ପୁରୀ ସ୍ୱର୍ଗ ଦ୍ୱାରରେ ହେବ ନେପାଳୀ ଛାତ୍ରୀଙ୍କ ଶେଷକୃତ୍ୟ
ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ପିତା ମାତାଙ୍କ ଉପସ୍ଥିତିରେ ଆଜି ଆଜି ଏମ୍ସରେ ହେବ ଶବ ବ୍ୟବଚ୍ଛେଦ । ଏହା ପରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଛାତ୍ରୀଙ୍କ ଶେଷକୃତ୍ୟ । ତାଙ୍କ ପରିବାର ଲୋକେ ମୃତଦେହ ନେପାଳ ନେବାକୁ ମନା କରିବାରୁ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି । ସୂଚନାନୁସାରେ,ଗୁରୁବାର ସନ୍ଧ୍ୟାରେ କିଟ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ପ୍ରିଶା ଶାହା ଆତ୍ମହତ୍ୟା କରିଛନ୍ତି। ପୋଲିସ […]

ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ପିତା ମାତାଙ୍କ ଉପସ୍ଥିତିରେ ଆଜି ଆଜି ଏମ୍ସରେ ହେବ ଶବ ବ୍ୟବଚ୍ଛେଦ । ଏହା ପରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଛାତ୍ରୀଙ୍କ ଶେଷକୃତ୍ୟ । ତାଙ୍କ ପରିବାର ଲୋକେ ମୃତଦେହ ନେପାଳ ନେବାକୁ ମନା କରିବାରୁ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି ।
ସୂଚନାନୁସାରେ,ଗୁରୁବାର ସନ୍ଧ୍ୟାରେ କିଟ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ପ୍ରିଶା ଶାହା ଆତ୍ମହତ୍ୟା କରିଛନ୍ତି। ପୋଲିସ କମିଶନର ଏନେଇ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ ।
ଏପଟେ ନିରପେକ୍ଷ ତଦନ୍ତ ହେଉ ବୋଲି ନେପାଳ ଦୂତାବାସ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିପାଇଁ ଦୂତାବାସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ଅନ୍ୟପଟେ ମାତ୍ର ଅଢେଇ ମାସ ବ୍ୟବଧାନରେ କିଟ ବିଶ୍ବବିଦ୍ୟାଳୟରେ ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଗୁରୁତ୍ବର ସହ ନେଇଛି । ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ଇଗ୍ନୋର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (ଏନ୍ଆଇଇପିଏ)ର କୁଳପତି ପ୍ରଫେସର ଶଶିକଳା ୱାଞ୍ଜାରିଙ୍କ ନେତୃତ୍ୱରରେ ଗଠିତ ହୋଇଛି ଯୁଗ୍ମ ୟୁଜିସି କମିଟି । ଏହି କମିଟି ୧୦ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ୟୁଜିସି ନିକଟରେ ଦାଖଲ କରିବ ବୋଲି ୟୁଜିସି ସଚିବ ମନୀଷ ଯୋଶୀ କହିଛନ୍ତି ।