କୋହଲିଙ୍କ ସମ୍ପର୍କକୁ ନେଇ ଖୁଲାସା କଲେ ଏମ୍‌ଏସ୍‌ ଧୋନୀ, ଜାଣନ୍ତୁ କଣ କହିଲେ କ୍ୟାପଟେନ୍‌ କୁଲ୍ ...

ନୂଆଦିଲ୍ଲୀ ୦୨।୦୯: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ପୂର୍ବ କ୍ୟାପଟେନ୍‌ ଏମଏସ୍‌ ଧୋନୀ । ଏମାନଙ୍କ ବଣ୍ଡିଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚା । ବିରାଟ କୋହଲି ଏମଏସ ଧୋନୀଙ୍କ କ୍ୟାପଟେନସିପ୍‌ରେ ଟିମ୍‌ ଇଣ୍ଡିଆରେ କରିଥିଲେ ଡେବ୍ୟୁ । ଏହାପରେ ସେ ପଛକୁ ବୁଲି ଚାହିଁନାହାନ୍ତି । କିଙ୍ଗ କୋହଲି ଅନେକ ସମୟରେ ମଇଦାନରେ ସୋଶିଆଲ୍‌ ମିଡିଆ ଜରିଆରେ କ୍ୟାପଟେନ କୁଲଙ୍କ ପାଇଁ ନିଜ ଭଲପାଇବା ଦେଖାଇଥାନ୍ତି ।ବର୍ତ୍ତମାନ ଧୋନୀ ମଧ୍ୟ କୋହଲିଙ୍କର ଜୋରଦାର ତାରିଫ କରିଛନ୍ତି । ଧୋନୀ ବିରାଟ କୋହଲିଙ୍କ ସହିତ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ଧୋନୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି ଆମେ ୨୦୦୮-୨୦୦୯ରୁ ଏକାଠି ଖେଳୁଛୁ । ଯଦିଓ ବୟସରେ ଅନ୍ତର ଅଛି, କିନ୍ତୁ ମୁଁ ଏକଥା ଜାଣେ ନାହିଁ କି ମୁଁ ତାଙ୍କର ବଡ ଭାଇ କିମ୍ବା ଅନ୍ୟ କିଛି । ଆମେ କେବଳ ଏପରି ସାଥି ଯିଏକି ଲମ୍ବା ସମୟ ଯାଏଁ ଭାରତ ପାଇଁ ଖେଳିଛୁ । ସେ ଓ୍ବାର୍ଲ୍ଡକ୍ରିକେଟର ସର୍ବଶ୍ରେଷ୍ଠ ପ୍ଲେୟରଙ୍କ ମଧ୍ୟରୁ ଜଣେ । ବିରାଟ ଯେତେବେଳେ ଟେଷ୍ଟକ୍ୟାପଟେନ ଛାଡିଥିଲେ ସେତେବେଳେ ଧୋନୀ ହିଁ ଜଣେ ବ୍ୟକ୍ତି ଥିଲେ ଯାହାଙ୍କୁ ସମ୍ପର୍କ କରିଥିଲେ କୋହଲି । ଏନେଇ ଏକ ପ୍ରେସ କନଫରେନ୍ସରେ ଖୁଲାସା କରିଥିଲେ ବିରାଟ ।  ତେବେ ଉଭୟ ପ୍ଲେୟରଙ୍କ କଥା କହିବାକୁ ଗଲେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର

କୋହଲିଙ୍କ ସମ୍ପର୍କକୁ ନେଇ ଖୁଲାସା କଲେ ଏମ୍‌ଏସ୍‌ ଧୋନୀ, ଜାଣନ୍ତୁ କଣ କହିଲେ କ୍ୟାପଟେନ୍‌ କୁଲ୍ ...

ନୂଆଦିଲ୍ଲୀ ୦୨।୦୯: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ପୂର୍ବ କ୍ୟାପଟେନ୍‌ ଏମଏସ୍‌ ଧୋନୀ । ଏମାନଙ୍କ ବଣ୍ଡିଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚା । ବିରାଟ କୋହଲି ଏମଏସ ଧୋନୀଙ୍କ କ୍ୟାପଟେନସିପ୍‌ରେ ଟିମ୍‌ ଇଣ୍ଡିଆରେ କରିଥିଲେ ଡେବ୍ୟୁ । ଏହାପରେ ସେ ପଛକୁ ବୁଲି ଚାହିଁନାହାନ୍ତି । କିଙ୍ଗ କୋହଲି ଅନେକ ସମୟରେ ମଇଦାନରେ ସୋଶିଆଲ୍‌ ମିଡିଆ ଜରିଆରେ କ୍ୟାପଟେନ କୁଲଙ୍କ ପାଇଁ ନିଜ ଭଲପାଇବା ଦେଖାଇଥାନ୍ତି ।

