ମହିଳା ଏବଂ ଝିଅଙ୍କ ପାଇଁ ନିଜ ଘର ସବୁଠୁ ବିପଜ୍ଜନକ ସ୍ଥାନ, ପ୍ରତି ୧୦ ମିନିଟରେ ଜଣେ ହତ୍ୟାର ଶିକାର: ଜାତିସଂଘ

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ ହେଉଛି ନିଜ ଘର ।  ୨୦୨୩ ମସିହାରେ ପ୍ରତିଦିନ ୧୪୦ ଜଣ ମହିଳା/ଯୁବତୀ ନିଜ ସାଥୀ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି । ଅର୍ଥାତ୍ ପ୍ରତି ୧୦ ମିନିଟରେ, ଜଣେ ମହିଳାଙ୍କ ହତ୍ୟା । ମୋଟ ଉପରେ କହିବାକୁ ଗଲେ ୨୦୨୩ ମସିହାରେ ପ୍ରାୟ ୫୧,୧୦୦ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳା ସଶକ୍ତିକରଣ ପାଇଁ ୟୁଏନ୍ ସଂସ୍ଥା (UN Women) ଏବଂ ମାଦକ ପଦାର୍ଥ ଏବଂ ଅପରାଧ ପାଇଁ ୟୁଏନ୍ କାର୍ଯ୍ୟାଳୟ (UNODC) ଜାରି କରିଥିବା ଏକ ରିପୋର୍ଟରେ ଏହି ଭୟଙ୍କର ତଥ୍ୟ ଦୁନିଆ ସାମନକୁ ଆସିଛି ।ମହିଳା ବିରୋଧୀ ହିଂସା ନିରାକରଣ ପାଇଁ ଅନ୍ତରାଷ୍ଟ୍ରୀୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ, 'ଫେମିସାଇଡ୍' ଅର୍ଥାତ୍ ଲିଙ୍ଗଗତ କାରଣରୁ ମହିଳା ଏବଂ ଯୁବତୀଙ୍କୁ ହତ୍ୟା କରାଯିବାର ସଂକଟ ଉପରେ ଆଲୋକପାତ କରି, ତତ୍କାଳ ପଦକ୍ଷେପ ପାଇଁ ଆହ୍ୱାନ ଦିଆଯାଇଛି ।ୟୁଏନ୍ ମହସାଚିବ ଆଣ୍ଟୋନିୟୋ ଗୁଟେରେସ୍ ଏହି ଅବସରରେ କହିଛନ୍ତି, 'ମହିଳା ଏବଂ ଯୁବତୀଙ୍କ ବିରୋଧରେ ହିଂସାର ମହାମାରୀ, ମାନବଜାତିକୁ ଲଜ୍ଜିତ କରୁଛି । ଦୁନିଆକୁ ଏହି ଆହ୍ୱାନ ଉପରେ ଧ୍ୟାନ ଦେବାକୁ ପଡ଼ିବ । ନ୍ୟାୟ ଏବଂ ଉତ୍ତରଦାୟୀ ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରସଙ୍ଗକୁ ଉଠାଇବା ପାଇଁ ସମର୍ଥନର ଆବଶ୍ୟକତା ରହିଛି ।' ଏହି ରିପୋର୍ଟ ନଭେମ୍ୱର ୨୫ରୁ ଡିସେମ୍ୱର ୧୦ ଯା

ମହିଳା ଏବଂ ଝିଅଙ୍କ ପାଇଁ ନିଜ ଘର ସବୁଠୁ ବିପଜ୍ଜନକ ସ୍ଥାନ, ପ୍ରତି ୧୦ ମିନିଟରେ ଜଣେ ହତ୍ୟାର ଶିକାର: ଜାତିସଂଘ

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ ହେଉଛି ନିଜ ଘର ।  ୨୦୨୩ ମସିହାରେ ପ୍ରତିଦିନ ୧୪୦ ଜଣ ମହିଳା/ଯୁବତୀ ନିଜ ସାଥୀ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଛନ୍ତି । ଅର୍ଥାତ୍ ପ୍ରତି ୧୦ ମିନିଟରେ, ଜଣେ ମହିଳାଙ୍କ ହତ୍ୟା । ମୋଟ ଉପରେ କହିବାକୁ ଗଲେ ୨୦୨୩ ମସିହାରେ ପ୍ରାୟ ୫୧,୧୦୦ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ମହିଳା ସଶକ୍ତିକରଣ ପାଇଁ ୟୁଏନ୍ ସଂସ୍ଥା (UN Women) ଏବଂ ମାଦକ ପଦାର୍ଥ ଏବଂ ଅପରାଧ ପାଇଁ ୟୁଏନ୍ କାର୍ଯ୍ୟାଳୟ (UNODC) ଜାରି କରିଥିବା ଏକ ରିପୋର୍ଟରେ ଏହି ଭୟଙ୍କର ତଥ୍ୟ ଦୁନିଆ ସାମନକୁ ଆସିଛି ।

