ସୁଟିଂ ସେଟ୍ରେ ବଢିଥିଲା ପ୍ରେମ
ଐଶର୍ଯ୍ୟା ରାୟ ଓ ସଲମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ବଲିଉଡରେ ବିଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଏହାକୁ ନେଇ ଭିନ୍ନ ଲୋକ ଭିନ୍ନ ମତ ଦେଇଥାଆନ୍ତି । ସେହିଭଳି ଏକ ମତ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସଲମାନ ଓ ଐଶ୍ଙ୍କର ଫିଲ୍ମ ହମ୍ ଦିଲ୍ ଦେ ଚୁକେ ହେ ସନମ୍ ସେଟ୍ରେ ପ୍ରେମ ବଢିଥିବା ସୂଚନା ଦେଇଛନ୍ତି ଅଭିନେତ୍ରୀ ସ୍ମିତା ଜୟକର । ସେମାନଙ୍କର ସମ୍ପର୍କ ସେହିଠାରୁ ବଢିଥିଲା ବୋଲି […]

ଐଶର୍ଯ୍ୟା ରାୟ ଓ ସଲମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ବଲିଉଡରେ ବିଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଏହାକୁ ନେଇ ଭିନ୍ନ ଲୋକ ଭିନ୍ନ ମତ ଦେଇଥାଆନ୍ତି । ସେହିଭଳି ଏକ ମତ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସଲମାନ ଓ ଐଶ୍ଙ୍କର ଫିଲ୍ମ ହମ୍ ଦିଲ୍ ଦେ ଚୁକେ ହେ ସନମ୍ ସେଟ୍ରେ ପ୍ରେମ ବଢିଥିବା ସୂଚନା ଦେଇଛନ୍ତି ଅଭିନେତ୍ରୀ ସ୍ମିତା ଜୟକର । ସେମାନଙ୍କର ସମ୍ପର୍କ ସେହିଠାରୁ ବଢିଥିଲା ବୋଲି ସ୍ମିତା ମତ ଦେଇଛନ୍ତି । ଦୁଇଜଣଙ୍କ ଆଖିର ଉଭୟଙ୍କ ପ୍ରତି ଭଲପାଇବା ସେହି ସମୟରେ ସେଟରେ ଦେଖିବାକୁ ମିଳୁଥିବା ସେ କହିଛନ୍ତି । ତେବେ ଉଭୟଙ୍କ ପ୍ରେମ ଫିଲ୍ମ ପାଇଁ ବହୁତ କାମ ଦେଇଥିଲା ବୋଲି ସେ ମତ ଦେଇଛନ୍ତି । ଉଭୟଙ୍କ ଭିତରେ ଖୁବ ମଜା ମସ୍ତି ସେଟ୍ରେ ହୋଇଥାଏ । ସଲମାନ ଖୁବ ଖସ୍ ମିଜାଜର ବୋଲି ସ୍ମିତା ମତ ଦେଇଛନ୍ତି । ସେ ସେଟ୍ରେ ସଲମାନଙ୍କର କେବେ ବି ରାଗ ଦେଖିନଥିବା ପ୍ରକାଶ କରିଛନ୍ତି । ମିଡିଆରେ ସଲମାନଙ୍କ ରାଗ ବିଷୟରେ ମିଛ ପ୍ରଚାର କରାଯାଇଥିବା ସ୍ମିତା ପ୍ରକାଶ କରିଛନ୍ତି ।