଷକ ହେଉଥିବାବେଳେ ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉତ୍ସବମୁଖର ହୋଇଉଠିଛି ଅଞ୍ଚଳ। ଏହି ଅବସରରେ ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ସଞ୍ଜୀବ କୁମାର ମିଶ୍ର, ସମ୍ମାନିତ ଅତିଥି […] The post ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ appeared first on Dharitri Odia News.
ଭବାନୀପାଟଣା,୩୦ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାରଠାରୁ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଜମିବାରେ ଲାଗିଛି। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୯ବର୍ଷ ହେଲା ମହୋତ୍ସବ ଆୟୋଜନ ହୋଇଆସୁଛି। କଂସ ଭୂମିକାରେ ବରଗଡ ଚିଚିଣ୍ଡାର ଝସକେତନ ପ୍ରଧାନଙ୍କ ଅଭିନୟ ଚିତ୍ତାକର୍ଷକ ହେଉଥିବାବେଳେ ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉତ୍ସବମୁଖର ହୋଇଉଠିଛି ଅଞ୍ଚଳ। ଏହି ଅବସରରେ ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ଭାବେ ସଞ୍ଜୀବ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ନରେଶ ସାହୁ, ବିବେକ ରଞ୍ଜନ ନାଗ, ରୋଶନ ଲାଲ ଛତର, ଡୋଳେଶ୍ୱର ସାହୁ, କମିଟି ସଭାପତି ମାନଗୋବିନ୍ଦ ମାଝୀ, ଉପସଭାପତି ସୁଶାନ୍ତ ମାଝୀ, ସମ୍ପାଦକ ଭାଗ୍ୟବାନ (କାହ୍ନା) ସାହୁ, କୋଷାଧ୍ୟକ୍ଷ କିଶୋର ସାହୁ, ଯୁଗ୍ମ ସମ୍ପାଦକ ଅଭିଷେକ ବାଗ ପ୍ରମୁଖ ଯୋଗଦେଇଥିଲେ। ବାଞ୍ଛାନିଧି ମିଶ୍ର, ଲୋକନାଥ ବଛା, ତାପସ ପ୍ରଧାନ, ପ୍ରସନ୍ନ ବାଗ, ଜୀବର୍ଦ୍ଧନ ଗହୀର, ମହିନ୍ଦ୍ର ବଛା, ଛନ୍ଦାଚରଣ ବାଗ, ଜନାର୍ଦ୍ଦନ ବାଗ, ଭବାନୀ ଶଙ୍କର ସାହୁ, ଯଶୋବନ୍ତ ବାଗ ପ୍ରମୁଖ ପରିଚାଳନା କରିଥିଲେ।
The post ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ appeared first on Dharitri Odia News.