ନୀତୀଶଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ମେଡିକାଲ ବୁଲେଟିନ୍‌ ଜାରି କର : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ  : ଜନ ସୁରଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ରାଜ୍ୟ ସରକାର ଏକ ମେଡିକାଲ ବୁଲେଟିନ୍‌ ଜାରି କରନ୍ତୁ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। କିଶୋର କହିଛନ୍ତି, ଯଦି ଏକ ମେଡିକାଲ ବୁଲେଟିନ୍‌ ଜାରି କରାଯିବ ତେବେ ଲୋକଙ୍କ ମନରେ ନୀତୀଶଙ୍କ […]

ନୀତୀଶଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ମେଡିକାଲ ବୁଲେଟିନ୍‌ ଜାରି କର : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ  : ଜନ ସୁରଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ରାଜ୍ୟ ସରକାର ଏକ ମେଡିକାଲ ବୁଲେଟିନ୍‌ ଜାରି କରନ୍ତୁ ବୋଲି ପ୍ରଶାନ୍ତ କିଶୋର ଦାବି କରିଛନ୍ତି। କିଶୋର କହିଛନ୍ତି, ଯଦି ଏକ ମେଡିକାଲ ବୁଲେଟିନ୍‌ ଜାରି କରାଯିବ ତେବେ ଲୋକଙ୍କ ମନରେ ନୀତୀଶଙ୍କ ମାନସିକ ସ୍ବାସ୍ଥ୍ୟ ଠିକ୍‌ ନଥିବା ନେଇ ଯେଉଁ ଧାରଣା ରହିଛି ତାହା ଦୂର ହୋଇଯିବ। କିନ୍ତୁ ମୁଁ ନିଶ୍ଚିତ ଯେ ନୀତୀଶ ଏଥିପାଇଁ ରାଜି ହେବେନାହିଁ। ଉଲ୍ଲେଖଯୋଗ୍ୟ ଯେ ଶିଖ୍‌ପୁରାରେ ଏକ ସାମ୍ବାଦିକ ସମ୍ମିଳନୀ କରି କିଶୋର ଏହି ଦାବି କରିଛନ୍ତି। ନୀତୀଶ କୁମାରଙ୍କୁ ମଧ୍ୟ ବିଭିନ୍ନ ଫଙ୍କସନ୍‌ ଏବଂ ସାମ୍ବାଦିକ ସମ୍ମିଳନୀ କରିବାପାଇଁ ଦିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି। ନୀତୀଶ କୁମାର ତାଙ୍କ କ୍ୟାବିନେଟ୍‌ ସହକର୍ମୀଙ୍କ ନାଁ ମନେ ରଖୁନାହାନ୍ତି ଏବଂ ସେ କେଉଁ ଜିଲ୍ଲା ଗସ୍ତରେ ଅଛନ୍ତି ତାହା ମଧ୍ୟ ମନେ ରଖିପାରୁନାହାନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।