ରାଜ୍ୟରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ; ସୃଷ୍ଟି ହେବ ୧୯,୩୬୪ ଚାକିରି
ଭୁବନେଶ୍ୱର,୧୦।୭: ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ ୧୯,୩୬୪ ଚାକିରି ସୃଷ୍ଟି ହେବ। ଏହି ପ୍ରକଳ୍ପ ବିବିଧ ଭାବେ ରୂପରେଖ ଦେଇ ଓଡ଼ିଶା ଦୃଶ୍ୟପଟ୍ଟକୁ ରୂପାନ୍ତର କରିବାକୁ ସ୍ଥିର କରିଛନ୍ତି ସରକାର। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଇସ୍ପାତ, ରାସାୟନିକ ପଦାର୍ଥ, ନବୀକରଣ […] The post ରାଜ୍ୟରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ; ସୃଷ୍ଟି ହେବ ୧୯,୩୬୪ ଚାକିରି appeared first on Dharitri Odia News.
ଭୁବନେଶ୍ୱର,୧୦।୭: ବୁଧବାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କ ନେତୃତ୍ୱରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ ୧୯,୩୬୪ ଚାକିରି ସୃଷ୍ଟି ହେବ।
ଏହି ପ୍ରକଳ୍ପ ବିବିଧ ଭାବେ ରୂପରେଖ ଦେଇ ଓଡ଼ିଶା ଦୃଶ୍ୟପଟ୍ଟକୁ ରୂପାନ୍ତର କରିବାକୁ ସ୍ଥିର କରିଛନ୍ତି ସରକାର। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଇସ୍ପାତ, ରାସାୟନିକ ପଦାର୍ଥ, ନବୀକରଣ ଯୋଗ୍ୟ ବିଭିନ୍ନ କ୍ଷେତ୍ର ମଧ୍ୟରେ ଏକ ସିରିଜ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେହିପରି ଶକ୍ତି, ବସ୍ତ୍ର, ଉତ୍ପାଦନ, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି, ଏବଂ ପର୍ଯ୍ୟଟନ ଏହି ପ୍ରକଳ୍ପଗୁଡିକ ମୟୂରଭଞ୍ଜ, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତ୍ସିଂହପୁର, ଖୋର୍ଦ୍ଧା, ଝାରସୁଗୁଡା, ବୌଦ୍ଧ, କୋରାପୁଟ, ବାଲେଶ୍ୱର, କଟକ, ଭଦ୍ରକ ଏବଂ ପୁରୀ ୧୪ଟି ଜିଲାରେ କାର୍ଯ୍ୟକାରୀ ହେବ।
ବର୍ତମାନ ଓଡ଼ିଶା ନିବେଶରେ ବିଭିନ୍ନ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟୁଛି। ଯାହା ଫଳରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ଏବଂ ସାରା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି।
The post ରାଜ୍ୟରେ ୫,୯୯୨.୯୨ କୋଟି ମୂଲ୍ୟର ୨୬ ଟି ପ୍ରକଳ୍ପକୁ ଅନୁମୋଦନ; ସୃଷ୍ଟି ହେବ ୧୯,୩୬୪ ଚାକିରି appeared first on Dharitri Odia News.