ବାଇକ୍ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୫ ଗୁରୁତର
ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଶନିବାର ବାଇକ୍ ଦୁର୍ଘଟଣାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, କୋମନା ଥାନା ଜତଗଡ ପଞ୍ଚାୟତ ଗଡଗଡ ବାହଲି ଗାଁର ରାଇସିଂ ରଣା ନିଜ ଦୁଇ ପିଲାଙ୍କୁ ଧରି ସିଲଭା ଗାଁକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ। ରଥଟଣା ସରିବା ପରେ ରାଇସିଂ ୨ ଶିଶୁ ପୁଅ ପୁର ଓ ଝିଅ ବର୍ଷାଙ୍କୁ ବାଇକ୍ରେ ଧରି ଗାଁକୁ ଫେରୁଥିଲେ। […] The post ବାଇକ୍ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୫ ଗୁରୁତର appeared first on Dharitri Odia News.
ନୂଆପଡ଼ା,୨୮ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଶନିବାର ବାଇକ୍ ଦୁର୍ଘଟଣାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ମଳିଥିବା ସୂଚନା ମୁତାବକ, କୋମନା ଥାନା ଜତଗଡ ପଞ୍ଚାୟତ ଗଡଗଡ ବାହଲି ଗାଁର ରାଇସିଂ ରଣା ନିଜ ଦୁଇ ପିଲାଙ୍କୁ ଧରି ସିଲଭା ଗାଁକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ। ରଥଟଣା ସରିବା ପରେ ରାଇସିଂ ୨ ଶିଶୁ ପୁଅ ପୁର ଓ ଝିଅ ବର୍ଷାଙ୍କୁ ବାଇକ୍ରେ ଧରି ଗାଁକୁ ଫେରୁଥିଲେ। ଏହି ସମୟରେ ସିଲଭା କାଜୁ ବଗିଚାଠାରେ ଭାରସାମ୍ୟ ହରାଇ ଅନ୍ୟ ୩ ଜଣ ଚାଲି ଯାଉଥିବା ଲୋକ ଦେବ କୁମାର ରଣା, କ୍ଷୀର ରଣା ଓ ପରମାନନ୍ଦ ରଣାଙ୍କ ଉପରେ ବାଇକ୍ ମାଡ଼ିଯିବାରୁ ସେମାନେ ଗୁରୁତର ହୋଇଥିଲା।
ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପୁର ରଣା (୩)ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ୫ ଜଣ ଚିକିତ୍ସିତ ହେଉଛନ୍ତି ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ରବିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି l
The post ବାଇକ୍ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୫ ଗୁରୁତର appeared first on Dharitri Odia News.