୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ…

ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍‌ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍‌ଏମ୍‌ଏସ୍‌ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ ସଂଗଠନକୁ ବ୍ଲାକଲିଷ୍ଟ(କଳା ତାଲିକାଭୁକ୍ତ) କରାଯାଇଛି। ୭୦୦ ଏସ୍‌ଏମ୍‌ଏସ୍‌ ବିଷୟବସ୍ତୁ ଟେମ୍ପଲେଟ୍‌ଗୁଡ଼ିକ ବନ୍ଦ କରାଯାଇଛି। ୩୪୮ ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ବ୍ଲାକଲିଷ୍ଟ ହୋଇଛି। ଯାଞ୍ଚ ଲାଗି ୧୦,୮୩୪ ସନ୍ଦେହଜନକ ମୋବାଇଲ ନମ୍ବର ଚିହ୍ନିତ କରାଯାଇଥିଲା, ଏହାପରେ ୮୨୭୨ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଏହାଛଡ଼ା ସାଇବର ଅପରାଧ ଏବଂ ଜାଲିଆତି ମାମଲାରେ ଦେଶରେ ୧.୮୬ […] The post ୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ… appeared first on Dharitri Odia News.

୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ…

ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍‌ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍‌ଏମ୍‌ଏସ୍‌ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ ସଂଗଠନକୁ ବ୍ଲାକଲିଷ୍ଟ(କଳା ତାଲିକାଭୁକ୍ତ) କରାଯାଇଛି। ୭୦୦ ଏସ୍‌ଏମ୍‌ଏସ୍‌ ବିଷୟବସ୍ତୁ ଟେମ୍ପଲେଟ୍‌ଗୁଡ଼ିକ ବନ୍ଦ କରାଯାଇଛି। ୩୪୮ ମୋବାଇଲ୍‌ ହ୍ୟାଣ୍ଡସେଟ୍‌ ବ୍ଲାକଲିଷ୍ଟ ହୋଇଛି। ଯାଞ୍ଚ ଲାଗି ୧୦,୮୩୪ ସନ୍ଦେହଜନକ ମୋବାଇଲ ନମ୍ବର ଚିହ୍ନିତ କରାଯାଇଥିଲା, ଏହାପରେ ୮୨୭୨ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଏହାଛଡ଼ା ସାଇବର ଅପରାଧ ଏବଂ ଜାଲିଆତି ମାମଲାରେ ଦେଶରେ ୧.୮୬ ଲକ୍ଷ ମୋବାଇଲ୍‌ ଫୋନ୍‌ ବ୍ଲକ କରାଯାଇଥିବା ଜଣାପଡ଼ିଛି।

ଏନ୍‌ସିଆର୍‌ପି(ନ୍ୟାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲ)ରେ ସାଇବର ଠକେଇର ବହୁ ଅଭିଯୋଗ ପଞ୍ଜିକୃତ ହୋଇଛି। ଅନେକ ସମୟରେ ଏଭଳି ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ନାର୍କୋଟିକ୍ସ ବିଭାଗ, ରିଜର୍ଭ ବ୍ୟାଙ୍କ, ଇଡି ଏବଂ ଅନ୍ୟାନ୍ୟ ଏଜେନ୍ସିର ଅଧିକାରୀ କହି ଲୋକଙ୍କୁ ଠକୁଛନ୍ତି। ପ୍ରାୟତଃ ଠକମାନେ ଫୋନ୍‌ କରି ବେଆଇନ ସାମଗ୍ରୀ, ଡ୍ରଗ୍ସ, ନକଲି ପାସପୋର୍ଟ ନଚେତ କୌଣସି ନିଷିଦ୍ଧ ସାମଗ୍ରୀ ପାର୍ସଲ ପଠାଇଥିବା କିମ୍ବା ଗ୍ରହଣ କରିଥିବା କୁହନ୍ତି।

The post ୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ… appeared first on Dharitri Odia News.