କେଜରିଓ୍ଵାଲ ମାମଲାରେ ଜର୍ମାନୀର ଟିପ୍ପଣୀରେ ଭାରତ କ୍ଷୁବ୍ଧ, ଦୂତାବାସର ଉପ ପ୍ରମୁଖଙ୍କୁ ତଲବ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀ ଟିପ୍ପଣୀ କରିଛି। ଯାହା ଉପରେ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ କେଜରିଓ୍ଵାଲଙ୍କ ଗିରଫଦାରୀ ସଂପର୍କରେ କରିଥିବା ଟିପ୍ପଣୀକୁ ଭାରତ ଆମର ଆଭ୍ୟନ୍ତରୀଣ ମାମଲାରେ ବଳପୂର୍ବକ ହସ୍ତକ୍ଷେପ ବୋଲି କହିଛି। ଏହା ସହିତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜର୍ମାନୀ ଦୂତାବାସର ଉପ ପ୍ରମୁଖଙ୍କୁ ତଲବ କରାଯାଇଛି।ଗିରଫ ପରେ କେଜ୍ରିୱାଲଙ୍କୁ ସ୍ଵାଗତ ଚିଠି ଲେଖିଲେ ସୁକେଶ୍, କହିଲେ-ମୋ ଜନ୍ମଦିନର ବଡ ଉପହାରଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି, ଜର୍ମାନୀର ଏମିତି ଟିପ୍ପଣୀ ଆମର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ଏବଂ ଆମର ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରିଛି। ଭାରତ ଆଇନର ଶାସନ ଏକ ଜୀବନ୍ତ ଓ ଶକ୍ତିଶାଳୀ ଗଣତନ୍ତ୍ର ଉପରେ ଆଧାରିତ। ଭାରତୀୟ ଆଇନ ତା ହିସାବରେ କାମ କରିଥାଏ। ଏମିତି ସମ୍ବେଦନଶୀଳ ମାମଲାରେ ପକ୍ଷପାତପୂର୍ଣ୍ଣ ଟିପ୍ପଣୀ ଓ ଧାରଣା କଦାପି ଗ୍ରହଣୀୟ ନୁହେଁ।ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ କହିଥିଲା, ଆମେ ଅରବିନ୍ଦ କେଜରିଓ୍ଵାଲଙ୍କ ଗିରଫଦାରୀ ମାମଲା ଉପରେ ନଜର ରଖିଛୁ। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଆମେ ଆଶା କରୁଛୁ ନ୍ୟାୟପାଳିକାର ସ୍ଵାଧୀନତା ଓ ଗଣତାନ୍ତ୍ରିକ ସିଦ୍ଧାନ୍ତ ସମ୍ବନ୍ଧିତ ସମସ୍ତ ମାନକ ମଧ୍ୟ ଏହି ମାମଲାରେ ଲାଗୁ
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀ ଟିପ୍ପଣୀ କରିଛି। ଯାହା ଉପରେ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ କେଜରିଓ୍ଵାଲଙ୍କ ଗିରଫଦାରୀ ସଂପର୍କରେ କରିଥିବା ଟିପ୍ପଣୀକୁ ଭାରତ ଆମର ଆଭ୍ୟନ୍ତରୀଣ ମାମଲାରେ ବଳପୂର୍ବକ ହସ୍ତକ୍ଷେପ ବୋଲି କହିଛି। ଏହା ସହିତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜର୍ମାନୀ ଦୂତାବାସର ଉପ ପ୍ରମୁଖଙ୍କୁ ତଲବ କରାଯାଇଛି।
ଗିରଫ ପରେ କେଜ୍ରିୱାଲଙ୍କୁ ସ୍ଵାଗତ ଚିଠି ଲେଖିଲେ ସୁକେଶ୍, କହିଲେ-ମୋ ଜନ୍ମଦିନର ବଡ ଉପହାର
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି, ଜର୍ମାନୀର ଏମିତି ଟିପ୍ପଣୀ ଆମର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ଏବଂ ଆମର ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରିଛି। ଭାରତ ଆଇନର ଶାସନ ଏକ ଜୀବନ୍ତ ଓ ଶକ୍ତିଶାଳୀ ଗଣତନ୍ତ୍ର ଉପରେ ଆଧାରିତ। ଭାରତୀୟ ଆଇନ ତା ହିସାବରେ କାମ କରିଥାଏ। ଏମିତି ସମ୍ବେଦନଶୀଳ ମାମଲାରେ ପକ୍ଷପାତପୂର୍ଣ୍ଣ ଟିପ୍ପଣୀ ଓ ଧାରଣା କଦାପି ଗ୍ରହଣୀୟ ନୁହେଁ।
ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ କହିଥିଲା, ଆମେ ଅରବିନ୍ଦ କେଜରିଓ୍ଵାଲଙ୍କ ଗିରଫଦାରୀ ମାମଲା ଉପରେ ନଜର ରଖିଛୁ। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଆମେ ଆଶା କରୁଛୁ ନ୍ୟାୟପାଳିକାର ସ୍ଵାଧୀନତା ଓ ଗଣତାନ୍ତ୍ରିକ ସିଦ୍ଧାନ୍ତ ସମ୍ବନ୍ଧିତ ସମସ୍ତ ମାନକ ମଧ୍ୟ ଏହି ମାମଲାରେ ଲାଗୁ କରାଯାଉ। କେଜରିଓ୍ଵାଲଙ୍କ ପାଇଁ ନିରପେକ୍ଷ ଶୁଣାଣିର ପୂରା ଅଧିକାର ରହିଛି। ସେ ବିନା କୌଣସି ବାଧାରେ ଉପଲବ୍ଧ ଆଇନ ରାସ୍ତା ଆପଣାଇ ପାରିବେ। ଆଉ ଜର୍ମାନୀର ଏମିତି ଟିପ୍ପଣୀ ଉପରେ ଭାରତ ଆଜି କଡ଼ା ଆପତ୍ତି ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି ଅଦାଲତରେ ନିଜ ଯୁକ୍ତି ରଖି କହିଥିଲା ଯେ, ଅବକାରୀ ଦୁର୍ନୀତିରେ କେଜରିଓ୍ଵାଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ଏପରିକି କେଜରିଓ୍ଵାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାର ଫାଇଦା ମଧ୍ୟ ଉଠାଇଛନ୍ତି।