ଆଉ ୪ ଦିନ ପ୍ରବଳ ବର୍ଷିବ ! ଏସବୁ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡିଶା। ମଧ୍ୟମ ଧରଣ ବର୍ଷା ସହ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଲଘୁଚାପ ଛତିଶଗଡ଼ ଉପରେ ରହିଛି। ଯାହା ଫଳରେ ରାଜ୍ୟରେ ଆଗାମୀ ୪ ଦିନ ଅଧିକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ରହିବ। ୨୪ ଘଣ୍ଟାରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ହେବ। ପ୍ରବଳ ବର୍ଷା ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାରେ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମଙ୍ଗଳବାର ଅନେକ ସ୍ଥାନରେ ହାଲୁକାରୁ ଧରଣ ସହ ଅତି ପ୍ରବଳ ବର୍ଷା ହେବ। ବରଗଡ଼, ସୋନପୁର, ବୌଦ୍ଧ,ସମ୍ବଲପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ସତର୍କ କରଯାଇଛି। ପରବର୍ତ୍ତୀ ଲଘୁଚାପକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ କରାଯାଇ ନାହିଁ। ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ମାଲକାନାଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଘଣ୍ଟାରେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ସର୍ବାଧିକ ବର୍ଷା ୧୬୪.୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି। 

ଆଉ ୪ ଦିନ ପ୍ରବଳ ବର୍ଷିବ ! ଏସବୁ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡିଶା। ମଧ୍ୟମ ଧରଣ ବର୍ଷା ସହ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଲଘୁଚାପ ଛତିଶଗଡ଼ ଉପରେ ରହିଛି। ଯାହା ଫଳରେ ରାଜ୍ୟରେ ଆଗାମୀ ୪ ଦିନ ଅଧିକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ରହିବ। ୨୪ ଘଣ୍ଟାରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନେକ ସ୍ଥାନରେ ହେବ। ପ୍ରବଳ ବର୍ଷା ଦକ୍ଷିଣ ଓ କେନ୍ଦ୍ରୀୟ ଓଡିଶାରେ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 

ମଙ୍ଗଳବାର ଅନେକ ସ୍ଥାନରେ ହାଲୁକାରୁ ଧରଣ ସହ ଅତି ପ୍ରବଳ ବର୍ଷା ହେବ। ବରଗଡ଼, ସୋନପୁର, ବୌଦ୍ଧ,ସମ୍ବଲପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ସତର୍କ କରଯାଇଛି। 

ପରବର୍ତ୍ତୀ ଲଘୁଚାପକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ କରାଯାଇ ନାହିଁ। ରାଜ୍ୟରେ ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ମାଲକାନାଗିରିରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଘଣ୍ଟାରେ ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ସର୍ବାଧିକ ବର୍ଷା ୧୬୪.୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି।