ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ
ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା ପୋଲିସ ଓ ପଶ୍ଚିମବଙ୍ଗ ଦୀଘା ଥାନା ଅଧୀନ ଅଞ୍ଚଳବାସୀ ମୁହାଁମୁହିଁ ହେବାରୁ ଏଭଳି ଉତ୍ତେଜନା ସୃଷ୍ଟି ହୋଇଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳପ୍ରୟୋଗ ବିରୋଧରେ ପଶ୍ଚିମବଙ୍ଗ ଲୋକେ ଏକଜୁଟ ହୋଇ ଶୁକ୍ରବାର ସାରେ ଚନ୍ଦନେଶ୍ୱର-ଦୀଘା ରାସ୍ତା ଅବରୋଧ କରିବାରୁ ଶତାଧିକ ଯାନବାହନ ଉଭୟ ରାଜ୍ୟରେ ଅଟକି ପଡିଛି। ସ୍ଥିତି […] The post ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ appeared first on Dharitri Odia News.
ଭୋଗରାଇ, ୧୯ା୧୦( ପ୍ରଦୀପ ଦାସ): ଲକ୍ଷ୍ମୀପୂଜା ମେଢ଼ ଭସାଣିକୁ କେନ୍ଦ୍ର କରି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତରେ ଉତ୍ତେଜନା ଦେଖାଦେଇଛି। ତାଳସାରୀ ମେରାଇନ ଥାନା ପୋଲିସ ଓ ପଶ୍ଚିମବଙ୍ଗ ଦୀଘା ଥାନା ଅଧୀନ ଅଞ୍ଚଳବାସୀ ମୁହାଁମୁହିଁ ହେବାରୁ ଏଭଳି ଉତ୍ତେଜନା ସୃଷ୍ଟି ହୋଇଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳପ୍ରୟୋଗ ବିରୋଧରେ ପଶ୍ଚିମବଙ୍ଗ ଲୋକେ ଏକଜୁଟ ହୋଇ ଶୁକ୍ରବାର ସାରେ ଚନ୍ଦନେଶ୍ୱର-ଦୀଘା ରାସ୍ତା ଅବରୋଧ କରିବାରୁ ଶତାଧିକ ଯାନବାହନ ଉଭୟ ରାଜ୍ୟରେ ଅଟକି ପଡିଛି। ସ୍ଥିତି କ୍ରମଶଃ ଜଟିଳ ହେବାରୁ ସାରେ ଉଭୟ ରାଜ୍ୟ ପୋଲିସ ମଧ୍ୟରେ ବୈଠକ ଜାରି ରହିଛି।
ସୂଚନା ଅନୁଯାୟୀ ଓଡ଼ିଶାର ଉଦୟପୁର ସମୁଦ୍ର କୂଳରେ ସାରେ ପଶ୍ଚିମବଙ୍ଗର ଏକ ଲକ୍ଷ୍ମୀ ପୂଜା ମେଢ଼ ଭସାଣି ହେଉଥିଲା। ଏହି ସମୟରେ ୨ଟି ରିକ୍ସା ବେଳାଭୂମିରେ ରହିଥିବାରୁ ତାଳସାରୀ ମେରାଇନ ଥାନା ପକ୍ଷରୁ ବାରଣ କରାଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ତାଳସାରୀ ମେରାଇନ ଥାନା ପୋଲିସ ଓ ମେଢ଼ ଭସାଇବାକୁ ଆସିଥିବା ବଙ୍ଗୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ହୋଇଥିଲା। ଏଭଳି ସ୍ଥିତିରେ ତାଳସାରୀ ମେରାଇନ ଥାନା ପୋଲିସ ପକ୍ଷରୁ ବଳପ୍ରୟୋଗ କରାଯାଇଥିବା ଅଭିଯୋଗ ହେଲା ପରେ ୩ଜଣ ବଙ୍ଗୀୟ ଲୋକଙ୍କୁ ତାଳସାରୀ ମେରାଇନ ଥାନାରେ ଅଟକ ରଖାଯାଇଛି। ପରେ ଓଡ଼ିଶା ସୀମାନ୍ତ ଗ୍ରାମ ପଶ୍ଚିମବଙ୍ଗବାସୀ ଓଡିଶା ପୋଲିସ ବିରୋଧରେ ରାସ୍ତାରୋକୋ କରିଥିବା ସୂଚନା ମିଳିଛି। ତାଳସାରୀ ମେରାଇନ ଥାନାର ମାତ୍ରାଧିକ ବଳ ପ୍ରୟୋଗରେ ୨ ବଙ୍ଗୀୟ ମହିଳାଙ୍କ ସମେତ ଜଣେ ୭ ବର୍ଷର ବାଳକ ଆହତ ହୋଇ ଦୀଘା ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୀଘା ଥାନା ପକ୍ଷରୁ କୁହାଯାଇଛି। ସେହିପରି ତାଳସାରୀ ମେରାଇନ ଥାନା ଏଏସ୍ଆଇ ପିଠ ହେମ୍ବ୍ରମ ମଧ୍ୟ ପଶ୍ଚିମବଙ୍ଗ ଲୋକଙ୍କ ଆକ୍ରମଣରେ ଆହତ ହୋଇଛନ୍ତି।
The post ଲକ୍ଷ୍ମୀ ମେଢ ଭସାଣିକୁ କେନ୍ଦ୍ର କରି ସୀମାନ୍ତରେ ଉତ୍ତେଜନା ରାସ୍ତା ଅବରୋଧ କଲେ ପଶ୍ଚିମବଙ୍ଗ ଲୋକେ appeared first on Dharitri Odia News.