ପ୍ରଥମ ଭାରତୀୟ ଭାବେ କ୍ଲେକୋର୍ଟରେ ମାଷ୍ଟର୍ସ ୧୦୦୦ ମ୍ୟାଚ୍ ଜିତିଲେ ସୁମିତ ନାଗାଲ
ମଣ୍ଟେ କାର୍ଲୋସ, ୮ା୪: ଭାରତର ଟପ୍ ପୁରୁଷ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ଏଟିପି ମାଷ୍ଟର୍ସ ଇଭେଣ୍ଟରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡରେ ସେ ୩ ସେଟ୍ ବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବିଶ୍ୱର ୩୮ ନମ୍ବର ମାନ୍ୟତାପ୍ରାପ୍ତ ମାଟେଓ ଅର୍ନାଲ୍ଡଙ୍କୁ ୫-୭, ୬-୨, ୬-୪ରେ ହରାଇ ଦେଇଛନ୍ତି। ଭାରତର ଟପ୍ ସିଙ୍ଗଲ୍ସ ଖେଳାଳି କ୍ୱାଲିଫାଇଂ ଜରିଆରେ ଏହି ଏଟିପି ମାଷ୍ଟର୍ସ ୧୦୦୦ ଇଭେଣ୍ଟରେ ପ୍ରବେଶ କରିଛନ୍ତି। ନାଗାଲଙ୍କର ଜଣେ […] The post ପ୍ରଥମ ଭାରତୀୟ ଭାବେ କ୍ଲେକୋର୍ଟରେ ମାଷ୍ଟର୍ସ ୧୦୦୦ ମ୍ୟାଚ୍ ଜିତିଲେ ସୁମିତ ନାଗାଲ appeared first on Dharitri Odia News.
ମଣ୍ଟେ କାର୍ଲୋସ, ୮ା୪: ଭାରତର ଟପ୍ ପୁରୁଷ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ଏଟିପି ମାଷ୍ଟର୍ସ ଇଭେଣ୍ଟରେ ଚମକପ୍ରଦ ବିଜୟ ହାସଲ କରିଛନ୍ତି। ସୋମବାର ପ୍ରଥମ ରାଉଣ୍ଡରେ ସେ ୩ ସେଟ୍ ବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବିଶ୍ୱର ୩୮ ନମ୍ବର ମାନ୍ୟତାପ୍ରାପ୍ତ ମାଟେଓ ଅର୍ନାଲ୍ଡଙ୍କୁ ୫-୭, ୬-୨, ୬-୪ରେ ହରାଇ ଦେଇଛନ୍ତି। ଭାରତର ଟପ୍ ସିଙ୍ଗଲ୍ସ ଖେଳାଳି କ୍ୱାଲିଫାଇଂ ଜରିଆରେ ଏହି ଏଟିପି ମାଷ୍ଟର୍ସ ୧୦୦୦ ଇଭେଣ୍ଟରେ ପ୍ରବେଶ କରିଛନ୍ତି।
ନାଗାଲଙ୍କର ଜଣେ ଟପ୍-୫୦ ଖେଳାଳିଙ୍କ ବିପକ୍ଷରେ ଏହା ତୃତୀୟ ବିଜୟ ଏବଂ ଚଳିତ ସିଜନରେ ଏହା ଦ୍ୱିତୀୟ। ଦ୍ୱିତୀୟ ରାଉଣ୍ଡରେ ସେ ବିଶ୍ୱର ୭ ନମ୍ବର ଖେଳାଳି ଡେନ୍ମାର୍କର ହୋଲ୍ଗର ରୁନ୍ଙ୍କୁ ଭେଟିବେ। ୨୦୨୪ ସିଜନ ଆରମ୍ଭରେ ମେଲବୋର୍ନଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ଓପନରେ ଏହି ୨୬ ବର୍ଷୀୟ ଖେଳାଳି ସେତେବେଳେ ବିଶ୍ୱର ୨୭ ନମ୍ବର ଆଲେକ୍ଜାଣ୍ଡର ବବ୍ଲିକଙ୍କୁ ସିଧାସଳଖ ସେଟ୍ରେ ହରାଇ ଦେଇଥିଲେ।
There's just Sumit about Nagal on clay
![]()
History for @nagalsumit as he becomes the first-ever male Indian singles player to win a Masters 1000 match on clay!#RolexMonteCarloMasters pic.twitter.com/zJGfMunJlN
— Tennis TV (@TennisTV) April 8, 2024
ଏହି କ୍ଲେକୋର୍ଟ ଇଭେଣ୍ଟରେ ସୋମବାରର ବିଜୟ ଦ୍ୱାରା ଆସନ୍ତା ର଼୍ୟାଙ୍କିଙ୍ଗ ତାଲିକାରେ ସେ କ୍ୟାରିୟର ଶ୍ରେଷ୍ଠ ୮୦ତମ ସ୍ଥାନ ଅଧିକାର କରିବେ। ବିଶ୍ୱର ୯୫ ର଼୍ୟାଙ୍କିଙ୍ଗପ୍ରାପ୍ତ ନାଗାଲ ଚଳିତବର୍ଷ ମାର୍ଚ୍ଚ ମାସରେ ଇଣ୍ଡିଆନ ଓ୍ବେଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ପ୍ରଥମ ରାଉଣ୍ଡରେ ସେ କାନାଡ଼ାର ମିଲୋସ ରାଓନିକ୍ଙ୍କଠାରୁ ହାରିଯାଇଥିଲେ। ସେ ଆହୁରି ମଧ୍ୟ ମାୟାମି ମାଷ୍ଟର୍ସ କ୍ୱାଲିଫାୟର୍ସରେ ଭାଗ ନେଇଥିଲେ। କିନ୍ତୁ ସେ ମୁଖ୍ୟ ଡ୍ର’କୁ ଉନ୍ନୀତ ହୋଇପାରି ନ ଥିଲେ।
The post ପ୍ରଥମ ଭାରତୀୟ ଭାବେ କ୍ଲେକୋର୍ଟରେ ମାଷ୍ଟର୍ସ ୧୦୦୦ ମ୍ୟାଚ୍ ଜିତିଲେ ସୁମିତ ନାଗାଲ appeared first on Dharitri Odia News.