ମହିଳା ବିରୋଧୀ ହିଂସା ନିରାକରଣ ପାଇଁ ଅନ୍ତରାଷ୍ଟ୍ରୀୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ, 'ଫେମିସାଇଡ୍' ଅର୍ଥାତ୍ ଲିଙ୍ଗଗତ କାରଣରୁ ମହିଳା ଏବଂ ଯୁବତୀଙ୍କୁ ହତ୍ୟା କରାଯିବାର ସଂକଟ ଉପରେ ଆଲୋକପାତ କରି, ତତ୍କାଳ ପଦକ୍ଷେପ ପାଇଁ ଆହ୍ୱାନ ଦିଆଯାଇଛି ।

ୟୁଏନ୍ ମହସାଚିବ ଆଣ୍ଟୋନିୟୋ ଗୁଟେରେସ୍ ଏହି ଅବସରରେ କହିଛନ୍ତି, 'ମହିଳା ଏବଂ ଯୁବତୀଙ୍କ ବିରୋଧରେ ହିଂସାର ମହାମାରୀ, ମାନବଜାତିକୁ ଲଜ୍ଜିତ କରୁଛି । ଦୁନିଆକୁ ଏହି ଆହ୍ୱାନ ଉପରେ ଧ୍ୟାନ ଦେବାକୁ ପଡ଼ିବ । ନ୍ୟାୟ ଏବଂ ଉତ୍ତରଦାୟୀ ପାଇଁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରସଙ୍ଗକୁ ଉଠାଇବା ପାଇଁ ସମର୍ଥନର ଆବଶ୍ୟକତା ରହିଛି ।' 

ଏହି ରିପୋର୍ଟ ନଭେମ୍ୱର ୨୫ରୁ ଡିସେମ୍ୱର ୧୦ ଯାଏ, ୧୬ ଦିନ ଚାଲିବାକୁ ଥିବା ବାର୍ଷିକ ସକ୍ରିୟତା ଅଭିଯାନ ଆରମ୍ଭରେ ଜାରି କରାଯଇଛି । ଚଳିତ ବର୍ଷ ମହିଳା ବିରୋଧୀ ହିଂସାରେ ଚିନ୍ତାଜନକ ବୃଦ୍ଧି ପ୍ରତି ଧ୍ୟାନ ଆକର୍ଷଣ କରିବା ପାଇଁ ଏହି ଅଭିଯାନରେ ଉଦ୍ଦେଶ୍ୟ ରହିଛି । ଫେମିସାଇଡ୍, ଅର୍ଥାତ୍ ଲିଙ୍ଗଗତ କାରଣରୁ ମହିଳା ଏବଂ ଝିଅଙ୍କୁ ହତ୍ୟା କରାଯିବା ଘଟଣା, ସୀମା, ସାମାଜିକ ଆର୍ଥିକ ସ୍ଥିତି ଏବଂ ସଂସ୍କୃତିଠାରୁ ଅଧିକ ରହିଛି । ରିପୋର୍ଟ ଅନୁସାରେ ଆଫ୍ରିକାରେ ନିଡ ପାର୍ଟନର ଏବଂ ପାରିବାରିକ କାରଣରୁ ମହିଳାଙ୍କ ହତ୍ୟା ହାର ସବୁଠୁ ଅଧିକ ରହିଛି ।

ଆଫ୍ରିକାରେ ୨୦୨୩ରେ ୨୧ ହଜାର ୭୦୦ ମହିଳାଙ୍କୁ ହତ୍ୟା କରାଯାଇଛି । ଏହାପଛକୁ ଆମେରିକା ଏବଂ ଓସିନିଆ ଅଛି । ୟୁରୋପ ଏବଂ ଆମେରିକାରେ ଫେମିସାଇଡ୍ ଯଥାକ୍ରମେ ୬୪ ପ୍ରତିଶତ ଏବଂ ୫୮ ପ୍ରତିଶତ ଥିବା ସାମନାକୁ ଆସିଛି । ଏଥିରୁ ଅଧିକାଂଶ ପୀଡିତଙ୍କୁ ସେମାନଙ୍କୁ ପାର୍ଟନର ହତ୍ୟା କରିଛନ୍ତି । ଏହାର ବିପରୀତରେ ଆଫ୍ରିକା ଏବଂ ଏସିଆରେ ମହିଳାମାନେ ନିଜ ପାର୍ଟନରଙ୍କ ଅପେକ୍ଷା, ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି ।

UN Women ଏବଂ ୟୁଏନଓଡିସି ମହିଳା ବିରୋଧୀ ହିଂସାର ମୁକାବିଲା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି । ବ୍ୟବସ୍ଥିତ ପରିସଂଖ୍ୟାନ ସଂଗ୍ରହର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି । ସଠିକ୍ ଏବଂ ପାରଦର୍ଶୀ ଡାଟା, ନୀତିଗତ କାର୍ଯ୍ୟାନୁଷ୍ଠାନ, ପ୍ରଗତି ଉପରେ ନିରୀକ୍ଷଣ ତଥା ଲିଙ୍ଗଗତ ସମାନତା ଲାଗି ନିଜ ପ୍ରତିବଦ୍ଧତା ପାଇଁ ସରକାର ଉତ୍ତରଦାୟୀ ରହିବା ଦରକାର ।