ବର୍ତ୍ତମାନ ଧୋନୀ ମଧ୍ୟ କୋହଲିଙ୍କର ଜୋରଦାର ତାରିଫ କରିଛନ୍ତି । ଧୋନୀ ବିରାଟ କୋହଲିଙ୍କ ସହିତ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି । ଧୋନୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି ଆମେ ୨୦୦୮-୨୦୦୯ରୁ ଏକାଠି ଖେଳୁଛୁ । ଯଦିଓ ବୟସରେ ଅନ୍ତର ଅଛି, କିନ୍ତୁ ମୁଁ ଏକଥା ଜାଣେ ନାହିଁ କି ମୁଁ ତାଙ୍କର ବଡ ଭାଇ କିମ୍ବା ଅନ୍ୟ କିଛି । ଆମେ କେବଳ ଏପରି ସାଥି ଯିଏକି ଲମ୍ବା ସମୟ ଯାଏଁ ଭାରତ ପାଇଁ ଖେଳିଛୁ । 

ସେ ଓ୍ବାର୍ଲ୍ଡକ୍ରିକେଟର ସର୍ବଶ୍ରେଷ୍ଠ ପ୍ଲେୟରଙ୍କ ମଧ୍ୟରୁ ଜଣେ । ବିରାଟ ଯେତେବେଳେ ଟେଷ୍ଟକ୍ୟାପଟେନ ଛାଡିଥିଲେ ସେତେବେଳେ ଧୋନୀ ହିଁ ଜଣେ ବ୍ୟକ୍ତି ଥିଲେ ଯାହାଙ୍କୁ ସମ୍ପର୍କ କରିଥିଲେ କୋହଲି । ଏନେଇ ଏକ ପ୍ରେସ କନଫରେନ୍ସରେ ଖୁଲାସା କରିଥିଲେ ବିରାଟ ।  

ତେବେ ଉଭୟ ପ୍ଲେୟରଙ୍କ କଥା କହିବାକୁ ଗଲେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୦୨୦ରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଆଗାମୀ ଆଇପିଏଲ୍‌ ସିଜିନରେ ଖେଳିବେ କି ନାହିଁ ସେ କଥାର ସ୍ପଷ୍ଟ ହୋଇନି । ଅନ୍ୟପଟେ କୋହଲି ୩୫ ବର୍ଷ ବୟସରେ ଅଛନ୍ତି ଦମଦାର୍‌ ଫର୍ମରେ । 

ସେ ବାରବାଡୋସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ଅର୍ଦ୍ଧଶତକ ହାସଲ କରି ଭାରତର ଟି-୨୦ ବିଶ୍ୱକପ ୨୦୨୪ ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପରେ ବର୍ତ୍ତମାନ ୪୩ ଦିନର ବ୍ରେକ୍‌ ମିଳିଛି । କୋହଲି ବର୍ତ୍ତମାନ ଲଣ୍ଡନରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି । ଏହାପରେ ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟରେ ତାଙ୍କୁ ଦେଖିବାକୁ ମିଳିବ। 

ଅନ୍ୟପକ୍ଷରେ, ଗତବର୍ଷ CSKର ଅଧିନାୟକତ୍ୱ ଛାଡିଥିବା ଧୋନି ଆଇପିଏଲ୍ ୨୦୨୫ର ରିଟେନ ନିୟମ ପ୍ରକାଶ ପାଇବା ପରେ ନିଜର ନିଷ୍ପତ୍ତି ନେଇପାରନ୍ତି । ଯଦି CSK ଦ୍ବାରା ଧୋନୀ ରିଟେନ ହୁଅନ୍ତି ତେବେ ଧୋନି ଅନକେପ୍ଟ ଶ୍ରେଣୀକୁ ଯିବାର ସମ୍ଭାବନା ରହିଛି । ଅର୍ଥାତ୍‌ ଧୋନୀ ବିଗତ ପାଞ୍ଚ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଆଉ ଆଇପିଏଲରେ  ଲାଗୁ ହୋଇଛି ନିୟମ । ଯେଉଁ କାରଣରୁ  ଅନକେପ୍ଟ ଶ୍ରେଣୀକୁ ଯାଇପାରନ୍ତି ଧୋନୀ ।